ETV Bharat / state

ଶ୍ରୀକ୍ଷେତ୍ର ଟ୍ରକ ମାଲିକ ସଂଘ ମଧ୍ୟରେ ବିବାଦ, ନୂଆ କର୍ମକର୍ତ୍ତା ନିର୍ବାଚନ ନେଇ ଜିଲାପାଳଙ୍କୁ ଦାବିପତ୍ର - ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି

ପୁରୀ ଶ୍ରୀକ୍ଷେତ୍ର ଟ୍ରକ ମାଲିକ ସଂଘ ମଧ୍ୟରେ ତୀବ୍ର ହେବାରେ ଲାଗିଛି ବିବାଦ । ନୂଆ କର୍ମକର୍ତ୍ତା ନିର୍ବାଚନ ନେଇ ଜିଲ୍ଲାପାଳଙ୍କୁ ହସ୍ତକ୍ଷେପ ଲୋଡିଲା ଟ୍ରକ ମାଲିକ ସଂଘ । ଅଧିକ ପଢନ୍ତୁ

ଶ୍ରୀକ୍ଷେତ୍ର ଟ୍ରକ ମାଲିକ ସଂଘ ମଧ୍ୟରେ ବିବାଦ, ନୂଆଁ କର୍ମକର୍ତ୍ତା ନିର୍ବାଚନ ନେଇ ଜିଲାପାଳଙ୍କୁ ଦାବି ପତ୍ର

author img

By ETV Bharat Odisha Team

Published : Nov 13, 2023, 7:25 PM IST

ଶ୍ରୀକ୍ଷେତ୍ର ଟ୍ରକ ମାଲିକ ସଂଘ ମଧ୍ୟରେ ବିବାଦ, ନୂଆଁ କର୍ମକର୍ତ୍ତା ନିର୍ବାଚନ ନେଇ ଜିଲାପାଳଙ୍କୁ ଦାବି ପତ୍ର

ପୁରୀ: ଶ୍ରୀକ୍ଷେତ୍ର ଟ୍ରକ ମାଲିକ ସଂଘ ମଧ୍ୟରେ ଦିନକୁ ଦିନ ବଢି ଚାଲିଛି ଗୋଷ୍ଠୀ କନ୍ଦଳ । ଆଜି ନୂଆ କର୍ମକର୍ତ୍ତା ନିର୍ବାଚନ ନେଇ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ସଂଘ । ସଂଘର‌ ସଭାପତି ତଥା ପୂର୍ବତନ ବାଚସ୍ପତି, ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ ପରେ ଏହି ବିବାଦ ଆରମ୍ଭ ହୋଇଛି । କିଛି ଅସାମାଜିକ ଟ୍ରକ ମାଲିକ ଏବଂ କିଛି ଲୋକଙ୍କର ଟ୍ରକ ନଥାଇ ମଧ୍ୟ ସଂଘରେ ଏକ ବୈଠକ କରି କର୍ମକର୍ତ୍ତା ଚୟନ କରୁଥିବାରୁ ଏହାକୁ ବିରୋଧ କରିଛନ୍ତି ଶ୍ରୀକ୍ଷେତ୍ର ଟ୍ରକ୍ ମାଲିକ ସଂଘ । କେବଳ ସେତିକି ନୁହେଁ ଏହି ଅସାମାଜିକ ବ୍ୟକ୍ତିମାନେ କର୍ମକର୍ତ୍ତା ଚୟନ କରି ସଂଘର କାର୍ଯ୍ୟାଳୟକୁ ବଳ ପୂର୍ବକ ଦଖଲ କରିବାକୁ ଉଦ୍ୟମ କରୁଥିବା ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରାଯାଇଛି ।

ଏନେଇ ଶ୍ରୀକ୍ଷେତ୍ର ଟ୍ରକ ମାଲିକ ସଂଘ ପକ୍ଷରୁ ଚନ୍ଦନପୁର ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି । ପ୍ରାୟ ୨୫୦ ଟ୍ରକ ପୁରୀର ବିକାଶ କାର୍ଯ୍ୟରେ ନିୟୋଜିତ ଥିବାବେଳେ, ଏହି ବିବାଦର‌ ତୁରନ୍ତ ସମାଧାନ ନହେଲେ ଟ୍ରକ ମାଲିକମାନେ ବାହୁବଳୀମାନଙ୍କ ଦ୍ୱାରା ଜୁଲମର ଶିକାର ହେବେ ବୋଲି ଟ୍ରକ ମାଲିକ ସଂଘ ଅଭିଯୋଗ କରିଛି । ତେଣୁ ତୁରନ୍ତ ଗଣତାନ୍ତ୍ରିକ ପଦ୍ଧତିରେ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ନିର୍ବାଚନ କରାଯାଇ ଶ୍ରୀକ୍ଷେତ୍ର ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ଚୟନ କରାଯାଉ ବୋଲି ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ.....ଚିଟଫଣ୍ଡ ଟଙ୍କା ଫେରସ୍ତ ଦାବି, ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଜମାକାରୀ

ପୂର୍ବରୁ ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତିଙ୍କୁ ଶ୍ରୀକ୍ଷେତ୍ର ଟ୍ରକ ଆସୋସିଏସନ ମନୋନୀତ କରି ସ୍ଥାୟୀ ସଭାପତି ଭାବେ ରଖାଯାଇଥିଲା । ହେଲେ ତାଙ୍କର ଦେହାନ୍ତ ପରେ ଏବେ ବିବାଦ ଦେଖା ଦେଇଛି । ପୁରୀ ଜିଲ୍ଲାପାଳ ଏହିଥିରେ ହସ୍ତକ୍ଷେପ କରି ସଂଘର କର୍ମକର୍ତ୍ତା ନିର୍ବାଚନ କରିବା ପାଇଁ ଦାବି କରିଛନ୍ତି ଶ୍ରୀକ୍ଷେତ୍ର ଟ୍ରକ ମାଲିକ ସଂଘର ସାଧାରଣ ସମ୍ପାଦକ ଅମିତ ବିଶ୍ୱାଳ । ଟ୍ରକ ମାଲିକମାନେ ମଧ୍ୟ କୌଣସି ଚାପର ବଶବର୍ତ୍ତୀ ହେବେ ନାହିଁ । ଏହା ଦ୍ୱାରା ସଂଘ ଶୃଙ୍ଖଳିତ ଭାବେ ପରିଚାଳିତ ହେବା ସହ ମାଲ ପରିବହନ ସେବାରେ କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି କହିଛି ଶ୍ରୀକ୍ଷେତ୍ର ଟ୍ରକସଂଘ ।

ଏହା ମଧ୍ୟ ପଢନ୍ତୁ....ରାସ୍ତା ନିର୍ମାଣ ଦାବିରେ ନିଆଁ ଜାଳି ରାସ୍ତାରୋକ, ପୋଲିସର ହସ୍ତକ୍ଷେପ ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଏହା ମଧ୍ୟ ପଢନ୍ତୁ...ଫାଟି ଆଁ କରିଛି ଚାଷ ଜମି; ମରୁଡି ଘୋଷଣା ଦାବିରେ ତହସିଲ ଅଫିସ ଆଗରେ ଧାରଣା

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.