ETV Bharat / state

ରତ୍ନଭଣ୍ଡାର ନେଇ ସରକାର ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ, ଆଇନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ - ମିଥ୍ୟା ସତ୍ୟପାଠ

ରତ୍ନଭଣ୍ଡାର ଖରାପ ସ୍ଥିତିରେ ଅଛି ମରାମତି ନିହାତି ଆବଶ୍ୟକ ଥିବା ଏଏସଆଇ ସତ୍ୟାପଠରେ କହିଥିବା ବେଳେ ଏପଟେ ରାଜ୍ୟ ସରକାର ସ୍ଥିତି ଭଲ ଥିବା କହିଛନ୍ତି । ହାଇକୋର୍ଟରେ ରାଜ୍ୟ ସରକାର ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ଶ୍ରୀଜଗନ୍ନାଥ ସେନାର ବିକ୍ଷୋଭ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 8, 2023, 6:10 PM IST

Updated : Aug 8, 2023, 7:27 PM IST

ରତ୍ନଭଣ୍ଡାର ନେଇ ସରକାର ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ, ଆଇନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ପୁରୀ: ହାଇକୋର୍ଟରେ ରାଜ୍ୟ ସରକାର ରତ୍ନଭଣ୍ଡାର ସମ୍ପର୍କରେ ମିଥ୍ୟା ସତ୍ୟାପାଠ ଦାଖଲ କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆଇନ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି ପୁରୀର ଶ୍ରୀଜଗନ୍ନାଥ ସେନା । ପୁରୀ କଚେରି ଛକ ନିକଟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ମିଥ୍ୟା ସତ୍ୟପାଠ ପ୍ରସଙ୍ଗକୁ ନେଇ ବିକ୍ଷୋଭ କରିଛି ଜଗନ୍ନାଥ ସେନା । ଯଦି ସରକାର ସ୍ବଚ୍ଛତା ଅବଲମ୍ବନ କରୁଛନ୍ତି ତେବେ ତୁରନ୍ତ ରତ୍ନଭଣ୍ଡାର ଖୋଲି ଅଳଙ୍କାରର ଗଣନା କରିବା ସହ ମରାମତି କାର୍ଯ୍ୟ କରନ୍ତୁ ବୋଲି ସେନା ଦାବି କରିଛି ।

ସଂଗଠନର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ପ୍ରତିବାଦ ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଜଗନ୍ନାଥ ସେନା ଅଭିଯୋଗ କରିଛି ଯେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ଆଇନ ବିଭାଗ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଛି । ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଛନ୍ତି । ଯେତେବେଳ କି ଏଏସଆଇ ହାଇକୋର୍ଟରେ ସତ୍ୟପାଠ ଦେଇଛି ଯେ ରତ୍ନଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ରହିଛି ଓ ଏହାର ମରାମତି ନିହାତି ଆବଶ୍ୟକ । ତେବେ ରତ୍ନଭଣ୍ଡାର ଖୋଲିବାରେ ସରକାର କାହିଁକି ଡରୁଛନ୍ତି ବୋଲି ଜଗନ୍ନାଥ ସେନା ପ୍ରଶ୍ନ କରିଛି ।

ଏହା ବି ପଢନ୍ତୁ- Ratna Bhandar Issue; ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ASI, ରତ୍ନଭଣ୍ଡାରର ସଂରକ୍ଷଣ ନିହାତି ଆବଶ୍ୟକ

ଏ ନେଇ ଶ୍ରୀଜଗନ୍ନାଥ ସେନା ଆବାହକ କହିଛନ୍ତି, " ବିଜେଡି ସରକାର ସମୟରେ ରତ୍ନଭଣ୍ଡାରରୁ ରତ୍ନ ଚୋରି ହୋଇ ଯାଇଥିବାରୁ କାଳେ ଭକ୍ତ ଜାଣିଲେ ସରକାର ଭାଙ୍ଗିଯିବ ସେ ଡରରେ ସରକାର ରତ୍ନଭଣ୍ଡାର ଖୋଲା ଯାଉନାହିଁ । ଚାବି ହଜିବା ପରେ ନକଲି ଚାବି ମିଳିବା ପରେ ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । ନକଲି ଚାବି ମିଳିବା ପରେ ରତ୍ନଭଣ୍ଡାର ତୁରନ୍ତ ଖୋଲାଯାଇ ଯାଞ୍ଚ ହେବାର ଆବଶ୍ୟକ ରହିଥିଲା । ହେଲେ ଭିତର ରତ୍ନଭଣ୍ଡାରରେ କେତେ ଅଳଙ୍କାର ତାହା ଯାଞ୍ଚ କରାନଯାଇ କିଭଳି ରତ୍ନ ଅଳଙ୍କାର ସୁରକ୍ଷିତ ଥିବା ସରକାର ହାଇକୋର୍ଟଙ୍କ ନିକଟରେ ମିଥ୍ୟା ସତ୍ୟପାଠ ଦେଲେ ?"

ଶେଷ ଥର ୧୯୭୮ ମସିହା ମେ ୧୩ ତାରିଖରୁ ଜୁଲାଇ ୨୭ ଯାଏଁ ଦୀର୍ଘ ୭୪ ଦିନ ଧରି ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାରର ହିସାବ ରଖାଯାଇଥିଲା । ତେବେ ଆସନ୍ତା ରଥଯାତ୍ରା ସମୟରେ ମାତ୍ର ୯ ଦିନ ଭିତରେ କିଭଳି ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ହିସାବ ସମ୍ଭବ ତାହା ଜଗନ୍ନାଥ ସେନା ପ୍ରଶ୍ନ କରିଛି । ଆସନ୍ତା ରଥଯାତ୍ରା ବେଳକୁ ନିର୍ବାଚନ ଶେଷ ହୋଇଯାଇଥିବ, ଏଣୁ ଲୋକଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ରାଜ୍ୟ ସରକାର ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲି ଯାଞ୍ଚ ପାଇଁ ନିଷ୍ପତ୍ତି ନେବା କେବଳ ଲୋକଙ୍କୁ ଭୁଆଁ ବୁଲାଇବା ଉଦ୍ଦେଶ୍ୟ ବୋଲି ଜଗନ୍ନାଥ ସେନା ଅଭିଯୋଗ କରିଛି ।

ଯଦି ସରକାର ସ୍ବଚ୍ଛ ତେବେ ତୁରନ୍ତ ରତ୍ନଭଣ୍ଡାର ଖୋଲି ଲୋକଙ୍କୁ ମହାପ୍ରଭୁଙ୍କ ସୁନା ଅଳଙ୍କାରର ହିସାବ ଦେବାକୁ ଜଗନ୍ନାଥ ସେନା ଦାବି କରିଛି । ନଚେତ ଆଗାମୀ ଦିନରେ ରାଜ୍ୟର ସବୁ ଜିଲ୍ଲାରେ ଧାରଣା, ବିକ୍ଷୋଭ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କରାଯିବ ବୋଲି ଜଗନ୍ନାଥ ସେନା ଚେତାବନୀ ଦେଇଛି ।

ଇଟିଭି ଭାରତ, ପୁରୀ

Last Updated : Aug 8, 2023, 7:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.