ETV Bharat / state

ପୁରୀ ଆଶ୍ରମରେ ସାଧୁସନ୍ଥ: ତନ୍ତ୍ର ସାଧନା ନା ଲୁଚାଇଛନ୍ତି ପରିଚୟ ? - କଳୁଷିତ ମଠ ପରିବେଶ

ପୁରୀ ଗୁରୁକୃପା ଆଶ୍ରମ ହତ୍ୟାକାଣ୍ଡ ପରେ ଅନ୍ତେବାସୀ ସାଧୁଙ୍କ ପରିଚୟକୁ ନେଇ ଉଠିଲା ପ୍ରଶ୍ନ । ଆଶ୍ରମକୁ ବାହାରୁ ଆସୁଥିବା ବାବାଙ୍କ ରଖାଯାଉନି କୌଣସି ତଥ୍ୟ । ନିଜ ପରିଚୟ ଲୁଚାଇବାକୁ ଆଉ ଆଶ୍ରମରେ ରହୁନାହାନ୍ତି ତ ଅସାଧୁ ବ୍ୟକ୍ତି ? ଦେଖନ୍ତୁ ଏହି ରିପୋର୍ଟ

Etv Bharat
Etv Bharat
author img

By

Published : Aug 1, 2023, 9:11 PM IST

ତନ୍ତ୍ର ସାଧନା ନା ଲୁଚାଇଛନ୍ତି ପରିଚୟ

ପୁରୀ: ଶ୍ରୀଜଗନ୍ନାଥ ଧାମ ପୁରୀରେ ବିଭିନ୍ନ ମଠ ଓ ଆଶ୍ରମକୁ ନେଇ ବିଭିନ୍ନ ମହଲରେ ଏବେ ଉଠିଛି ପ୍ରଶ୍ନ । ବିଭିନ୍ନ ମଠ ଓ ଆଶ୍ରମରେ ଅନେକ ଅପରାଧ ଶ୍ରେଣୀର ବ୍ୟକ୍ତି ସାଧୁ ବେଶ ଧରି ରହିବା ସହ ଜଘନ୍ୟ ଅପରାଧରେ ମଧ୍ୟ ସମ୍ପୃକ୍ତ ରହୁଛନ୍ତି । ପୁରୀ ଲୋକନାଥ ରୋଡ଼ ଗୁରୁକୃପା ଆଶ୍ରମରେ ୨ଜଣ ବାବାଙ୍କୁ ଜଣେ ବାବା ଅତି ବିଭତ୍ସ ଭାବେ ହତ୍ୟା କରିବା ପରେ ସହରରେ ବିଭିନ୍ନ ମଠରେ ରହୁଥିବା ଅନ୍ତେବାସୀ ଓ ସାଧୁଙ୍କୁ ନେଇ ଉଠିଛି ପ୍ରଶ୍ନ । ଅପରାଧ ଶ୍ରେଣୀର ବ୍ୟକ୍ତିଙ୍କ ଯୋଗୁଁ ମଠ ଓ ଆଶ୍ରମରେ ଚାଲୁଛି କଳାଧନ୍ଦା । ଫଳରେ କଳୁଷିତ ହୋଇଛି ଆଶ୍ରମର ଆଧ୍ୟାତ୍ମିକ ପରିବେଶ । ଏଣୁ ଯେଉଁ ବ୍ୟକ୍ତି ଆଶ୍ରମ ବା ମଠକୁ ରହିବାକୁ ଆସୁଛନ୍ତି ସେମାନଙ୍କ ପରିଚୟ ପତ୍ର ସହ ସବିଶେଷ ତଥ୍ୟ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ଅନେକ ମଠ ଏବଂ ଆଶ୍ରମରେ ବାହାରୁ ଆସି ରହୁଥିବା ସାଧୁ ଓ ବ୍ୟକ୍ତିବିଶେଷଙ୍କ କୌଣସି ତଥ୍ୟ ରଖାଯାଉନଥିବା ଅଭିଯୋଗ ହୋଇଛି । ଅନେକ ବ୍ୟକ୍ତି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥାଇ ନିଜକୁ ଆତ୍ମଗୋପନ କରିବା ପାଇଁ ମଠ ଓ ଆଶ୍ରମରେ ନିଜ ନାମ ବଦଳାଇ ବାବା ବେଶରେ ରହୁଥିବା ଅଭିଯୋଗ ହୋଇଛି । ଏହି ଅପରାଧ ଶ୍ରେଣୀର ବ୍ୟକ୍ତିମାନଙ୍କ ଯୋଗୁଁ ବିଭିନ୍ନ ମଠ ଓ ଆଶ୍ରମରେ ବେଆଇନ କାର୍ଯ୍ୟକଳାପ ଏବଂ କଳାଧନ୍ଦା ଚାଲିଥିବା ଫଳରେ ଆଶ୍ରମର ଆଧ୍ୟାତ୍ମିକ ପରିବେଶ କଳୁଷିତ ହେଉଛି । ବିଭିନ୍ନ ମଠ ଆଶ୍ରମରୁ ଅପରାଧିକ କାର୍ଯ୍ୟକଳାପ ଅପରେଟ୍ ହେଉଥିବା ବେଳେ ଏହାକୁ ରୋକ ଲଗାଇବା ପାଇଁ ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ଥାନା ଅଧୀନରେ ଥିବା ମଠ ଆଶ୍ରମର ତଥ୍ୟ ରଖାଯିବା ସହ ମଠଗୁଡ଼ିକରେ କିଭଳି ଅପରିଚିତ ବ୍ୟକ୍ତି ରହିବେ ନାହିଁ ସେନେଇ ବିଭିନ୍ନ ମଠ ଓ ଆଶ୍ରମର‌ ମହନ୍ତ ଓ ପରିଚାଳକମାନଙ୍କୁ ପୋଲିସ ପରାମର୍ଶ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ଓ ରାଜନୈତିକ ବ୍ୟକ୍ତିବିଶେଷ କହିଛନ୍ତି ।

ଏ ନେଇ ଉତ୍ତର ପାର୍ଶ୍ଵ ମଠ ମହନ୍ତ ନାରାୟଣ ରାମାନୁଜ ଦାସ କହିଛନ୍ତି, "ଯିଏ ବି ଆଶ୍ରମ ବା ମଠକୁ ରହିବାକୁ ଆସୁଛି, ତାର ପରିଚୟ ପତ୍ର ରଖାଯାଉ । ମଠ ମହନ୍ତ ହୁଅନ୍ତୁ କି ପରିଚାଳକ ଏହାକୁ ସଂଗ୍ରହ କରନ୍ତୁ । କାରଣ ଆଜିକାଲି ଅସାଧୁ ବ୍ୟକ୍ତିମାନେ ମୁଣ୍ଡରେ ଚିତା ଲଗାଇ ସାଧୁ ବାବା ବେଶରେ ମଠରେ ଆଶ୍ରୟ ନେଉଛନ୍ତି । ଯାହାଦ୍ବାରା ଅପରାଧିକ କାର୍ଯ୍ୟ ବଢୁଛି । ଏ ଦିଗରେ ପୋଲିସ ମଧ୍ୟ ଯତ୍ନବାନ ହେବା ଆବଶ୍ୟକ ।"

ଏହା ବି ପଢନ୍ତୁ- ପୁରୀରେ ବଢୁଛି ଅପରାଧ, ଗରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଓ ବୋମାମାଡ଼ ଘଟଣାରେ 6 ଗିରଫ

ଆଧ୍ୟାତ୍ମିକ ତଥା ଧାର୍ମିକ ନଗର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀରେ ଛୋଟବଡ଼ ମିଶି ୪୦୦ ମଠ ଏବଂ ଆଶ୍ରମ ରହିଛି । ତେବେ ସେଗୁଡ଼ିକର ତଦାରଖ ରାଜ୍ୟ ଦେବତ୍ତୋର ବିଭାଗ ପକ୍ଷରୁ କରାଯାଉଛି । ଏବେ ସମୟ ବଦଳିବା ସହ ବିଭିନ୍ନ ମଠ ଆଶ୍ରମ‌ଗୁଡିକରେ ଅନେକ ବେଆଇନ କାର୍ଯ୍ୟକଳାପ ବଢ଼ି ଚାଲିଛି । କେତେକ ମଠର ମହନ୍ତ ଏବଂ ଆଶ୍ରମର ପରିଚାଳକ ନିଜର ସ୍ବାର୍ଥ ହାସଲ ପାଇଁ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡିତ ଥିବା ବ୍ୟକ୍ତିମାନଙ୍କୁ ନିଜର ଛତ୍ରଛାୟା ତଳେ ରଖିବା ପାଇଁ ଆଶ୍ରମରେ ସ୍ଥାନ ଦେଇଛନ୍ତି । ଫଳରେ ଆଶ୍ରମଗୁଡିକର ପରିବେଶ ନଷ୍ଟ ହେଉଥିବା ବେଳେ ବିଭିନ୍ନ ବାଦବିବାଦ ଲାଗି ରହୁଛି । ତେଣୁ ପୋଲିସ ତୁରନ୍ତ ମଠ ଆଶ୍ରମଗୁଡିକର ସ୍ଥିତି ଯାଞ୍ଚ କରୁ ବୋଲି ଦାବି ହୋଇଛି । ସେପଟେ ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟଣା ପରେ ଏହାକୁ ବେଶ ଗୁରୁତର ସହ ନେଇଛି ପୋଲିସ । ଆଗାମୀ ଦିନରେ ଆଶ୍ରମଗୁଡିକର ତଥ୍ୟ ହାସଲ କରାଯାଇ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ସିଟି ଡିଏସପି କହିଛନ୍ତି ।

ଏହା ବି ପଢନ୍ତୁ- ଗୁରୁକୃପା ଆଶ୍ରମରେ ଜଘନ୍ୟକାଣ୍ଡ, କାଠ ଫାଳିଆରେ ପିଟିପିଟି ବାବାଙ୍କୁ ହତ୍ୟା କଲେ ଆଉ ଜଣେ ବାବା

କିଛି ଅପରାଧ ଶ୍ରେଣୀର ବ୍ୟକ୍ତି ନିଜକୁ ସୁରକ୍ଷିତ ରଖିବା ସହ ପୋଲିସ ନଜରରୁ ଦୂରେଇ ରହିବା ପାଇଁ ନିଜ ନାମ ବଦଳାଇ ଛଦ୍ମ ବେଶରେ ବାବା ଭାବେ ସହରର ବିଭିନ୍ନ ମଠ ଓ ଆଶ୍ରମରେ ଦୀର୍ଘ ବର୍ଷ ହେବ ଆସ୍ଥାନ ଜମାଇଛନ୍ତି । ତେବେ ଗୁରୁକୃପା ଆଶ୍ରମରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡ ଭଳି ଅଘଟଣ ଆଗାମୀ ଦିନରେ ଯେଭଳି ଅନ୍ୟ କୌଣସି ମଠ ଓ ଆଶ୍ରମରେ ପୁନରାବୃତ୍ତି ନହୁଏ ସେ ଦିଗରେ ପୋଲିସ ଦାୟିତ୍ବବାନ ହୋଇ ଏହି ଅପରାଧ ପ୍ରଭୃତିର ବ୍ୟକ୍ତିଙ୍କୁ ତୁରନ୍ତ ଚିହ୍ନଟ ସହ ବେଆଇନ କାର୍ଯ୍ୟ କରୁଥିବା ମଠ ଓ ଆଶ୍ରମର କର୍ତ୍ତୃପକ୍ଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.