ETV Bharat / state

ମହାପ୍ରଭୁଙ୍କ କୁମାର ପୂର୍ଣ୍ଣିମା ନୀତି, ଶ୍ରୀକ୍ଷେତ୍ର ଚଳଚଞ୍ଚଳ - ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ କୁମାର ପୂର୍ଣ୍ଣିମା ନୀତି

କୁମାର ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ମହାଲକ୍ଷ୍ମୀଙ୍କ ସହିତ ଜୁଆ ଖେଳରେ ହାରିଯାଇଥିବାରୁ ଲକ୍ଷ୍ମୀ ମନ୍ଦିରରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମାଧବ ସାତଦିନ ପର୍ଯ୍ୟନ୍ତ ବନ୍ଧା ରହିଥାନ୍ତି । ଅଧିକ ପଢନ୍ତୁ...

ମହାପ୍ରଭୁଙ୍କ କୁମାର ପୂର୍ଣ୍ଣିମା ନୀତି ନେଇ ଶ୍ରୀକ୍ଷେତ୍ର ଚଳଚଞ୍ଚଳ

author img

By

Published : Oct 20, 2021, 10:21 PM IST

ପୁରୀ: କୁମାର ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଜି (ବୁଧବାର) ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ମହାଲକ୍ଷ୍ମୀଙ୍କ ସହିତ ଜୁଆ ଖେଳରେ ହାରିଯାଇଥିବାରୁ ଲକ୍ଷ୍ମୀ ମନ୍ଦିରରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମାଧବ ସାତଦିନ ପର୍ଯ୍ୟନ୍ତ ବନ୍ଧା ରହିଥାନ୍ତି ।

ସେପଟେ ଆସନ୍ତାକାଲିଠାରୁ କାର୍ତ୍ତିକ ବ୍ରତଧାରୀ ମାନେ ସଙ୍କଳ୍ପ ନେବା ପରେ ବ୍ରତ ଆରମ୍ଭ କରିବେ। ଭକ୍ତମାନେ କୋଭିଡ କଟକଣା ଅନୁପାଳନ କରି ଶୃଙ୍ଖଳିତ ଦର୍ଶନ ସହ ସୁରୁଖୁରୁରେ ମହାପ୍ରସାଦ ପାଇପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି।

ମହାପ୍ରଭୁଙ୍କ କୁମାର ପୂର୍ଣ୍ଣିମା ନୀତି ନେଇ ଶ୍ରୀକ୍ଷେତ୍ର ଚଳଚଞ୍ଚଳ

ଶ୍ରୀକ୍ଷେତ୍ରରେ ବାର ମାସରେ ତେର ପର୍ବ ଅନୁଷ୍ଠିତ ହୋଇଥାଏ ମହାପ୍ରଭୁଙ୍କର । ସେଥିମଧ୍ୟରୁ ଆଜି କୁମାର ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ପରମ୍ପରା ଅନୁଯାୟୀ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟ ଶେଯ ଘରେ ବିଜେ କରାଯାଇଥାଏ । ଏହାପରେ ଆଜ୍ଞାମାଳ ପାଇ ଶ୍ରୀସୁଦର୍ଶନ ଚାରି ଆଶ୍ରମ ବିଜେ କରିବା ସହ ପଂକ୍ତିଭୋଗ ଓ ବନ୍ଦାପନା ନୀତି ସରିବା ପରେ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରତ୍ୟବର୍ତ୍ତନ କରନ୍ତି । ବଡ଼ସିଂହାର ଭୋଗ ସରିଲେ ରତ୍ନସିଂହାସନ ତଳେ ଓ ଉପରେ ଶକଟା, ପଶା ଓ କଉଡ଼ି ଖେଳ ହୋଇଥାଏ ।

ଶ୍ରୀମନ୍ଦିରର ପରମ୍ପରାରେ ଏହା ଦ୍ୟୁତି କ୍ରୀଡ଼ା ଉତ୍ସବ ନାମରେ ଅଭିହିତ । ସର୍ତ୍ତ ଅନୁଯାୟୀ ଏହି ଦ୍ୟୂତି କ୍ରୀଡ଼ାରେ ମା’ ମହାଲକ୍ଷ୍ମୀଙ୍କ ଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ହାରିଯାଇଥିବାରୁ ଲକ୍ଷ୍ମୀ ମନ୍ଦିରରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ମାଧବ ସାତଦିନ ପର୍ଯ୍ୟନ୍ତ ବନ୍ଧା ରହିବେ । ଅଷ୍ଟମୀ ଦିନ ଅବକାଶ ପୂଜା ସମୟରେ ପୁନଃ ମାଧବ ସିଂହାସନରେ ବିଜେ କରିବେ । ମହାପ୍ରଭୁଙ୍କ ତରଫରୁ ପ୍ରତିନିଧି ମୁଦିରସ୍ତ ଓ ଲକ୍ଷ୍ମୀଙ୍କ ପ୍ରତିନିଧି ଭିତରଛୁ ମହାପାତ୍ର ୨୧ଟି ହିଙ୍ଗୁଳ, ୨୧ଟି ରୂପା କଉଡ଼ି, ପଶା ଶକଟା ଖେଳମାନ ଖେଳିଥାନ୍ତି । ସେପଟେ କୁମାର ପୂର୍ଣ୍ଣିମାରେ ଆଜି ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭ ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.