ETV Bharat / state

କାର୍ତ୍ତିକ ମାସରେ ମିଳିବ ମହାପ୍ରସାଦ, ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା - to get Mahaprasad in the month of Kartik

କୋଭିଡ କଟକଣା ହେତୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । କିନ୍ତୁ ଭକ୍ତମାନେ ଯେପରି ମହାପ୍ରସାଦରୁ ବଞ୍ଚିତ ହେବେନି, ସେନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି ।

Kartik
ମହାପ୍ରସାଦ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
author img

By

Published : Oct 30, 2020, 5:24 PM IST

Updated : Oct 30, 2020, 6:54 PM IST

ପୁରୀ: ଧର୍ମମାସ କାର୍ତ୍ତିକରେ ଶ୍ରୀଜିଉଙ୍କ ମହାପ୍ରସାଦ ପାଇବେ ସମସ୍ତ ଶ୍ରଦ୍ଧାଳୁ । ହବିଷ୍ୟାଳୀ ଓ ଶ୍ରଦ୍ଧାଳୁ ପାଇଁ ସହଜରେ ମିଳିବ ମହାପ୍ରସାଦ । କୋଭିଡ କଟକଣା ହେତୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । କିନ୍ତୁ ଭକ୍ତମାନେ ଯେପରି ମହାପ୍ରସାଦରୁ ବଞ୍ଚିତ ହେବେନି, ସେନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି ।

Kartik
କାର୍ତ୍ତିକ ମାସରେ ଭକ୍ତଙ୍କୁ ମିଳିବ ମହାପ୍ରସାଦ,

କାର୍ତ୍ତିକ ବ୍ରତ ରଖୁଥିବା ହବିଷ୍ୟାଳି ଓ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ଶ୍ରୀମନ୍ଦିରର ଉତ୍ତର ଓ ଦକ୍ଷିଣ ଦ୍ବାର ଠାରେ ଟୋକନ ମାଧ୍ୟମରେ ମହାପ୍ରସାଦ ନେବାକୁ ବ୍ୟବସ୍ଥା କରାଯାଇଛି । ପୁରୀ ଉପଜିଲ୍ଲାପାଳ ଏନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ମହାପ୍ରସାଦ ପାଇଁ ଦୁଇଟି ଅସ୍ଥାୟୀ ଶିବିର ନିର୍ମାଣ କରାଯାଇଛି ।

ମହାପ୍ରସାଦ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ସୁଆର ଓ ମହାସୁଆର ନିଯୋଗ ପ୍ରତିନିଧିଙ୍କ ଜରିଆରେ ମହାପ୍ରସାଦ ଯୋଗାଇ ଦିଆଯିବ । କେବଳ ସେତିକି ନୁହେଁ, କିଭଳି ଅଧିକ ସୁବିଧାରେ ମହାପ୍ରସାଦ ମିଳିପାରିବ ସେନେଇ ମଧ୍ୟ ଦୃଷ୍ଟି ଦିଆଯାଉଛି । ସେହିପରି ବରାଦୀ ଅବଢ଼ା ପାଉଁ ସୁଆର ମହାସୁଆର ନିଯୋଗର ନମ୍ବର ମାଧ୍ୟମରେ ପୂର୍ବଭଳି ଭକ୍ତ ମହାପ୍ରସାଦ ପାଇପାରିବେ ।

ସେହିପରି ମହାପ୍ରସାଦ ଦର ଯେଭଳି ଅଧିକ ନରହିବ ସେନେଇ, ପ୍ରଶାସନ ପକ୍ଷରୁ ସୁଆର ମହାସୁଆର ନିଯୋଗ ସହିତ ଆଲୋଚନା କରାଯାଇଛି । ତେବେ ଚଳିତବର୍ଷ କୋଭିଡ ସଂକ୍ରମଣ ଅଶଙ୍କାକୁ ଦେଖି ଶ୍ରୀକ୍ଷେତ୍ର ପୁରୀକୁ ହବିଷ୍ୟାଳୀ ବ୍ରତ କରିବା ପାଇଁ ନଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

କୋଭିଡ ସମୟରେ ବ୍ରତ ନେଇ ଜନଗହଳି ହେବାର ସମ୍ଭାବନା ଥିବାରୁ ସଂକ୍ରମଣ ଅଶଙ୍କା ରହିଛି । ଏଣୁ ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି । ଏହାସହ ବୟସାଧିକ ବୃଦ୍ଧା ଏହି ବ୍ରତ ପାଳନ କରୁଥିବାରୁ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ଘରେ ରହି ବ୍ରତ ପାଳିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 30, 2020, 6:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.