ETV Bharat / state

ଶ୍ରୀମନ୍ଦିରରେ ମା'ଙ୍କ ଷୋଡଶ ପୂଜାର୍ଚ୍ଚନା ଆରମ୍ଭ - 24 ଜଣ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟବରଣ କଲେ ଗଜପତି ମହାରାଜ ରାଜଗୁରୁ

ଶ୍ରୀମନ୍ଦିରରେ ମା' ବିମଳାଙ୍କ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଯାଇଛି । ଗଜପତି ମହାରାଜ ରାଜଗୁରୁ 24 ଜଣ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟବରଣ କରି ଦେବୀ ପୀଠମାନଙ୍କରେ ଷୋଡଶ ଦିନାତ୍ମକ ପୂଜାର୍ଚ୍ଚନା ପାଇଁ ଆମନ୍ତ୍ରଣ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Sep 22, 2019, 6:35 PM IST

ପୁରୀ: ଆସୁଛି ଦଶହରା । ଆଉ ଦିନ କେଇଟା ପରେ ଧରାପୃଷ୍ଠରେ ଅବତରଣ କରିବେ ଜଗତଜନନୀ ମା' ଦୁର୍ଗା । ଏଥିପାଇଁ ଗାଁଠୁ ସହର ଚଳଚଞ୍ଚଳ । ଏହି କ୍ରମରେ ରବିବାର ଠାରୁ ଶ୍ରୀମନ୍ଦିରରେ ମା' ବିମଳାଙ୍କ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଶନିବାର ଶ୍ରୀକ୍ଷେତ୍ରରେ ସହସ୍ରାକୁମ୍ଭାଭିଷେକ ନୀତି ପରେ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ବିମଳାଙ୍କୁ ନିଦ୍ରାରୁ ଜାଗ୍ରତ କରାଯାଇ ଘଟସ୍ଥାପନ ଓ ଦେବୀ ଉତ୍ଥାପନ ଆଦି ବହୁବିଧ କର୍ମ ସମ୍ପାଦିତ କରାଯାଇଛି । ରବିବାର ଶ୍ରୀନଅର ଭିତରେ ଗଜପତି ମହାରାଜ ରାଜଗୁରୁ 24 ଜଣ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟବରଣ କରି ଦେବୀ ପୀଠମାନଙ୍କରେ ଷୋଡଶ ଦିନାତ୍ମକ ପୂଜାର୍ଚ୍ଚନା ପାଇଁ ଆମନ୍ତ୍ରଣ କରିଛନ୍ତି । ସେପଟେ ଶାରଦୀୟ ପୂଜା ପାଇଁ ସର୍ବତ୍ର ମା ଦୁର୍ଗାଙ୍କ ପୂଜା ଚାଲୁଥିବା ବେଳେ ଶ୍ରୀମନ୍ଦିରରେ ଶାକ୍ତ ଓ ଶକ୍ତିଙ୍କ ଉପାସନା ସ୍ବରୂପ ଦୁର୍ଗାମାଧବଙ୍କୁ ଏକତ୍ର ପୂଜାର୍ଚ୍ଚନା କରିବାର ପରମ୍ପରା ରହିଛି ।

ତେବେ ଏହି ଷୋଡଶ ଉପଚାର ପୂଜା ସମୟରେ ବିମଳାଙ୍କ ପୀଠକୁ ମହିଳାମାନଙ୍କ ଦର୍ଶନରେ ବାରଣ କରାଯାଇଛି । ହବିଷ୍ୟାନ୍ନ ଖାଇ ଏଠି ସ୍ବତନ୍ତ୍ର ଭାବେ ଶ୍ରୀମନ୍ଦିର ସହ ଜଡିତ ପୀଠମାନଙ୍କର ପୂଜାର୍ଚ୍ଚନା କରିଥାନ୍ତି ଏହି ବରଣ ବ୍ରାହ୍ମଣ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଦେବୀ ବିମଳା ଙ୍କ ଷୋଳ ପୂଜାBody:ଶାରଦୀୟ ଦୁର୍ଗାପୁଜା ଅବସରରେ ଦେବୀ ପୀଠ ଗୁଡିକ ରେ ଷୋଡଶ ଉପଚାର ପୁଜା ଆଜି ଠାରୁ ଆରମ୍ଭ ହେଉଛି । ଏହା ସହିତ ଗତକାଲି ଶ୍ରୀମନ୍ଦିରରେ ସହସ୍ରାକୁମ୍ଭାଭିଷେକ ପରେ ନିଦ୍ରାରୁ ଜାଗ୍ରତ କରାଯାଇ ଘଟସ୍ଥାପନ ସହିତ ଦେବୀ ଉତ୍ଥାପନ ନୀତିରେ ଆବାହନ କରାଯାଇଛି । ଆଉ ଆଜି ଶ୍ରୀନଅର ଭିତରେ ଗଜପତି ମହାରାଜ 24 ଜଣ ବ୍ରାହ୍ଣଙ୍କୁ ଆଚାର୍ଯ୍ୟବରଣ କରି ଦେବୀ ପୀଠମାନଙ୍କରେ ଷୋଡଶଦିନାତ୍ମକ ପୁଜାର୍ଚନା ପାଇଁ ଆମନ୍ତ୍ରଣ କରିଥାନ୍ତି । ସେପଟେ ଶାରଦୀୟ ପୁଜା ଅବସରରେ ସର୍ବତ୍ର ମା ଦୁର୍ଗାଙ୍କ ପୁଜା ଚାଲୁଥିବା ବେଳେ ଶ୍ରୀମନ୍ଦିରରେ ଦୁର୍ଗାମାଧବ ଏକତ୍ର ଉପାସନାର ପରମ୍ପରା ରହିଛି । ଶ୍ରୀମନ୍ଦିରରେ ଆଜିଠାରୁ ଶାକ୍ତ ଓ ଶକ୍ତିଙ୍କ ଉପାସନା ସ୍ୱରୁପ ଦୁର୍ଗାମାଧବଙ୍କୁ ପୁଜାର୍ଚ୍ଚନା କରାଯାଇଛି । ଶ୍ରୀମନ୍ଦିରରେ କ୍ଷେତ୍ରାଧୀଶ୍ୱରୀ ଦେବୀ ବିମଳାଙ୍କର ସହସ୍ରାକୁମ୍ଭାଭିଷେକ ସମ୍ପନ୍ନ ହେବା ସହିତ ଦେବ୍ୟୁତଥାପନ ନୀତି ଶେଷ ହୋଇଛି । ଏହା ସହିତ ଗତକାଲି ଶ୍ରୀମନ୍ଦିରରେ ମାଙ୍କୁସହସ୍ରାକୁମ୍ଭାଭିଷେକ ପରେ ନିଦ୍ରାରୁ ଜାଗ୍ରତ କରାଯାଇ ଘଟସ୍ଥାପନ ସହିତ ଦେବୀ ଉତ୍ଥାପନ ନୀତିରେ ଆବାହନ କରାଯାଇଛି । ଆଉ ଆଜି ଶ୍ରୀନଅର ଭିତରେ ଗଜପତି ମହାରାଜଙ୍କ ପକ୍ଷରୁ ରାଜଗୁରୁ , ରାଜପୋରିହତ 24 ଜଣ ବ୍ରାହ୍ଣଙ୍କୁ ଆଚାର୍ଯ୍ୟବରଣ କରି ଦେବୀ ପୀଠମାନଙ୍କରେ ଷୋଡଶଦିନାତ୍ମକ ପୁଜାର୍ଚନା ପାଇଁ ଆମନ୍ତ୍ରଣ କରିଥାନ୍ତି । ପୌରାଣିକ ତଥ୍ୟ ଅନୁଯାୟୀ ଭୌରବ ଜଗନ୍ନାଥଙ୍କ ସହ ଭୌରବୀ ଶକ୍ତି ମା ବିମଳାଙ୍କର ହୋଇଥାଏ ପୁଜାର୍ଚ୍ଚନା । । ଏହି ଶାରଦୀୟ ପୁଜା ପାଇଁ ଶ୍ରୀମନ୍ଦିରରେ ମା ବିମଳାଙ୍କ ପୀଠ ସହିତ ପୁରୀର ଅନ୍ୟାନ୍ୟ ପ୍ରତିଷ୍ଠିତ ଶକ୍ତି ପୀଠରେ ଶାରଦୀୟ ପୁଜା କରିବା ପାଇଁ ଶ୍ରୀନଅରକୁ ବ୍ରାହ୍ଣଣମାନଙ୍କୁ ଆମନ୍ତ୍ରଣ କରାଯାଇଛି । ଶ୍ରୀନଅରରେ ଗଜପତି ମହାରାଜଙ୍କୁ ଶ୍ରୋତ୍ରୀୟ ବ୍ରାହ୍ଣଣମାନଙ୍କୁ ଆଚାର୍ଯ୍ୟପଦରେ ବରଣକରିଥାନ୍ତି । ସେପଟେ ଶାରଦୀୟ ପୁଜା ଅବସରରେ ସର୍ବତ୍ର ମା ଦୁର୍ଗାଙ୍କ ପୁଜା ଚାଲୁଥିବା ବେଳେ ଶ୍ରୀମନ୍ଦିରରେ ଦୁର୍ଗାମାଧବ ଏକତ୍ର ଉପାସନାର ପରମ୍ପରା ରହିଛି । ଶ୍ରୀମନ୍ଦିରରେ ଆଜିଠାରୁ ଶାକ୍ତ ଓ ଶକ୍ତିଙ୍କ ଉପାସନା ସ୍ୱରୁପ ଦୁର୍ଗାମାଧବଙ୍କୁ ପୁଜାର୍ଚ୍ଚନା କରାଯାଇଛି । ଏହି ଉତ୍ସବ ଉପଲକ୍ଷେ ରାଜଗୁରୁ ଦେଉଳ ପୁରୋହିତ ଓ ଅନ୍ୟାନ୍ୟ ପଣ୍ଡିତମାନଙ୍କୁ ଗଜପତିଙ୍କ ହାତଛୁଆଁ ନଡିଆ ଓ ବସ୍ତ୍ର ପ୍ରଦାନ କରି ପୁଜା ପାଇଁ ବରଣ କରିଛନ୍ତି। ପ୍ରଥମ କରି ଶ୍ରୀମନ୍ଦିରର ଥିବା ମା ବିମଳାଙ୍କ ପୁଜା ପାଇଁ ପ୍ରଥମ ବ୍ରାହ୍ଣଣଙ୍କୁ ପରମ୍ପରା ମୁତାବକ ରାଜଗୁରୁ ଓ ରାଜପୁରୋହିତ ମନ୍ତ୍ରପାଠ ଦ୍ବାରା ବରଣ କରିଥାନ୍ତି । ଏହାପରେ ଦକ୍ଷିଣକାଳୀ , ଶ୍ୟାମାକାଳୀ , ରାମଚଣ୍ଡୀ , ହରଚଣ୍ଡୀ ଆଦି ପୀଠମାନଙ୍କର ବ୍ରାହ୍ଣଣମାନଙ୍କୁ ଯଥାରୀତୀ ଅନୁସାରେ 24 ଜଣ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟବରଣ କରାଯାଇଛି । ଏହି ଶାରଦୀୟ ପୁଜା ସମୟରେ ମା ବିମଳାଙ୍କର ଷୋଡଶଉପଚାର ପୁଜା ସହିତ ଅନୁକଳ୍ପ ବିଧାନରେ ପଂଚ ମ କାର ପୁଜାର୍ଚନା କରାଯାଇଥାଏ । ଏହି ସମୟରେ ବିମଳା ପୀଠକୁ ମହିଳାମାନଙ୍କର ଦର୍ଶନ ବାରଣ କରାଯାଇଥାଏ । ବିଶ୍ୱର କଲ୍ୟାଣ ଓ ସମସ୍ତଙ୍କର ମଙ୍ଗଳକାମନା କରି ଶୋସ୍ତ୍ରୀୟ ବ୍ରାହ୍ଣଣମାନେ ପୀଠମାନଙ୍କର ଏହି ପୁଜା କରୁଥିବା ବେଳେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରରେ ଦୁର୍ଗାମାଧବଙ୍କର ଉପାସନାର ପରମ୍ପରା ରହିଛି । ତେଣୁ ହବିଷ୍ୟାନ୍ନ ଖାଇ ଏଠି ସ୍ୱତନ୍ତ୍ର ଭାବେ ଶ୍ରୀମନ୍ଦିର ସହ ଜଡିତ ପୀଠମାନଙ୍କର ପୁଜା କରିଥାନ୍ତି ଏହି ବରଣ ବ୍ରାହ୍ଣଣମାନେ ।

ବାଇଟ ,, ଦେବୀ ପ୍ରସାଦ ରାଜଗୁରୁ ,, ଗଜପତି ଙ୍କ ରାଜଗୁରୁConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ଭିଯୁଆଲ ବାଇଟ ଯାଇଛି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.