ETV Bharat / state

ରାତି ପାହିଲେ ରଥଯାତ୍ରା, ନୀତି ନିର୍ଘଣ୍ଟ ସଠିକ ପାଳନ ନେଇ ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ

author img

By

Published : Jul 11, 2021, 10:02 PM IST

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି । ନିର୍ଦ୍ଧାରିତ ସମୟରେ ସମସ୍ତ ନୀତି ଶେଷ କରିବା ନେଇ ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ ଡ.କ୍ରିଷନ କୁମାର । ଅଧିକ ପଢନ୍ତୁ...

ରାତି ପାହିଲେ ରଥଯାତ୍ରା, ନୀତି ନିର୍ଘଣ୍ଟ ସଠିକ ପାଳନ ନେଇ ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ
ରାତି ପାହିଲେ ରଥଯାତ୍ରା, ନୀତି ନିର୍ଘଣ୍ଟ ସଠିକ ପାଳନ ନେଇ ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି । ସ୍ଥିରୀକୃତ ହୋଇଥିବା ନୀତିକାନ୍ତି ଅନୁଯାୟୀ ସବୁ କିଛି ସହଳ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶାବ୍ୟକ୍ତ କରିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଚଳିତ ବର୍ଷ ରଥଯାତ୍ରା ମଧ୍ୟ ସଫଳତାରେ ଅୟୋଜନ ହେବ ବୋଲି ଆଶା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷନ କୁମାର ।

ଅନ୍ୟପଟେ ଶ୍ରୀମନ୍ଦିରର ଲେଜର ସ୍କାନିଂ ଲାଗି ଅନୁମତି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଗର୍ଭଗୃହର ଲେଜର ସ୍କାନିଂ ନ କରିବାକୁ ନିଷ୍ପତ୍ତି ହୋଇଛି । ନାଟ ମଣ୍ଡପ, ଜଗମୋହନ ଓ ଭୋଗ ମଣ୍ଡପର ହେବ ଲେଜର ସ୍କାନିଂ । ଲେଜର ସ୍କାନିଂର ତଦାରଖ ଲାଗି ଏକ ସେବାୟତ କମିଟି ମଧ୍ୟ ଗଠନ ହୋଇଛି । ଆସନ୍ତା ୧୪ରୁ ଆରମ୍ଭ ହେବ ଲେଜର ସ୍କାନିଂ। ଏହା ଦ୍ବାରା ମନ୍ଦିରରେ କଣ ସ୍ଥିତି ରହିଛି ଜଣାପଡିବ । ଲେଜର ସ୍କାନିଂରୁ ସୁଫଳ ମିଳିଲେ ତାହା ଅନୁଧ୍ୟାନ କରାଯାଇ ଆସନ୍ତା ବର୍ଷ ଗର୍ଭ ଗୃହର ଲେଜର ସ୍କ୍ରିନିଂ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

ଅନ୍ୟପଟେ ରୂପାରେ ଆଚ୍ଛାଦିତ ହେବ ଶ୍ରୀମନ୍ଦିରର ୮ ଟି ଦ୍ବାର। ଏଥିଲାଗି ଅଢ଼େଇ ଟନ ରୂପା ବିନିଯୋଗ ହେବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଜୟବିଜୟ ଦ୍ବାର, କଳାହାଟ ଦ୍ବାର ଏବଂ ବେହରଣ ଦ୍ବାର ସହ ମହାଲକ୍ଷ୍ମୀଙ୍କ ଗର୍ଭ ଦ୍ବାର, ବିମଳା ସାତପାହାଚ, ନୃସିଂହ ଏବଂ ପଶ୍ଚିମ ଭୋଗମଣ୍ଡପ ଦ୍ବାରରେ ରୂପାରେ ଛାଉଣୀ ହେବ । ତେବେ ଗୋଟିଏ କବାଟ ସମ୍ପୂର୍ଣ୍ଣ ସାରିଯାଇଛି । ଏହାକୁ ପ୍ରଥମେ ଲଗାଯିବା ପରେ ସ୍ଥିତି ଦେଖି ଅନ୍ୟ ଦ୍ବାର ଗୁଡ଼ିକରେ ରୂପା ଛାଉଣି କାମ ଆରମ୍ଭ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.