ETV Bharat / state

ପୁରୀ ଗସ୍ତରେ ସଂଜୟ ସିଂ: ବିଜେଡି ସରକାର ନୀତିକୁ ଆପର କଡା ସମାଲୋଚନା - ପୁରୀରେ ସଂଜୟ ସିଂ

ଆମ ଆଦମୀ ପାର୍ଟିର ଓଡିଶା ପ୍ରଭାରୀ ସଂଜୟ ସିଂ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଆସନ୍ତା ପଞ୍ଚାୟତ ନିର୍ବାଚନରେ ଆପ ଓଡିଶାରେ ନିର୍ବାଚନ ଲଢ଼ିବ ବୋଲି ଆପର ଓଡିଶା ପ୍ରଭାରୀ ସଂଜୟ ସିଂ କହିଛନ୍ତି । ଅଧିକ ପଢନ୍ତୁ...

ପୁରୀ ଗସ୍ତରେ ସଂଜୟ ସିଂ: ବିଜେଡି ସରକାର ନୀତିକୁ ଆପର କଡା ସମାଲୋଚନା

author img

By

Published : Oct 28, 2021, 7:02 PM IST

ପୁରୀ: ଆମ ଆଦମୀ ପାର୍ଟିର ଓଡିଶା ପ୍ରଭାରୀ ସଂଜୟ ସିଂ ଆଜି(ଗୁରୁବାର) ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇ ସେ ଆନନ୍ଦ ଅନୁଭବ କରିଥିବା କହିଛନ୍ତି । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ଓଡିଶା ଶାସନ ସ୍ଥିତି ଓ ଆପର ଓଡିଶାରେ ଆଗାମୀ ଦିନରେ କ’ଣ ରହିଛି ଯୋଜନା ସେ ନେଇ ମତ ରଖିଥିଲେ। ଆସନ୍ତା ପଞ୍ଚାୟତ ନିର୍ବାଚନରେ ଆପ ଓଡିଶାରେ ନିର୍ବାଚନ ଲଢ଼ିବ ବୋଲି ଆପର ଓଡିଶା ପ୍ରଭାରୀ ସଂଜୟ ସିଂ କହିଛନ୍ତି । ସେ ବିଜେଡି ସରକାରଙ୍କ ନୀତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ।

ପୁରୀ ଗସ୍ତରେ ସଂଜୟ ସିଂ: ବିଜେଡି ସରକାର ନୀତିକୁ ଆପର କଡା ସମାଲୋଚନା

ଯେଉଁଭଳି ଭାବେ ସରକାର ଓଡ଼ିଶାରେ ୧୪ ହଜାର ସରକାରୀ ସ୍କୁଲ ବନ୍ଦ କଲେ, ତାକୁ ନେଇ ଆପ ପ୍ରଶ୍ନ ଉଠାଇଛି । ଗରିବ ଲୋକଙ୍କ ପିଲାମାନେ ଏହାଦ୍ବାରା କ୍ଷତିଗ୍ରସ୍ତ ହେବେ ବୋଲି ଆପ କହିଛି । ସେହିପରି ଓଡିଶା ବଳକା ବିଦ୍ୟୁତ ଉତ୍ପାଦନ ରାଜ୍ୟ ହୋଇଥିବାବେଳେ ପ୍ରଥମ ୨ ଶହ ୟୁନିଟ କାହିଁକି ସରକାର ମାଗଣାରେ ଲୋକଙ୍କୁ ଯୋଗାଇ ନାହାନ୍ତି ସେନେଇ ସଂଜୟ ସିଂ ପ୍ରଶ୍ନ କରିଛନ୍ତି। ସେହିପରି ଓଡିଶାରେ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଥିବା ବେଳେ ସରକାର କୌଣସି ପଦକ୍ଷେପ ନନେବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ଆପ କହିଛି। ତେବେ ଓଡିଶା ଲୋକ ଚାହିଁଲେ ହିଁ ଆପ ନିର୍ବାଚନରେ ଜିତି ପାରିବ। ତେବେ ଆପ କ୍ଷମତା ଆସିଲେ ମାଗଣା ବିଦ୍ୟୁତ, ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଦାନ ସହିତ ମହିଳାଙ୍କ ସୁରକ୍ଷା, ଆଇନ ଶୃଙ୍ଖଳା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବ ବୋଲି ଓଡିଶା ଆପ ପ୍ରଭାରୀ ସଂଜୟ ସିଂ ଗଣମାଧ୍ୟମକୁ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.