ETV Bharat / state

ବିଶ୍ୱ ବନ୍ୟଜନ୍ତୁ ଦିବସ: ସୁଦର୍ଶନ ପଟ୍ଟନାୟକଙ୍କ ସଚେତନାତ୍ମକ ବାଲୁକା କଳା

author img

By

Published : Mar 2, 2021, 10:39 PM IST

ବିଶ୍ୱ ବନ୍ୟଜନ୍ତୁ ଦିବସ ପାଳନ ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସଚେତନାତ୍ମକ ବାଲୁକା କଳା ପ୍ରଦର୍ଶନ । ଅଧିକ ପଢନ୍ତୁ...

ବିଶ୍ୱ ବନ୍ୟଜନ୍ତୁ ଦିବସ: ସୁଦର୍ଶନ ପଟ୍ଟନାୟକଙ୍କ ସଚେତନାତ୍ମକ ବାଲୁକା କଳା
ବିଶ୍ୱ ବନ୍ୟଜନ୍ତୁ ଦିବସ: ସୁଦର୍ଶନ ପଟ୍ଟନାୟକଙ୍କ ସଚେତନାତ୍ମକ ବାଲୁକା କଳା

ପୁରୀ: ବିଶ୍ୱ ବନ୍ୟଜନ୍ତୁ ଦିବସ ନେଇ ବାଲୁକା ଚିତ୍ରକଳା । ପ୍ରତିବର୍ଷ ମାର୍ଚ୍ଚ 3 ତାରିଖକୁ ସାରା ବିଶ୍ୱ ବନ୍ୟଜନ୍ତୁ ଦିବସ ଭାବେ ପାଳନ କରାଯାଏ । ବିଶେଷ କରି ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ଲୋକଙ୍କ ମଧ୍ୟ ବନ୍ୟଜନ୍ତୁଙ୍କ ପ୍ରତି ସଚେତନତା ନେଇ ଏହି ଦିବସ ପାଳନ କରାଯାଏ ।

ମିଳିତ ଜାତିସଙ୍ଘ ପକ୍ଷରୁ ଏହି ଦିବସ ସାରା ବିଶ୍ଵରେ ପାଳନ ହେଉଥିବାବେଳେ ଦିବସ ବିଷୟରେ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏହି ପ୍ରସଙ୍ଗକୁ ନେଇ ଏକ ସୁନ୍ଦର ବାଲୁକା ଚିତ୍ରକଳାଟିଏ ସେ ଆଙ୍କିଛନ୍ତି । ବିଭିନ୍ନ ବନ୍ୟଜନ୍ତୁଙ୍କ ସମେତ ଜଙ୍ଗଲର ପ୍ରତିକୃତି ରହିଛି ଏହି ବାଲୁକା ଚିତ୍ରରେ । ସମସ୍ତେ ବନ୍ୟଜନ୍ତୁଙ୍କ ସୁରକ୍ଷା ସମେତ ଜଙ୍ଗଲ ସୁରକ୍ଷା ପାଇଁ ଆଗେଇ ଆସିବାକୁ ବାଲୁକା ଚିତ୍ରକଳା ମାଧ୍ୟମରେ ସାରା ବିଶ୍ୱବାସୀଙ୍କୁ ଅପିଲ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.