ETV Bharat / state

ନୂଆ ବର୍ଷ ପୂର୍ବରୁ ସଜାଗ ପୁରୀ ଆରଟିଓ, ସଡ଼କ ସୁରକ୍ଷା ନିୟମ ମାନିବାକୁ ପରାମର୍ଶ - ସଡକ ସୁରକ୍ଷା ନିୟମ

Road Safety Week: ନୂଆବର୍ଷରେ ପୁରୀରେ ପାଳନ ହେବ ସଡକ ସୁରକ୍ଷା ସପ୍ତାହ । ଜିରୋନାଇଟ୍ସ ସେଲିବ୍ରେସନ ପାଇଁ ଚେକିଂ କଡାକଡି । ଅଧିକ ପଢନ୍ତୁ,

Road Safety Week
ପୁରୀ ଆରଟିଓ
author img

By ETV Bharat Odisha Team

Published : Dec 29, 2023, 12:40 PM IST

Road Safety Week

ପୁରୀ: ଦୁଇ ଦିନ ପରେ ନୂଆ ବର୍ଷ । ଏବେ ଠାରୁ ପୁରୀକୁ ପର୍ଯ୍ୟଟକଙ୍କ ସମାଗମ ହେଲାଣି । ଜିରୋ ନାଇଟ୍ସ ସେଲିବ୍ରେସ ପାଇଁ ପୁରୀରେ ଜମୁଛି ଲୋକଙ୍କ ଗହଳି । ଏନେଇ ଏବେ ଠାରୁ ସଜାଗ ହୋଛି ପୁରୀ ଆରଟିଓ । ସୁରକ୍ଷିତ ଯାତାୟତ ପାଇଁ ପୁରୀ ଆରଟିଓ ଓ ପୋଲିସ ପକ୍ଷରୁ କଡ଼ା କଡି ଚେକିଂ କରାଯିବ । ସେପଟେ ଜାନୁଆରୀ ପ୍ରଥମ ସପ୍ତାହରେ ପୁରୀରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେବ। ସଡକ ସୁରକ୍ଷା ନିୟମ ଅନୁପାଳନ ପାଇଁ ପୁରୀ ଜିଲ୍ଲାର ଜନସାଧାରଣଙ୍କୁ ଅପିଲ କରିଛନ୍ତି ପୁରୀ ଆରଟିଓ ।

ନୂଆ ବର୍ଷକୁ ଦୃଷ୍ଟିରେ ରଖି ପୁରୀ ଆରଟିଓ ପକ୍ଷରୁ ଚେକିଂ ଜୋରଦାର କରାଯିବ । ମଦ୍ୟପାନ କରି ଗାଡି ଚଳାଇ ଧରାପଡିଲେ ମୋଟା ଅଙ୍କର ଫାଇନ ଗଣିବାକୁ ପଡିବ । ମୋଟର ଭେଇକିଲ ଆକ୍ଟ ଅନୁଯାୟୀ ଚାଳକକୁ 10 ହଜାର ଜରିମାନା ସହ 3 ମାସ ଲାଇସେନ୍ସ ରଦ୍ଧ ହେବା ବୋଲି ଆରଟିଓ ପକ୍ଷରୁ କୁହାଯାଇଛି । ନୂଆ ବର୍ଷ ରାତିରେ ମଦ୍ୟପାନ କାରି ଗାଡି ନଚଳାଇବାକୁ ସତର୍କ କରିଛନ୍ତି ପୁରୀ ଆରଟିଓ ରବିନ ପଟ୍ଟନାୟକ। ଆସନ୍ତା ଜାନୁଆରୀ 1ରୁ 7 ତାରିଖ ଯାଏଁ ପୁରୀରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେବ। ପ୍ରତି ଟ୍ରିଫିକ ପୋଷ୍ଟରେ ଚେକିଂ କଡାକିଡ ହେବ । ଯଦି କେହି ନିୟମ ଉଲ୍ଲଂଘନ କରି ଗାଡି ଚଳାନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବାଇକ୍ ଚାଳକ ହେଲମେଟ ନ ପିନ୍ଧିଲେ, କାର ଚାଳକ ସିଟ୍ ବେଲ୍ଟ ନପିନ୍ଧିଲେ ଜରିମାନା ସହ ଲାଇସେନ୍ସ ରଦ୍ଧ କରାଯିବ। 16 ବର୍ଷରୁ କମ ବୟସ ପିଲାଙ୍କୁ ଗାଡି ନଦେବାକୁ ଅଭିଭାବକଙ୍କୁ ଆରଟିଓ ପକ୍ଷରୁ ଅପିଲ କରାଯାଇଛି । ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ ଜରିମାନା ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

ଏହା ମଧ୍ୟ ପଢନ୍ତୁ-କୋଣାର୍କରେ ଜମୁଛି ପର୍ଯ୍ୟଟକଙ୍କ ଭିଡ; ସଫେଇ, ଟ୍ରାଫିକ୍ ସମସ୍ୟା ଭୁଲିଗଲା ପ୍ରଶାସନ

ସେହିପରି ଗାଡି ଚାଲାଇଲା ବେଳେ ମୋବାଇଲ ଫୋନରେ କଥା ହେଉଥିଲେ 5 ହଜାର ଜରିମାନା ସହ 3 ମାସ ଲାଇସେନ୍ସ ରଦ୍ଦ କରାଯିବ। ମାଲ୍ ପରିବହନ ଯାନରେ ଯାତ୍ରୀ ପରିବହନ କଲେ 5 ହଜାର ଜରିମାନା ସହ 3 ଲାଇସେନ୍ସ ରଦ୍ଦ ହେବ, ପୁରୀ ଭୁବନେଶ୍ଵର ଜାତୀୟ ରାଜପଥରେ 80ରୁ ଅଧିକ ବେଗରେ , ପୁରୀ କୋଣାର୍କ ରାସ୍ତାରେ 60 ରୁ ଅଧିକ ବେଗରେ ଗାଡି ଚାଳନା କଲେ 7 ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ ବୋଲି ଆରଟିଓ ପକ୍ଷରୁ କୁହାଯାଇଛି । କଟକ ଭୁବନେଶ୍ବର ଭଳି ପୁରୀ ସହରରେ ମଧ୍ଯ ନୂଆ ବର୍ଷରୁ ସଡ଼କ ସୁରକ୍ଷା ନିୟମ ଅନୁ ପାଳନ ପାଇଁ ପୁରୀ ଆର୍ ଟିଓଓ ପୋଲିସ୍ ପକ୍ଷରୁ କଡ଼ାକଡ଼ି ଚେକିଂ ହେବ। ଏଣୁ ପୁରୀ ସହରବାସୀ ଓ ଜିଲ୍ଲା ବାସୀ ସଡ଼କ ସୁରକ୍ଷା ନିୟମ ପାଳନ ପାଇଁ ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ଅନୁରୋଧ କରିଛନ୍ତି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.