ETV Bharat / state

ରାଜଶ୍ରୀ ମୃତ୍ୟୁ ଘଟଣାରେ ନୂଆମୋଡ଼: ଇଂରାଜୀ ସୁଇସାଇଡ ନୋଟ୍‌କୁ ନେଇ ପରିବାରର ସନ୍ଦେହ

ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼ । ଇଂରାଜୀରେ ଲେଖାଥିବା ସୁଇସାଇଡ ନୋଟ୍‌ ଜବତ ହୋଇଥିବା ବେଳେ ସେ ଇଂରାଜୀରେ ଭଲ ଜ୍ଞାନ ନଥିବା ପରିବାର କହିଛି । ଝିଅକୁ ହତ୍ୟା କରାଯାଇଛି ବୋଲି ପରିବାର ଅଭିଯୋଗ ଆଣିଛି । ଅଧିକ ପଢନ୍ତୁ

author img

By

Published : Jan 14, 2023, 10:48 PM IST

cricketer Rajashree swain death case
cricketer Rajashree swain death case
ଇଂରାଜୀ ସୁଇସାଇଡ ନୋଟ୍‌କୁ ନେଇ ପରିବାରର ସନ୍ଦେହ

ପୁରୀ: ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼ । ଇଂରାଜୀରେ ଲେଖା ସୁଇସାଇଡ୍‌ ନୋଟକୁ ନେଇ ପରିବାର ଲୋକଙ୍କ ସନ୍ଦେହ । ରାଜଶ୍ରୀ ଇଂରାଜୀ ଜାଣି ନ ଥିବା କହିଲେ ପରିବାର ଲୋକେ । ରାଜଶ୍ରୀଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମିଳିଥିବା ସୁଇସାଇଡ ରାଜଶ୍ରୀଙ୍କ ହାତଲେଖା ନୁହେଁ ବୋଲି ପରିବାର ଅଭିଯୋଗ କରିଛି ।

ଏନେଇ ରାଜଶ୍ରୀଙ୍କ ମାଆ କହିଛନ୍ତି, "ରାଜଶ୍ରୀ ନବମ ଶ୍ରେଣୀ ଯାଏଁ ପାଠ ପଢିଛି । ତାର ଇଂରାଜୀ ଭଲ ଜ୍ଞାନ ନ ଥିଲା। ତେଣୁ ସେ କିଭଳି ଇଂରାଜୀରେ ସୁଇସାଇଡ୍‌ ନୋଟ ଲେଖିଲା । ତାକୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦିଆଯାଇଛି ।" ରାଜଶ୍ରୀଙ୍କ ମାଆଙ୍କର ଅଭିଯୋଗ ଅନୁଯାୟୀ ଖେଳାଳୀ ଚୟନ ବ୍ୟାପକ ଅନିୟମିତତା ହୋଇଛି । ଖରାପ ଖେଳିଥିବା ଖେଳାଳୀଙ୍କୁ ଟଙ୍କା ନେଇ ଓସିଏ କର୍ତ୍ତୃପକ୍ଷ ଖେଳାଉଛନ୍ତି । ସେପଟେ ରାଜଶ୍ରୀଙ୍କ ଭାଇ କହିଛନ୍ତି, "ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ । ପୋଲିସ ଏହାର ସଠିକ ତଦନ୍ତ କରୁ।"

ଏହା ବି ପଢନ୍ତୁ- କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ଘଟଣା, ହାତଲେଖା ଚିଠି ନେଇ ବଢିଲା ଚର୍ଚ୍ଚା

ତେବେ ଏହି ଘଟଣାର ତଦନ୍ତ ପୋଲିସ ପରିବର୍ତ୍ତେ ସିବିଆଇ ଅବା କ୍ରାଇମବ୍ରାଞ୍ଚକୁ ଦିଆଗଲେ ପ୍ରକୃତ ଦୋଷୀ ଧରାପଡ଼ିବେ ବୋଲି ରାଜଶ୍ରୀଙ୍କ ଭାଇ କହିଛନ୍ତି । ମହିଳା କ୍ରିକେଟର ରାଜଶ୍ରୀଙ୍କ ମୃତଦେହ ଗତକାଲି ଆଠଗଡ଼ ଗୁରୁଡ଼ିଝାଟିଆ ଜଙ୍ଗଲରୁ ଏକ ଗଛରୁ ଝୁଲନ୍ତା ଅବସ୍ଥା ରେ ମିଳିଥିଲା । ସେ ଗତ ୧୧ ତାରିଖରୁ କଟକରୁ ନିଖୋଜ ଥିଲେ। ଗତ ୧୦ ତାରିଖରେ ଟିମ୍ ଚୟନରେ ଦଳରୁ ବାଦ୍ ପଡିବା ପରେ ୧୧ ତାରିଖରେ ଘରକୁ ଯିବା କହି ସେ ନିଖୋଜ ହୋଇଯାଇ ଥିଲେ। ଗତକାଲି ତାଙ୍କ ମୃତଦେହ ଗୁରୁଡ଼ି ଝାଟିଆ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା ।

ରାଜଶ୍ରୀଙ୍କ ସ୍କୁଟି ଡିକି ଭିତରୁ ମିଳିଛି ଏହି ହାତଲେଖା ଚିଠି । ଉକ୍ତ ଚିଠି ସେ ଲେଖିଛନ୍ତି ନା ଆଉ କାହା ଦ୍ବାରା ଲେଖାଯାଇଛି ସେ ନେଇ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି । ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ରାଜଶ୍ରୀଙ୍କ ଦୁଇ ଆଖିରେ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା । ଏହାସହିତ ମୁହଁରେ ମଧ୍ୟ କ୍ଷତାକ୍ତ ହୋଇଥିଲା । ତାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଓସିଏ ଚୟନ ପ୍ରକ୍ରିୟାକୁ ଦାୟୀ କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ ନିଜ ଭଉଣୀଙ୍କ ସହିତ କଥା ହୋଇଥିଲେ । ଓସିଏ ଚୟନକୁ ନେଇ ବେଶ ଦୁଃଖିତ ଥିଲେ ବୋଲି ରାଜଶ୍ରୀ କହିଥିବା ତାଙ୍କ ଭଉଣୀ କହିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.