ETV Bharat / state

Rahu Rekha Ritual: ଆଜି ଶ୍ରୀବିଗ୍ରହଙ୍କ ରାହୁରେଖା ଲାଗି ନୀତି, 5 ଘଣ୍ଟା ଦର୍ଶନ ବନ୍ଦ

author img

By ETV Bharat Odisha Team

Published : Sep 4, 2023, 9:16 AM IST

Updated : Sep 4, 2023, 11:43 AM IST

ଆଜି ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଏନେଇ 5 ଘଣ୍ଟା ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ । ଅଧିକ ପଢନ୍ତୁ

rahurekha lagi ritual
ଆଜି ଶ୍ରୀବିଗ୍ରହଙ୍କ ରାହୁରେଖା ଲାଗି ନୀତି
ଆଜି ଶ୍ରୀବିଗ୍ରହଙ୍କ ରାହୁରେଖା ଲାଗି ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାହୁରେଖା ନୀତି ଅନୁଷ୍ଠିତ ହେବ । ଭାଦ୍ରବ-କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଏନେଇ 5 ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୩.୦୦ ଟା ରୁ ରାତ୍ର .୮.୦୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀଜିଉଙ୍କ ମସ୍ତକରେ ସୁନାର ରାହୁରେଖା ଲାଗି କରାଯାଏ । ଏଣୁ ଏହି ତିଥିର ନାମ ‘ରେଖାପଞ୍ଚମୀ’ । ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ଦିନ ବଲ୍ଲଭ ଭୋଗ ଶେଷ ପରେ ଭଣ୍ଡାର ମେକାପ ଭଣ୍ଡାର ଘରେ ମୁଦ ହୋଇଥିବା ସୁବର୍ଣ୍ଣ ରାହୁରେଖା, ଦେଉଳକରଣ, ତଡ଼ଉକରଣ ଓ ଶ୍ରୀମନ୍ଦିରର ପ୍ରାଶସନିକ ଅଧିକାରୀଙ୍କ ଉପସ୍ଥିତିରେ ବାହାର କରି ଆଣି ବେହରଣ କିମ୍ବା ମାଜଣା ମଣ୍ଡପରେ ଉପସ୍ଥିତ ଥିବା ବଣିଆଙ୍କୁ ସଫା କରିବାକୁ ଦିଅନ୍ତି । ଏ ସମସ୍ତଙ୍କ ଉପସ୍ଥିତିରେ ବଣିଆ ରାହୁରେଖା ତିନୋଟି ସଫା କରନ୍ତି । ଭୋଗମଣ୍ଡପ ସରିବା ପରେ ପାଳିଆ ପ୍ରତିହାରୀ ଜୟ ବିଜୟ ଦ୍ଵାର ବନ୍ଦ କରିବେ । ପାଳିଆ ପୁଷ୍ପାଳକମାନେ ଠାକୁରମାନଙ୍କର ଝୋବାକଣ୍ଠି ଅଳଙ୍କାର ମଇଲମ କରିବେ ଓ ଶ୍ରୀଦେବୀ, ଭୂଦେବୀଙ୍କୁ ନେଇ ଖଟ ଶେଯ ଘରେ ବିଜେ କରାଇବେ । ଅଣସର ସୁଧସୁଆର ସିଂହାସନ ତଳେ ଓଷୁଅ ପ୍ରସ୍ତୁତ କରି ରଖିବେ । ପରେ ପରେ ଦଇତାପତିମାନେ ଆସି ଗୋଡ଼ହାତ ଧୋଇ ସିଂହାସନ ଉପରକୁ ଉଠିବେ ।

ପାଳିଆ ମେକାପ ବାଡ଼ ବାଡ଼ କରି ରାହୁରେଖା ପତି ମହାପାତ୍ରଙ୍କୁ ଦେଲେ ସେ ସଂସ୍କାର କରି ବାଡ଼ଗ୍ରାହୀ ଦଇତାଙ୍କୁ ଦେବେ । ତାପରେ ସମସ୍ତ ଦଇତା ମିଶି ଓଷୁଅ ଓ ବଇତମରେ ରୁନ୍ଧା କାର୍ଯ୍ୟ କରି ସାରି ସିଂହାସନରୁ ଓହ୍ଲାଇ ଆସନ୍ତି । ସିଂହାସନ ପୋଛା ସରି ମହାସ୍ନାନ ପୂଜା ପାଠ ହେଲେ ପୂଜାପଣ୍ଡା ଆସି ପୂଜା ବଢାନ୍ତି । ତାପରେ ଶ୍ରୀଦେବୀ ଓ ଭୂଦେବୀ ଖଟ ଶେଯ ଘରୁ ଆସି ସିଂହାସନରେ ବିଜେ କଲେ ମଇଲମ ହୋଇ ବେଶ ବଢେ । ମଧ୍ୟାହ୍ନ ଧୂପ ପରେ ପଡ଼ିବା ଉତ୍ତାରେ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି । ଏହା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ପାଳିତ ହୁଏ । ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ନବଗ୍ରହ ତତ୍ତ୍ୱ ସନ୍ନିହିତ ହୋଇଛି । ଶ୍ରୀଜିଉଙ୍କ ଚକ୍ଷୁ ଦ୍ବୟ ସୂର୍ଯ୍ୟ,ଚନ୍ଦ୍ରଙ୍କର ପ୍ରତୀକ । ନାସିକା-ମଙ୍ଗଳ,ଧନୁ ଆକୃତି ଅଧର-ବୁଧ, ଚତୁଷ୍କୋଣାକୃତି ଶ୍ରୀମୁଖ-ଶୁକ୍ର ,ସୁବର୍ଣ୍ଣ ଚିତା-ବୃହସ୍ପତି, କୃଷ୍ଣ ବର୍ଣ୍ଣ-ଶନି,ଝୋବା କଣ୍ଠି-କେତୁ, ରାହୁରେଖା ରାହୁଙ୍କର ପ୍ରତୀକ । ଏହି ସ୍ବତନ୍ତ୍ର ନୀତି ପାଇଁ ଆଜି ଅପରାହ୍ନ 3ଟାରୁ ରାତି 8ଟା ଯାଏ ଶ୍ରୀମନ୍ଦିରେ 5 ଘଣ୍ଟା ସାଧାରରଣ ଦର୍ଶନ ବନ୍ଦ ରହିବ ।

ଏହା ବି ପଢନ୍ତୁ...ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ସନ୍ଧ୍ୟା 6ରୁ ରାତି 10 ଦର୍ଶନ ମନା

‘ନୀଳାଦ୍ରି ବିଜେ’ ହେଉଛି ରଥଯାତ୍ରାର ଅନ୍ତିମ ପର୍ବ । ସେଦିନ ଦେବୀ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରର ରତ୍ନସିଂହାସନରେ ବିଜେ ହେବା ପରେ ରଥଯାତ୍ରାର ସବୁ ନୀତି ଶେଷ ହୋଇଥାଏ । କିନ୍ତୁ ନୀଳାଦ୍ରିବିଜେ ପରେ ମଧ୍ୟ, ଆଉ 3ଟି ନୀତି ବାକି ଥାଏ । ତାହା ହେଉଛି- ଚିତାଲାଗି, ଖସାପଡ଼ା ଓ ରାହୁରେଖା ଲାଗି । ଜ୍ୟେଷ୍ଠ ପୂର୍ଣ୍ଣମୀର ସ୍ନାନନୀତି ଓ ହାତୀବେଶ ‘ଉଲାଗି’ ପରେ, ଠାକୁରମାନେ ଗୋଟି ପହଣ୍ଡିରେ ଅଣସର ଘରକୁ ଯାଆନ୍ତି । ସେଠାରେ ସେମାନଙ୍କର ମସ୍ତକରେ ଲାଗି ହୋଇଥିବା ତିନି ରତ୍ନଚିତା ଖୋଲି ଦିଆଯାଏ । ସେଦିନ ରାତିରେ, ତିନି ଠାକୁରଙ୍କ ମସ୍ତକର ସୁନାର ରାହୁରେଖା ମଧ୍ୟ ଖୋଲି ଦିଆଯାଏ ।

ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ରଥରେ ବିଜେ ହେବା ପରେ, ସେମାନଙ୍କୁ ସୋଲ ଚିତା ଲାଗି କରାଯାଏ । ଶ୍ରାବଣ ଅମାବାସ୍ୟା ଦିନ ରତ୍ନସିଂହାସନରେ ସେହି ସୋଲଚିତା ଖୋଲାଯାଇ ତାହା ପରିବର୍ତ୍ତେ ରତ୍ନଚିତା ଲାଗି ହୁଏ । ତେଣୁ ଶ୍ରାବଣ ଅମାବାସ୍ୟା ‘ଚିତାଲାଗି ଅମାବାସ୍ୟା’ ଭାବରେ ପ୍ରସିଦ୍ଧ । ଏହା ପରର ଆଉ ଗୋଟିଏ ନୀତି ହେଉଛି ‘ଖସା-ପଡ଼ା’ । ଅଣସର ବେଳେ ଦଇତା ଓ ପତି ସେବକମାନେ ଯେଉଁ ଗୁପ୍ତନୀତି କରିଥାଆନ୍ତି, ତାହାର ଶେଷ ନୀତି ‘ଶ୍ରୀପୟର ମୁଦା’ । ଏହା ପରେ ଏହି ରାହୁରେଖା ନୀତି ଅନୁଷ୍ଠିତ ହୋଇଥାଏ ।

ଇଟିଭି ଭାରତ, ପୁରୀ

Last Updated : Sep 4, 2023, 11:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.