ETV Bharat / state

ଶ୍ରୀମନ୍ଦିରରେ ରାଧାଷ୍ଟମୀ ନୀତି ପାଳନ

ଆଜି( ବୁଧବାର) ପବିତ୍ର ରାଧାଷ୍ଟମୀ ନୀତି । ଏଥିପାଇଁ ଶ୍ରୀକ୍ଷେତ୍ରରେ ପରମ୍ପରା ଅନୁସାରେ ଆୟୋଜନ ହୁଏ ସ୍ବତନ୍ତ୍ର ରୀତିନୀତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଶ୍ରୀମନ୍ଦିରରେ ରାଧାଷ୍ଟମୀ ନୀତି ପାଳନ
ଶ୍ରୀମନ୍ଦିରରେ ରାଧାଷ୍ଟମୀ ନୀତି ପାଳନ
author img

By

Published : Aug 26, 2020, 4:55 PM IST

ପୁରୀ: ସନାତନ ଧର୍ମରେ ଅନେକ ପର୍ବପର୍ବାଣୀ ଲାଗି ରହିଥାଏ । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପର୍ବ ଭାରତବର୍ଷରେ ପାଳନ ହୁଏ । ଓଡିଶାରେ ମଧ୍ୟ ବାର ମାସରେ ତେର ପର୍ବ ପାଳନ ହୋଇଆସୁଛି ।

ଶ୍ରୀମନ୍ଦିରରେ ରାଧାଷ୍ଟମୀ ନୀତି ପାଳନ

ସେହି କ୍ରମରେ ଆଜି ହେଉଛି ଶ୍ରୀମନ୍ଦିର ରେ ରାଧାଷ୍ଟମୀ ନୀତି । ନୀତି ପରମ୍ପରା ଅନୁସାରେ ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ରାଧାଅଷ୍ଟମୀ ପର୍ବ ପାଳନ କରାଯାଏ । ଏହି ଦିନ ସକାଳ ଧୂପ ପୂଜା ସରିବା ପରେ ଲକ୍ଷ୍ମୀ ଠାକୁରାଣୀଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରାପ୍ତ ହୋଇ ଶ୍ରୀମନ୍ଦିର ସାତ ପାହଚ ଦ୍ବାର ତଳେ ଥିବା ପାଲିଙ୍କିରେ ବିଜେ ପୁର୍ବକ ଲକ୍ଷ୍ମୀ ମନ୍ଦିର ଜଗମୋହନରେ ପଡିଥିବା ଖଟ ଉପରେ ଅଧିଷ୍ଠିତ ହୋଇଥାନ୍ତି । ଏଠାରେ ମା ଲକ୍ଷ୍ମୀ ଦେବୀଙ୍କର ଅଭିଶେକ ଓ ଶୀତଳ ଭୋଗ ହୋଇ ବନ୍ଦାପନା କରାଯାଏ । ପରେ ରତ୍ନସିଂହାସନରେ ମଧ୍ୟାହ୍ନ ଧୂପ ପରେ ଲକ୍ଷ୍ମୀ ଦେବୀଙ୍କୁ ସିଂହାସନରେ ବିଜେ କରାଯାଏ ଓ ଉକ୍ତ ଭୋଗ ସାରି ଭିତରେ ପାଣି ପଡିବା ପରେ ମହାଜନ ସେବକ ଭୂଦେବୀ ଓ ଶ୍ରୀଦେବୀଙ୍କୁ ହାତରେ ନେଇ ଶଯ୍ଯା ଘରେ ବିଜେ କରାଇଥାନ୍ତି ।

ଏହାପରେ ପୂଜାପଣ୍ଡା ସେବକ ଶ୍ରୀଅଙ୍ଗରୁ ଖଣ୍ଡିଏ ଆଜ୍ଞାମାଳ ଶ୍ରୀସୁଦର୍ଶନ ଦେବଙ୍କୁ ପ୍ରଦାନ କରିବା ପରେ ଦଇତାପତି ସେବକମାନେ ହସ୍ତରେ ବିଜେ କରାଇ ଆଣି ଜଗମୋହନରେ ଥିବା ଚଉଦୋଳରେ ଅଧିଷ୍ଠିତ କରାଇବା ସହିତ ରୁନ୍ଧା, ପଟ ପତବୀ ଲାଗି ହୋଇଥାଏ । ଏହିନୀତିକାନ୍ତି ଶେଷପରେ ଚାରି ଆଶ୍ରମ ସୁଦର୍ଶନ ବିଜେ କରନ୍ତି । ଏହି ଅବସରରେ ଶ୍ରୀକ୍ଷେତ୍ରରେ ସମସ୍ତ ମଠ ମାନଙ୍କରେ ରାଧାରାଣୀଙ୍କର ବିଷେଶ ପୂଜା ଅର୍ଚ୍ଚନା କରାଯାଇଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.