ETV Bharat / state

ଘୋଷଯାତ୍ରା ପାଇଁ ନୀତିକାନ୍ତି କମିଟି ବୈଠକ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଖୋଲିବା ପରେ SOP ଦାବି - ବିଭିନ୍ନ ଦିଗ ଉପରେ ହେଲା ଆଲୋଚନା

ଶ୍ରୀମନ୍ଦିର କାର୍ଯ୍ୟଳୟରେ ଅନୁଷ୍ଠିତ ହେଲା ନୀତିକାନ୍ତି କମିଟି ବୈଠକ । ରଥଯାତ୍ରା, ସ୍ନାନଯାତ୍ରା ଓ ଶ୍ରୀମନ୍ଦିର ଦୈନନ୍ଦିନ ନୀତିକନ୍ତି ଶୃଙ୍ଖଳିତ କରିବା ପାଇଁ ହେଲା ଆଲୋଚନା । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିର କାର୍ଯ୍ୟଳୟରେ ଅନୁଷ୍ଠିତ ହେଲା ନୀତିକାନ୍ତି କମିଟି ବୈଠକ

author img

By

Published : May 20, 2023, 10:42 PM IST

ଶ୍ରୀମନ୍ଦିର କାର୍ଯ୍ୟଳୟରେ ଅନୁଷ୍ଠିତ ହେଲା ନୀତିକାନ୍ତି କମିଟି ବୈଠକ

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟଳୟରେ ନିତି ସବ-କମିଟି ବୈଠକ ଅନୁଷ୍ଠିତ । ରଥଯାତ୍ରା, ସ୍ନାନ ଯାତ୍ରା ଏବଂ ଆଗାମୀ ପର୍ବ ପର୍ବାଣୀରେ ନୀତିକାନ୍ତି କିଭଳି ଶୃଙ୍ଖଳିତ ଢଙ୍ଗରେ ହୋଇ ପାରିବ ସେ ନେଇ ଆଲୋଚୋନା ହୋଇଛି । ଶ୍ରୀମନ୍ଦିର କାର୍ଯ୍ୟଳୟରେ ଅନୁଷ୍ଠିତ ନୀତି ସବ କମିଟି ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ପୁରୀ ଏଡିଏମ୍ ଯୋଗ ଦେଇଥିଲେ । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚୋନା ହୋଇଥିଲା । ବିଶେଷ କରି ଗତ କିଛି ଦିନ ହେବ ଶ୍ରୀମନ୍ଦିରରେ ନୀତିକାନ୍ତି ବିଳମ୍ବ ଯୋଗୁ ଭକ୍ତମାନେ ଭୋଗୁ ଥିବା ଅସୁବିଧା ଓ ଏହାର ନିରାକରଣ ନେଇ ପଦକ୍ଷେପ ନେବାକୁ ସ୍ଥିର ହୋଇଛି ।

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତ, ‘‘ମହାପ୍ରଭୁ ବିଶେଷ ପର୍ବପର୍ବାଣୀରେ ଅନେକ ଭକ୍ତଙ୍କ ସମାଗମ ହୋଇଥାନ୍ତି । ମହାପ୍ରଭୁ ସ୍ଵତନ୍ତ୍ର ନୀତି ଯୋଗୁ ନୀତିରେ ବିଳମ୍ବ ହେଇଛି । ବିଶେଷ କରି ଶ୍ରୀମନ୍ଦିର ଗାରଦ ଅନେକ ଅଭିଜ୍ଞ କର୍ମଚାରୀ ଅବସର ନେବା ପରେ ନୀତି ପରିଚାଳନାରେ ବିଳମ୍ୱ ପରିଲକ୍ଷିତ ହେଉଛି । ଏହି ସମସ୍ୟା ସମାଧାନ ନେଇ ପଦକ୍ଷେପ ନେବାକୁ ସେବାୟତମାନେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।’’

ତେବେ ଆଗାମୀ ରଥଯାତ୍ରା ପାଇଁ କେଉଁ କେଉଁ ସାମଗ୍ରୀ ଦରକାର ସେ ନେଇ ଆଲୋଚନା ହୋଇଛି ଏହି ବୈଠକରେ । ଏଦିଗରେ ଖୁବଶିଘ୍ର ପଦକ୍ଷେପ ନିଆଯିବ ଦରକାର ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଖୋଲିବା ପରେ ଏନେଇ ଏକ sop ଅଣାଯିବାକୁ ସେବାୟତ ଦାବି କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିତରେ ମୋବାଇଲ ରଖିବା ଅନୁମତି ଦିଆଯିବ ନାହିଁ ସେନେଇ ମଧ୍ୟ ଆଲୋଚନା ହୋଇଛି ।

ସେହିପରି ରଥଯାତ୍ରା ନୀତି ଯେଭଳି ଶୃଙ୍ଖଳିତ ହେବ ସେନେଇ ଖୁବଶୀଘ୍ର ଶ୍ରୀମନ୍ଦିର ପ୍ରଶାସନ ସବୁ ନିଯୋଗକୁ ପତ୍ର ଲେଖିବାକୁ ନିଷ୍ପତ୍ତି ହୋଇଛି । ଗତ ରଥଯାତ୍ରାରେ ମାଉସୀ ମା’ ମନ୍ଦିର ନିକଟରେ ମହାପ୍ରଭୁଙ୍କୁ ପୋଡ ପିଠା ଭୋଗ ପାଇଁ ଯେଭଳି ଦୁଇ ସେବାୟତ ଗୋଷ୍ଠୀ ମାଡ ଗୋଲ ହେଲେ ତାହାର ନିରାକରଣ । ତଥା ଚଳିତବର୍ଷ ଯେଭଳି ପୁନରାବୃତ୍ତି ନହୁଏ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି । ସର୍ବୋପରି ପୁରୀ ସହର ବସିନ୍ଦା ଶ୍ରୀମନ୍ଦିରରେ ପୂର୍ବ ଭଳି ସବୁ ଦ୍ଵାରରେ ଯେଭଳି ସବୁବେଳେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିବେ ସେ ନେଇ ମଧ୍ୟ ଆଲୋଚନା ହୋଇଚି। ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ପରେ ପୁରୀ ସହରବାସୀଙ୍କୁ ଶ୍ରୀମନ୍ଦିରର ସବୁ ଦ୍ଵାରରେ ପ୍ରବେଶ ନେଇ ବ୍ୟବସ୍ଥା ହେବ ବୋଲି ଶ୍ରୀମନ୍ଦିର ପରିଚଳନା କମିଟି ସଦସ୍ୟ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.