ETV Bharat / state

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ବଜେଟ ପାରିତ, ୨୭୧ କୋଟି ଆୟରେ ବ୍ୟୟ ୨୬୨ କୋଟି

ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପାରିତ ହୋଇଛି ବଜେଟ । ଚଳିତ ବର୍ଷ ଆୟ ୨୭୧ କୋଟି ୭ ଲକ୍ଷ ହୋଇଥିବା ବେଳେ ବ୍ୟୟ ୨୬୨ କୋଟି ୧୬ ଲକ୍ଷ । ଅଧିକ ପଢନ୍ତୁ

author img

By

Published : Jun 12, 2023, 7:12 PM IST

Updated : Jun 12, 2023, 8:59 PM IST

Etv Bharat
Etv Bharat
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ବଜେଟ ପାରିତ, ୨୭୧ କୋଟି ଆୟରେ ବ୍ୟୟ ୨୬୨ କୋଟି

ପୁରୀ: ଆଜି ଗଜପତି ମହାରାଜା ଦିବ୍ୟ ସିଂ ଦେବଙ୍କ ଅଧ୍ୟକ୍ଷତାରେ ପରିଚାଳନା ବୈଠକରେ ୨ଟି ପର୍ଯ୍ୟାୟରେ ହୋଇଛି ଆଲୋଚନା । ବୈଠକରେ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ବଜେଟ ପାରିତ ହୋଇଛି । ୨୭୧ କୋଟିର ବଜେଟ ହୋଇଥିବାବେଳେ ୮ କୋଟି ଟଙ୍କାର ବଳକା ବଜେଟ ହୋଇଛି । ଆୟ ବୃଦ୍ଧି ପାଇଁ ଡିଜିଟାଲ ପେମେଣ୍ଟ ଡୋନେସନ ପାଇଁ ଦିଆଯାଇଛି ଗୁରୁତ୍ବ । ସେପଟେ ଚଳିତ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟବସ୍ଥା ବଳିକୁ ଅନୁମୋଦନ ମିଳିଥିବାବେଳେ ବଜେଟକୁ ମଧ୍ୟ ଚୂଡାନ୍ତ ମୋହର ଦେଇଛି ଶ୍ରୀମନ୍ଦିର ପରିଚାଳନା କମିଟି ।

ବୈଠକରେ ପ୍ରଥମେ ବଜେଟ ଓ ପରେ ରଥଯାତ୍ରା ନୀତି ଶୃଙ୍ଖଳିତ ଉପରେ ଆଲୋଚନା ସହ କିଭଳି ଉତ୍ତମ ସମନ୍ଵୟର ସେବାୟତମାନେ ଶୃଙ୍ଖଳିତ ରଥଯାତ୍ରା କରିବେ ସେ ନେଇ ସମସ୍ତ ନିଯୋଗ ପ୍ରସ୍ତୁତ ରହିଛନ୍ତି ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ । ସେପଟେ ଜୁନ ୧୫ ତାରିକ ସୁଧା ବାହ୍ୟ ପ୍ରଧକ୍ଷଣ ମାର୍ଗ କାର୍ଯ୍ୟ ଶେଷ କରିବା ପାଇଁ ଠିକା ସଂସ୍ଥା ଟାଟାକୁ ନିର୍ଦ୍ଦେଶ ଦେଇଛନ୍ତି ଗଜପତି ମହାରାଜା । ଚଳିତ ବଜେଟରେ ଶ୍ରୀମନ୍ଦିରର ଆୟ ବୃଦ୍ଧି ପାଇବା ସହ ଦାନ ବ୍ୟବସ୍ଥାକୁ କରାଯାଇଛି ଶୃଙ୍ଖଳିତ । ଖାଲି ହୁଣ୍ଡିରେ ନୁହେଁ ଏବେ ଭକ୍ତମାନେ ସିଧା ସଳଖ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନଙ୍କୁ ଦେଇପାରିବେ ଦାନ ।

ଏହା ବି ପଢନ୍ତୁ- RathaKhala Halchal: ଶେଷ ପର୍ଯ୍ୟାୟରେ ନିର୍ମାଣ କାର୍ଯ୍ୟ, ତିନିରଥ ଚାରି ପାର୍ଶ୍ବରେ ତାଗ ବାଡ଼ିଆ ଶେଷ

ପେଟିଏମ ଓ ସ୍କାନ କୋଡ଼ ମାଧ୍ୟମରେ ଭକ୍ତମାନେ ଦାନ ଦେଇପାରିବାର ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ । ରଥଯାତ୍ରା ଓ ସ୍ନାନ ପୂର୍ଣ୍ଣିମା ପାଇଁ ୧୬କୋଟି ୬୨ ଲକ୍ଷ ଟଙ୍କା ବ୍ୟୟ ଅଟକାଳ କରାଯାଇଥିବା ବେଳେ ସେବକ କଲ୍ୟାଣ ପାଇଁ ୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ତେବେ ଚଳିତ ଆର୍ଥିକ ବର୍ଷରେ ୨୭୧ କୋଟି ୭ ଲକ୍ଷ ଟଙ୍କାର ବଜେଟକୁ ଅନୁମୋଦନ ମିଳିଥିବା ବେଳେ ୮ କୋଟି ଟଙ୍କାର ବଳକା ବଜେଟ ହୋଇଛି । ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବୈଠକରେ ବଜେଟକୁ ନେଇ ହୋଇଥିଲା ଆଲୋଚନା । ପୂର୍ବରୁ ଏହା ୨୬୨ କୋଟି ୫୪ ଲକ୍ଷ ରହିଥିବାବେଳେ ରାଜ୍ୟ ସରକାରଙ୍କୁ ଆଉ ୮ କୋଟି ଟଙ୍କାର ଅନୁଦାନ ମଗାଗଲା ଏବଂ ସମୁଦାୟ ବଜେଟ୍‌ ୨୭୧ କୋଟି ଟଙ୍କା କରାଯାଇଛି ।

ଆଉ ଏଥିରେ ହୁଣ୍ଡୀ ଓ ଦାନରୁ ଆୟ ୩୬ କୋଟି ୩୯ ଲକ୍ଷ ସୁଧ ହାର ୬୦ କୋଟି ଜମି ବିକ୍ରି ବାବଦରେ ୫୦ କୋଟି ଭକ୍ତ ନିବାସର ଆୟ ୧୦ କୋଟି ଟଙ୍କା ମିଳିଛି । ତେବେ ଚଳିତ ବର୍ଷ ବଳକା ବଜେଟ ହୋଇଥିବାରୁ ବୈଠକରେ ଖୁସିବ୍ୟକ୍ତ କରିଛନ୍ତି ପ୍ରଶାସକ । ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଗଜପତି ମହାରାଜା । ପରିଚଳାନା କମିଟି ବୈଠକରେ ଠିକା ସଂସ୍ଥା ଟାଟାକୁ ଡକାଯାଇ କାର୍ଯ୍ୟରେ ସମୀକ୍ଷା କରାଯାଇଥିଲା । ଜୁନ୍‌ ୧୫ ତାରିଖ ସୁଦ୍ଧା ବାହ୍ୟ ପ୍ରଦକ୍ଷଣ ମାର୍ଗ ଶେଷ କରି ଲୋକଙ୍କ ଚଳ ପ୍ରଚଳନ ପାଇଁ ଉନ୍ମୁକ୍ତ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେପଟେ ସ୍ନାନ ପୂର୍ଣ୍ଣିମାରେ ସେବାୟତଙ୍କ ମଧ୍ୟରେ ସମନ୍ବୟର ଅଭାବ ଯୋଗୁଁ ନୀତି ବିଶୃଙ୍ଖଳା ହୋଇଥିଲା ।

ତେଣୁ ରଥଯାତ୍ରାରେ ଯେଭଳି ଉତ୍ତମ ସମନ୍ବୟ ରଖି ନୀତି ଶୃଙ୍ଖଳିତ କରିବା ପାଇଁ ଗୁରୁତ୍ବ ଦିଆଯାଇଛି ଏ ନେଇ ପରିଚାଳନା କମିଟି ବୈଠକରେ ନୀତି ଓ ବ୍ୟବସ୍ଥା ବଳିକୁ ଚୂଡାନ୍ତ ଅନୁମୋଦନ କରାଯାଇଛି ସେପଟେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ରଥଯାତ୍ରା ପୂର୍ବରୁ ଶେଷ ନହେଲେ ଏହା ବିରାଟ ସମସ୍ୟା ସୃଷ୍ଟି କରିବ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ । ଗୋଟିଏ ପଟେ ରଥଯାତ୍ରାର ନୀତିକାନ୍ତି ବ୍ୟବସ୍ଥା ବଳିକୁ ନେଇ ପରିଚାଳନା କମିଟି ବୈଠକ ହୋଇଥିବାବେଳେ ଆସନ୍ତାକାଲି ପ୍ରଶାସନିକ ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଶେଷ ରଥଯାତ୍ରା ସମନ୍ବୟ ବୈଠକ ।

ଇଟିଭି ଭାରତ, ପୁରୀ

Last Updated : Jun 12, 2023, 8:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.