ETV Bharat / state

ପୂରଣ ହେଲା ପୁରୀବାସୀଙ୍କ ଦାବି, ଏଥର ପଶ୍ଚିମ ଦ୍ଵାର ଦେଇ ଶ୍ରୀମନ୍ଦିରକୁ ଯାଇ ପାରିବେ - ପୂରଣ ହେଲା ପୂରୀବାସୀଙ୍କ ଦୀର୍ଘ ଦିନର ଦାବି

ପୂରଣ ହେଲା ପୂରୀବାସୀଙ୍କ ଦୀର୍ଘ ଦିନର ଦାବି । ଆସନ୍ତାକାଲିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ଦେଇ ପୁରୀ ବାସିନ୍ଦା ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ । ଅଧିକ ପଢ଼ନ୍ତୁ

ପୂରଣ ହେଲା ପୁରୀବାସୀଙ୍କ ଦାବି
ପୂରଣ ହେଲା ପୁରୀବାସୀଙ୍କ ଦାବି
author img

By

Published : Jul 23, 2023, 10:58 PM IST

ପୂରଣ ହେଲା ପୁରୀବାସୀଙ୍କ ଦାବି

ପୁରୀ: ଚାରି ଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ଦାବିର ଏକ ପ୍ରକାର ଅନ୍ତ ଘଟିଛି । ଆସନ୍ତାକାଲିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ଦେଇ ପୁରୀ ବାସିନ୍ଦା ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ । ସେହିପରି ସିଂହଦ୍ବାର ସମ୍ମୁଖରେ ଥିବା ସେବାୟତ ଓ କର୍ମଚାରୀମାନଙ୍କ ପାଇଁ ରହିଥିବା ସ୍ବତନ୍ତ୍ର ପ୍ରବେଶ ପଥରେ ମଧ୍ୟ ପୁରୀ ବାସିନ୍ଦା ପରିଚୟ ପତ୍ର ଦେଖାଇ ପ୍ରବେଶ କରିପାରିବେ । ଆଜି ପ୍ରଶାସନିକସ୍ତରରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଥିବା ବେଳେ ଏ ସଂକ୍ରାନ୍ତରେ ପୁରୀ ଉପଜିଲ୍ଲାପାଳ ଭବ ତରଣ ସାହୁ ସୂଚନା ଦେଇଛନ୍ତି ।

ଛତିଶା ନିଯୋଗ ନିଷ୍ପତି ଅନୁଯାୟୀ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ନେଇ ଗଠିତ ସ୍ବତନ୍ତ୍ର ସବ୍‌କମିଟିର ଆଜି ବୈଠକ ବସିଥିବା ବେଳେ ଏଥିରେ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି । ନିଷ୍ପତି ଅନୁସାରେ ଆସନ୍ତାକାଲିଠାରୁ ଦର୍ଶନ ପାଇଁ ପୁରୀ ବାସିନ୍ଦାଙ୍କୁ ପ୍ରବେଶ ନେଇ ଅନୁମତି ଥିବାବେଳେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି । ସେହିଭଳି ଅନ୍ୟ ଦୁଇ ଦ୍ବାର ତଥା ଉତ୍ତର ଓ ଦକ୍ଷିଣ ଦ୍ବାର ଦେଇ ଭକ୍ତଙ୍କ ପ୍ରବେଶ ନେଇ ପରବର୍ତ୍ତୀ ସମୟରେ ନିଷ୍ପତି ନିଆଯିବ ବୋଲି ଆଜି ବୈଠକରେ ଆଲୋଚନା ହୋଇଥିବା ଜଣା ପଡିଛି । ବୈଠକରେ ପୁରୀ ଜିଲ୍ଲାପାଳ, ଏସ୍‌ପି ଓ ଉପଜିଲ୍ଲାପାଳଙ୍କ ସମେତ ପରିଚାଳନା କମିଟିର ୫ ଜଣ ସେବାୟତ ସଦସ୍ୟ ଓ ଛତିଶା ନିଯୋଗର ଅନ୍ୟ ୩ ଜଣ ବରିଷ୍ଠ ସେବାୟତ ସଦସ୍ୟ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ତୁରନ୍ତ ଖୋଲାଯାଉ ଆଉ ଏକ ଦ୍ବାର, ନଚେତ ପଶ୍ଚିମ ଦ୍ବାର ସମ୍ମୁଖରେ ବସିବି: ସୁଦର୍ଶନ ପଟ୍ଟନାୟକ

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ବାରମ୍ବାର ଦାବି କରାଯାଉଛି । ଏନେଇ ଆଜି ପୁଣି ଦାବି କରିଥିଲେ ବାଲୁକାଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ । ବନ୍ଦ ରହିଥିବା ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଦ୍ଵାର ମଧ୍ୟରୁ ପୁରୀବାସୀଙ୍କ ପାଇଁ ତୁରନ୍ତ ଗୋଟିଏ ଦ୍ଵାର ଖୋଲିବା ପାଇଁ ସୁଦର୍ଶନ ପଟ୍ଟନାୟକ ଦାବି କରିଥିଲେ । ଟ୍ବିଟ୍‌ ଯୋଗେ ଶ୍ରୀମନ୍ଦିର ପ୍ରଶାସନକୁ ଏହି ପ୍ରସଙ୍ଗରେ ନିଜର ଅନୁରୋଧ ଜଣାଇଥିଲେ ସୁଦର୍ଶନ । ଶ୍ରୀମନ୍ଦିର ସମସ୍ତ ଦ୍ଵାର ଖୋଲିବା ଉପରେ ଅନୁଧ୍ୟାନ ଓ ନିଷ୍ପତ୍ତି ପାଇଁ ଯଦିଓ ଏକ କମିଟି ଗଠନ ହେଇଛି, ତେବେ କମିଟି ରିପୋର୍ଟ ଆସିବା ପରେ ସବୁ ଦ୍ଵାର ଖୋଲିବା ନେଇ ନିଷ୍ପତ୍ତି ହେଉ ବୋଲି ସେ କହିଥିଲେ । କିନ୍ତୁ ତା ପୁର୍ବରୁ ପୁରୀ ବାସିନ୍ଦାଙ୍କ ପାଇଁ ତୁରନ୍ତ ପଶ୍ଚିମ ଦ୍ୱାର ଖୋଲିବାକୁ ସୁଦର୍ଶନ ଦାବି କରିଥିଲେ । ଏପରିକି ଦାବି ପୂରଣ ନହେଲେ ସେ ପଶ୍ଚିମ ଦ୍ବାର ସମ୍ମୁଖରେ ଧାରଣାରେ ବସିବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.