ETV Bharat / state

ରଥଯାତ୍ରାକୁ ମିଳିବ UNESCO ମାନ୍ୟତା ! ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ - ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାକୁ ମିଳିପାରେ ୟୁନେସ୍କୋ ମାନ୍ୟତା । ସମ୍ପୂର୍ଣ୍ଣ ଚିଠା ପ୍ରସ୍ତୁତି ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା  ! ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

author img

By

Published : Nov 27, 2022, 4:38 PM IST

ପୁରୀ: ୨୦୨୩ରୁ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାକୁ ମିଳିପାରେ ୟୁନେସ୍କୋ ମାନ୍ୟତା । ଏନେଇ ୟୁନେସ୍କୋକୁ ପଠାଯିବ ସମ୍ପୂର୍ଣ୍ଣ ଚିଠା । ଚିଠା ପ୍ରସ୍ତୁତି ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ପ୍ରସ୍ତୁତି ।

ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୟୁନେସ୍କୋ ତାଲିକାରେ ରଥଯାତ୍ରା ରହିବା ନେଇ ଗତବର୍ଷ ଚିଠି ଦିଆଯାଇଥିଲା । ପୁରୀ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସଂସ୍କୃତି ବିଭାଗ ୟୁନେସ୍କୋକୁ ଚିଠି ଲେଖିଥିଲେ । ଆସନ୍ତା ୨୦୨୩ ବର୍ଷର ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଚଳିତବର୍ଷ ଏନେଇ ୟୁନେସ୍କୋକୁ ପଠାଯିବ ସମ୍ପୂର୍ଣ୍ଣ ଚିଠା । ୟୁନେସ୍କୋରେ ନାମାଙ୍କନ ଦାଖଲ କରିବା ପାଇଁ ଚିଠା ପ୍ରସ୍ତୁତ ନିମନ୍ତେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା ! ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ କରାଯାଇ ଏନେଇ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟିର ୫ ଜଣ ସେବାୟତ ପ୍ରତିନିଧି ଓ ୨ ଜଣ ମଠାଧୀଶଙ୍କୁ ନେଇ ଗଠନ କରାଯିବ ପରାମର୍ଶ କମିଟି । ତେବେ ରଥଯାତ୍ରାକୁ ଇଣ୍ଟରନ୍ୟାସନାଲ ହେରିଟେଜ୍ ମାନ୍ୟତା ମିଳିବା ପାଇଁ ଗତବର୍ଷ ଠାରୁ ତଥ୍ୟ ଓ ପ୍ରମାଣ ପ୍ରସ୍ତୁତ କରାଯାଉଥିବା କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇବ ବୋଲି ଆଶା କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.