ETV Bharat / state

ମନ୍ଦିରରୁ ଚୋରି ଟେନସନ୍, ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ - ପୁରୀ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ

ପୁରୀ ଜିଲ୍ଲାରେ ବଢିଚାଲିଛି ମନ୍ଦିରରୁ ଚୋରି । ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଅଧିକ ପଢନ୍ତୁ

ମନ୍ଦିରର ଚୋରି ନେଇ ପୁରୀ ପୋଲିସର ସାମ୍ବାଦିକ ସମ୍ମିଳନୀ, ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ

author img

By

Published : Mar 9, 2022, 10:41 PM IST

ପୁରୀ: ପୁରୀ ଜିଲ୍ଲାରେ ବଢିଚାଲିଛି ମନ୍ଦିରରୁ ଚୋରି । ଦୁର୍ବୃତ୍ତକୁ ଧରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ । ତେବେ ଦୁର୍ବୃତ୍ତଙ୍କ ଟାର୍ଗେଟରେ ଏବେ ପୁରୀ ଜିଲ୍ଲାର ପୁରାତନ ମନ୍ଦିର । ସେହିପରି ମନ୍ଦିରରେ ଥିବା ଅଷ୍ଟ ଧାତୁ ମୂର୍ତ୍ତିକୁ ଲୁଟ କରିବାରେ ଲାଗିଛନ୍ତି ଲୁଟେରା । ଗତକାଲି କଣାସ ବକୁ ପଞ୍ଚାୟତ ଐସାନେଶ୍ବର ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ମନ୍ଦିର କବାଟ ଭାଙ୍ଗି ରାଧା କୃର୍ଷ୍ଣ ,ଶିବ ଓ ଦୁର୍ଗା ମୂର୍ତ୍ତି ଚୋରି କରି ନେଇଛନ୍ତି ।

ମନ୍ଦିରର ଚୋରି ନେଇ ପୁରୀ ପୋଲିସର ସାମ୍ବାଦିକ ସମ୍ମିଳନୀ, ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ

ତେବେ ଏହି ଘଟଣାକୁ ପୁରୀ ପୋଲିସ ବେଶ ଗୁରୁତର ସହ ନେଇଥିବା ପୁରୀ ଏସପି କହିଛନ୍ତି । ଘଟଣାର ତଦନ୍ତ ଚାଲିଥିବା ବେଳେ ଜଣକୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ଏହା ପଛରେ ଏକ ଗ୍ୟାଙ୍ଗ କାମ କରୁଥିବା ବେଳେ ମୂର୍ତ୍ତି ଚୋର ଗ୍ୟାଙ୍ଗକୁ ଧରିବା ପାଇଁ ପୁରୀ ପୋଲିସ ପକ୍ଷରୁ 2ଟି ସ୍ୱତନ୍ତ୍ର ଟିମ କାମ କରୁଛି । ଏପଟେ ଏହି ଘଟଣା ପରେ ଜିଲ୍ଲା ମନ୍ଦିର କମିଟି ସହିତ ପୋଲିସ ଆଲୋଚନା କରି ମନ୍ଦିର ଗୁଡିକରେ ସିସିଟିଭି ଲଗାଇବା ନେଇ ବ୍ୟବସ୍ଥା କରିବାକୁ ଉଦ୍ୟମ କରାଯାଉ ଥିବା ପୁରୀ ଏସପି କହିଛନ୍ତି । ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣାରେ ଅନେକ ସ୍ଥାନୀୟ ଲୋକ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ଅଷ୍ଟଧାତୁ ମୂର୍ତ୍ତିର ଦାମ ବେଶ ଅଧିକ ଥିବାରୁ କିଛି ଦୁର୍ବୁତ୍ତ ଲୁଟ କରୁଛନ୍ତି ।

ସେହିଭଳି ସ୍ଥାନୀୟ ଜନସାଧାରଣଙ୍କ ସାହାଯ୍ୟ ଦ୍ୱାରା ପୋଲିସ ଚୋରଙ୍କୁ ଧରିବାରେ ସଫଳ ହୋଇ ପାରିବ । ଯଦି କୌଣସି ଲୋକ ଦୁର୍ବୃତ୍ତଙ୍କ ବିଷୟରେ ଜଣିଥାନ୍ତି ପୋଲିସକୁ ଜଣାଇଲେ ତାଙ୍କ ପରିଚୟ ଗୋପନ ରଖାଯିବା ସହ ଭଲ ଅର୍ଥ ରାଶି ପୁରସ୍କାର ଦିଆଯିବ ବୋଲି ପୁରୀ ଏସପି କହିଛନ୍ତି । ସେହିପରି ପୁରୀ ଜିଲ୍ଲାର ପଡୋଶୀ ଜିଲ୍ଲା ପୋଲିସ ସହିତ ମଧ୍ୟ ଯୋଗାଯୋଗ କରାଯାଇଛି ।

ଏଣୁ ମୂର୍ତ୍ତି ଚୋରକୁ ଧରିବା ପାଇଁ ପୁରୀ ପୋଲିସ ବ୍ୟାପକ ପଦକ୍ଷେପ ନେଇଥିବା ପୁରୀ ଏସପି କହିଛନ୍ତି । ଗତକାଲି ମୂର୍ତ୍ତି ଚୋରି ଅଭିଯୋଗରେ ଗିରଫ ହୋଇ ଥିଲେ ଜଣେ ଦମ୍ପତି । ରାଜ୍ୟର ବିଭିନ୍ନ ଦେବାଳୟରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି ଅଭିଯୋଗରେ ଦମ୍ପତିଙ୍କୁ ଗିରଫ କରିଥିଲା ପୁରୀ ପୋଲିସ । ତେବେ ଗିରଫ ଅଭିଯୁକ୍ତ ନିମାପଡା ଥାନା ପାଟପୁର ଗ୍ରାମର ପ୍ରଫୁଲ ମିଶ୍ର ଓ ତାଙ୍କ ପତ୍ନୀ । ଚନ୍ଦନପୁର ଥାନା ପୋଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏମାନଙ୍କ ଠାରୁ ୧୦ଟି ଅଷ୍ଟଧାତୁ ମୂର୍ତ୍ତି ଜବତ କରିଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ପୋଲିସ ଗିରଫ କରିବ ବୋଲି ପୁରୀ ଏସପି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.