ETV Bharat / state

ଅସ୍ତରଙ୍ଗ ହତ୍ୟାକାଣ୍ଡ ଘଟଣାକୁ 48 ଘଣ୍ଟା, ଏବେବି ପୋଲିସ ହାତଖାଲି

ଅସ୍ତରଙ୍ଗ ହତ୍ୟାକାଣ୍ଡ ଅଭିଯୁକ୍ତର ଗିରଫ ଦାବିକରି ଅସ୍ତରଙ୍ଗ ଆଳସାହି ଛକରେ ରାସ୍ତା ଅବରୋଧ ସତ୍ବେ ଅଭିଯୁକ୍ତ ପାଖରେ ପହଞ୍ଚିପାରି ନାହିଁ ପୋଲିସ ।

author img

By

Published : Oct 7, 2019, 10:39 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଅସ୍ତରଙ୍ଗ ଆଳସାହି ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତର ଗିରଫ ଦାବିରେ ଆଳସାହି ଛକରେ ରାସ୍ତା ଅବରୋଧ କରିଥିଲେ ଗତକାଲି ସ୍ଥାନୀୟ ବାସିନ୍ଦା । ଅଭିଯୁକ୍ତର ତୁରନ୍ତ ଗିରଫ ଦାବି ନେଇ ଏହି ରାସ୍ତାରୋକ ହୋଇଥିଲା । ତେବେ ପୋଲିସର ବୁଝାସୁଝା ପରେ ଆନ୍ଦୋଳନରୁ ଓହରିଥିଲେ ଲୋକେ । ପୁରୀ ଏସପି କହିଥିଲେ ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି ଓ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ । ତେବେ ଘଟଣାକୁ 2ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ପାଖରେ ପହଞ୍ଚି ପାରିନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ଏହି ମାମଲାର ଅଭିଯୁକ୍ତଙ୍କୁ ଧରିବା ପାଇଁ 2ଟି ଟିମ ଗଠନ କରାଯାଇଥିବା ଆଜି ଏସପି କହିଛନ୍ତି । ପୋଲିସ ଚଢାଉ ଜାରି ରଖିଛି । ହତ୍ୟାକାଣ୍ଡରେ 4ରୁ 5ଜଣ ଅଭିଯୁକ୍ତ ଥିବା ପୋଲିସକୁ ସୁରାକ ମିଳିଥିବା କହିଛନ୍ତି ଏସପି । ତେବେ ମୁଖ୍ୟ ଅଭିଯୁକ୍ତ ଧରାପଡିଲେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ଏସପି ଉମା ଶଙ୍କର ଦାସ ।

ସୂଚନାଯୋଗ୍ୟ ଯେ, ଗତ ଶନିବାର ରାତି ପ୍ରାୟ 11 ଟା ବେଳେ ଅସ୍ତରଙ୍ଗ ଆଳସାହିର ସାଧୁ ସ୍ଵାଇଁ କୌଣସି କାର୍ଯ୍ୟ ନିମନ୍ତେ ବଜାରକୁ ଆସିଥିବା ବେଳେ ଅଭିଯୁକ୍ତଙ୍କ ସହିତ ବଚସା ହୋଇଥିଲା । ଖବର ପାଇ ସାଧୁ ସ୍ଵାଇଁଙ୍କ ପୁଅ ଦିଲ୍ଲୀପ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ସାଧୁଙ୍କ ପୁଅ ଓ ଅଭିଯୁକ୍ତ ମଧ୍ୟ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଏକ ଛୁରୀରେ ଦିଲ୍ଲୀପଙ୍କୁ ଆକ୍ରମଣ କରିଥିଲେ । ପୁଅକୁ ରକ୍ଷା କରିବାକୁ ଯାଇ ସାଧୁ ସ୍ବାଇଁ ମଧ୍ୟ ଆହତ ହୋଇଛନ୍ତି । ଦିଲ୍ଲୀପ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ବେଳେ ବାପା ସାଧୁ ସ୍ଵାଇଁ ଗୁରୁତର ଅବସ୍ଥାରେ ଚିକିତ୍ସିତ ଅଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଅସ୍ତରଙ୍ଗ ଆଳି ସାହି ହତ୍ୟାକାଣ୍ଡ ଘଟଣା ରେ 2 ଜଣ ଅଟକ।

Body:ଅସ୍ତରଙ୍ଗ ଆଳ ସାହି ହତ୍ୟାକାଣ୍ଡ ଘଟଣା 2 ଦିନ ବିତି ଥିବା ବେଳେ ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରି ପାରି ନାହିଁ। କେଵଳ
2 ଜଣ ଙ୍କୁ ଅଟକ ରଖିଛି ପୋଲିସ। ତେବେ ଏହି ଘଟଣା ରେ 4 ରୁ 5 ଜଣ ସମ୍ପୁକ୍ତ ଥିବା ପ୍ରାଥମିକ ତଦନ୍ତ ରୁ ପୋଲିସ ଜାଣି ପାରିଛି। ସବୁ ଅଭିଯୁକ୍ତ କୁ ଗିରଫ କରିବାକୁ ଦୁଇଟି ଟିମ ଗଠନ କରି ପୋଲିସ ଚଢ଼ାଉ ଜାରି ରଖିଛି। ତେବେ ହତ୍ୟାକାଣ୍ଡ ର ପ୍ରକୃତ କାରଣ ମୁଖ୍ୟ ଅଭିଯୁକ୍ତ ଧରାପଡିଲେ ଜଣା ପଡିବ ବୋଲି ପୁରୀ ଏସପି କହିଛନ୍ତି। ତେବେ ସାମାନ୍ୟ ବଚସା ଓ ଦୁର୍ବ୍ୟବହାର ରୁ ଗଣ୍ଡଗୋଳ ଘଟି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତ ରୁ ପୋଲିସ କୁ ସୂଚନା ମିଳିଛି। ଗତ ଶନିବାର ରାତି ଅସ୍ତରଙ୍ଗ ଥାନା ଆଳ ସାହି ଭିମା ଛକରେ ଏକ ହତ୍ୟାକାଣ୍ଡ ଘଟିଥିଲା । କିଛି ବ୍ୟକ୍ତି ସଂଘ ବଧ ଭାବେ ଆକ୍ରମଣ କରି ସ୍ଥାନୀୟ ବାସିନ୍ଦା ସାଧୁ ସ୍ୱାଇଁ ଙ୍କୁ ଗୁରୁତର କରିଥିବା ବେଳେ ତାଂକ ପୁଅ ଦିଲୀପ ସ୍ୱାଇଁ ଙ୍କୁ ସ୍ୱାଇଁ ଙ୍କୁ ହତ୍ୟା କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଂଚଳ ରେ ତୀବ୍ର ଉତେଜନା ପ୍ରକାଶ ପାଇବା ସହ ରାସ୍ତାରୋକ ହୋଇ ଥିଲା।

ବାଇଟ,, ଉମାସଙ୍କର ଦାସ , ପୁରୀ ଏସପି

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.