ETV Bharat / state

ସେବାକୁ ସମ୍ମାନ, ପୁରୀର ମଞ୍ଜୁଲତା ପାଇବେ ଫ୍ଲୋରେନ୍ସ ନାଇଟଆଙ୍ଗେଲ ପୁରସ୍କାର

author img

By

Published : May 26, 2023, 1:31 PM IST

ପୁରୀ ଜିଲ୍ଲୀ କଣାସ ବ୍ଲକ ସାହାସପୁର ଉପକେନ୍ଦ୍ର ମହିଳା ସ୍ୱାସ୍ଥ୍ୟକର୍ମୀ ମଞ୍ଜୁଲତା ମହାରଣା ଚଳିତ ବର୍ଷର ଜାତୀୟ ଫ୍ଲୋରେନ୍ସ ନାଇଟଆଙ୍ଗେଲ ପୁରସ୍କାରରେ ସମ୍ମାନିତ ହେବ । ଅଧିକ ପଢନ୍ତୁ

ଫ୍ଲୋରେନ୍ସ ନାଇଟଆଙ୍ଗେଲ ପୁରସ୍କାର
florence nightingale award 2023

ପୁରୀ: ଚଳିତ ବର୍ଷ ଫ୍ଲୋରେନ୍ସ ନାଇଟଆଙ୍ଗେଲ ପୁରସ୍କାରରେ ସମ୍ମାନିତ ହେବେ ପୁରୀ ଜିଲ୍ଲା କଣାସ ବ୍ଲକ ସାହାସପୁର ଉପକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ ମଞ୍ଜୁଲତା ମହାରଣା । ମଞ୍ଜୁଲତାଙ୍କୁ ଏହି ସମ୍ମାନଜନକ ସମ୍ମାନ ମିଳିବା ନେଇ ଭାରତୀୟ ନର୍ସିଂ କଉନସିଲର ଯୁଗ୍ମ ସଚିବ ସୂଚନା ଦେଇଛନ୍ତି । ଏହା ସହ ମଞ୍ଜୁଲତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ନୂଆଦିଲ୍ଲୀରେ ଏହି ସମ୍ମାନ ପ୍ରଦାନ କରିବେ ।

ଗତ ପ୍ରଳୟଙ୍କରୀ ବନ୍ୟାରେ ସମଗ୍ର କଣାସ ଅଞ୍ଚଳ ଜଳମଗ୍ନ ହୋଇଥିଲା । ଏହି ସମୟରେ ପ୍ରସବ ଯନ୍ତ୍ରଣା ପାଉଥିବା 4ଜଣ ଗର୍ଭବତୀ ମହିଳାଙ୍କୁ ମଞ୍ଜୁଲତା ନିଜ ଉପକେନ୍ଦ୍ରରେ ପ୍ରସବ କରାଇ ସେମାନଙ୍କର ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କରିଥିଲେ । କଣାସ ବ୍ଲକ କାଦୁଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାହସପୁର ଉପକେନ୍ଦ୍ରରର ମହିଳା ସ୍ବାସ୍ଥ୍ୟକର୍ମୀ ମଞ୍ଜୁଲତା ମହାରଣା ଏଏନଏମ ତାଲିମ ସମାପ୍ତ କରିବା ପରେ 2007 ମସିହାରେ ଜାତୀୟ ସ୍ବାସ୍ଥ୍ୟ ମିଶନରେ ପ୍ରଥମେ ଚାକିରି କରିଥିଲେ । ପରେ ଗତ 2019 ମସିହାରୁ ନିୟମିତ ହୋଇ ସ୍ବାସ୍ଥ୍ୟକର୍ମୀ ଭାବରେ ନିଜର କର୍ମ ଜାରି ରଖିଛନ୍ତି । ସେ ଗଡ଼ିଶାଗଦା ଥାନା ଅନ୍ତର୍ଗତ କଳାପଦର ଗ୍ରାମର ପବିତ୍ର କୁମାର ସାହୁଙ୍କ ପତ୍ନୀ । ଖୋର୍ଦ୍ଧା କାଶୀପୁର ନିବାସୀ ସ୍ବର୍ଗତ ଭଗବାନ ମହାରଣା ଓ ବିନୋଦିନୀ ମହାରଣାଙ୍କର କନ୍ୟା ମଞ୍ଜୁଲତା ଆଜି ସମସ୍ତଙ୍କ ପାଇଁ ଗର୍ବ ଆଣିଛନ୍ତି ।

ପୁରୀ ଜିଲ୍ଲା ମୁଖ୍ୟ ଜନସ୍ଵାସ୍ଥ୍ୟ ଓ ଚିକିତ୍ସାଧିକାରୀ ଡାକ୍ତର ସୁଜାତା ମିଶ୍ର ଏକ ସ୍ବତନ୍ତ୍ର ଉତ୍ସଵରେ ତାଙ୍କୁ ସମ୍ମାନିତ କରି କହିଛନ୍ତି," ଯେତେବେଳେ ଡାକ୍ତରମାନେ ପ୍ରସବ କରାଇବା ପାଇଁ ଭୟ କରୁଛନ୍ତି, ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ସାହାସର ସହିତ ନିଜ ଉପକେନ୍ଦ୍ରରେ ବିନା କୌଣସି ଅସୁବିଧାରେ 100ରୁ ଅଧିକ ଡେଲିଭରି କରାଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି । ସେବେ ଠାରୁ ମଞ୍ଜୁଲତା ମହାରଣା ଆଉ ପଛକୁ ଫେରିନାହାନ୍ତି । ଏବେସୁଦ୍ଧା ମୋଟ 104ଟି ପ୍ରସବ କରାଇ ଦୃଷ୍ଟି ଆକର୍ଷଣ କରାଇ ପାରିଛନ୍ତି । ସେ ଜଣେ ଦକ୍ଷ ପ୍ରସବକାରିଣୀ ଭାବରେ ସୁନାମ ଅର୍ଜନ କରିଛନ୍ତି । ବନ୍ୟା ସମୟରେ ସେ ସାହୁପଡା, ବଡାଲ, କାଦୁଆ ଓ ଗୋପୀନାଥପୁର ପଞ୍ଚାୟତ ଅଞ୍ଚଳବାସୀଙ୍କ ପାଇଁ ଦେବଦୂତ ସାଜିଥିଲେ ।"

ମଞ୍ଜୁଲତା ଜଣେ ଦକ୍ଷ ଆଶା ପ୍ରଶିକ୍ଷକ, ଜଣେ ସାହସୀ ମହିଳା ସ୍ବାସ୍ଥ୍ୟକର୍ମୀ ହିସାବରେ ପ୍ରସବ ବେଦନା ପାଉଥିବା ଗର୍ଭବତୀ ଓ କଅଁଳ ଶିଶୁଙ୍କ ଜୀବନ ବଞ୍ଚାଇଥିବାରୁ ସେ ଅଞ୍ଚଳରେ ସମସ୍ତଙ୍କର ଅତିପ୍ରିୟ ଦିଦି ହୋଇଛନ୍ତି । କୁଷ୍ଠରୋଗୀ, ଯକ୍ଷ୍ମାରୋଗୀ ଓ ଅତି ବୃଦ୍ଧବୃଦ୍ଧାଙ୍କୁ ସେ ଅତି ଆପଣାର ଭାବି ସେବା ଯୋଗାଇ ଆସୁଛନ୍ତି । ତାଙ୍କର ପ୍ରଚେଷ୍ଠା ଫଳରେ ସାହାସପୁର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଜିଲ୍ଲା ସ୍ତରରେ ଶ୍ରେଷ୍ଠ କାୟାକଳ୍ପ ପୁରସ୍କାର ପାଇଥିଲା । ଏବେ ନୂତନ ଭାବରେ ଆରମ୍ଭ ହୋଇଥିବା ସାହାସପୁର ଉପକେନ୍ଦ୍ର ଉକ୍ତ ଅଞ୍ଚଳରେ ଏକ ଦିବାରାତ୍ର ଡାକ୍ତରଖାନା ରୂପରେ ସେବା ଯୋଗାଇ ଆସୁଅଛି ।

ପ୍ରତିବର୍ଷ ମେ ୧୨କୁ ଇଣ୍ଟରନାସନାଲ ନର୍ସ ଡେ ଭାବରେ ପାଳନ କରାଯାଇଥାଏ । ବିଶ୍ୱରେ ଏହି ଦିନକୁ ନର୍ସ ଡେ ଭାବରେ ସେଲିବ୍ରେଟ କରିବାର ପଛର କାହାଣୀ ହେଉଛି ଫ୍ଲୋରେନ୍ସ ନାଇଟଆଙ୍ଗେଲଙ୍କ ଜୟନ୍ତୀ । ଫ୍ଲୋରେନ୍ସ ନାଇଟଆଙ୍ଗେଲ ଜଣେ ନର୍ସ ଏବଂ ଜଣେ ନେତା ଥିଲେ, ଯିଏକି ସ୍ୱାସ୍ଥ୍ୟ ସମ୍ବନ୍ଧିତ ମୁଦ୍ଦା ଉପରେ ୧୫୦ରୁ ଅଧିକ ପୁସ୍ତକ ଏବଂ ରିପୋର୍ଟ ଲେଖିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.