ETV Bharat / state

ରାତିପାହିଲେ ଘୋଷଯାତ୍ରା, କଟକଣା ମାନିବାକୁ ପୁରୀବାସୀଙ୍କୁ ଜିଲ୍ଲାପାଳଙ୍କ ଅପିଲ

author img

By

Published : Jul 11, 2021, 8:53 AM IST

ରଥଯାତ୍ରା ସମୟରେ କଟକଣା ମାନିବାକୁ ପୁରୀବାସୀଙ୍କୁ ଅପିଲ କଲେ ଜିଲ୍ଲାପାଳ ସମର୍ଥ ବର୍ମା । ଅଧିକ ପଢନ୍ତୁ...

କଟକଣା ମାନିବାକୁ ପୁରୀବାସୀଙ୍କୁ ଜିଲ୍ଲାପାଳଙ୍କ ଅପିଲ

ପୁରୀ: ରଥଯାତ୍ରା ପାଇଁ କୋଭିଡ କଟକଣା ମାନିବାକୁ ପୁରୀବାସୀଙ୍କୁ ଜିଲ୍ଲାପାଳଙ୍କ ଅପିଲ । ଏଥର ମଧ୍ୟ ମହାପ୍ରଭୁଙ୍କ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । ତେଣୁ ଭକ୍ତଙ୍କ ଭିଡ ଉପରେ ବିଶେଷ ଦୃଷ୍ଟି ଦିଆଯିବ । ଏଥିପାଇଁ ରବିବାର ରାତି 8ଟା ରୁ ମଙ୍ଗଳବାର ରାତି 8 ଟା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ 144 ଧାରା ଜାରିରହିବ ।

ତେଣୁ ନିୟମ ମାନି ପ୍ରଶାସନକୁ ସହଯୋଗ କରିବା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ପୁରୀବାସୀଙ୍କ ଅପିଲ କରିଛନ୍ତି।। ଅନ୍ୟପଟେ କର୍ଫ୍ୟୁ ସମୟରେ କୌଣସି ଜରୁରୀ ଅସୁବିଧା ତଥା ସମସ୍ୟା ହେଲେ ଏହାର ତୁରନ୍ତ ସମାଧାନ ପାଇଁ 18003457495 ଟୋଲ ଫ୍ରି ନମ୍ବରରେ କଲ୍ କରିବାକୁ ଜିଲ୍ଲାପାଳ କହିଛନ୍ତି । କର୍ଫ୍ୟୁ ସମୟରେ ବଡ଼ ଦାଣ୍ଡରେ କୌଣସି ଦୋକାନ ଖୋଲିବ ନାହିଁ । ସେହିପରି ଛାତ କିମ୍ବା ବାଲକୋନିରେ ରଥଯାତ୍ରା ଦେଖିବା ନେଇ କଟକଣା ରହିଛି । ତେବେ ଅତି ଜରୁରୀ ଥିଲେ ତଥା ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଲେ ଅବା କୌଣସି ଜରୁରୀକାଳୀନ କାର୍ଯ୍ୟ ପାଇଁ ଘରୁ ବାହାରିବାକୁ ଅନୁମତି ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.