ETV Bharat / state

ପୁରୀ-କୋଣାର୍କ ରାସ୍ତା ଧସିବା ଘଟଣା; ସ୍ଥିତି ଅନୁଧ୍ୟାନ ଓ ନିରାକରଣ ପାଇଁ ସ୍ବରେଜ ବୋର୍ଡକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

author img

By

Published : Jul 25, 2023, 10:04 PM IST

ପୁରୀ ସିଟି ରୋଡ ଦେଇ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ କୋଣାର୍କ ଯାଇଥାନ୍ତି । ହେଲେ ବାରମ୍ବାର ଏହି ରାସ୍ତା ଧସିଯାଇ ଗର୍ତ୍ତ ସୃଷ୍ଟି ହେଉଛି । ଫଳରେ ଯାତାୟତ ପ୍ରଭାବିତ ହେଉଛି । ଏବେ ପୁଣି ଏଭଳି ସ୍ଥିତି ଉପୁଜିଥିବା ବେଳେ ସ୍ଥିତି ଅନୁଧ୍ୟାନ କରି ନିରାକରଣ ପାଇଁ ସ୍ବରେଜ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

ପୁରୀ-କୋଣାର୍କ ରାସ୍ତା ଧସିଯିବା ଘଟଣା
ପୁରୀ-କୋଣାର୍କ ରାସ୍ତା ଧସିଯିବା ଘଟଣା
ପୁରୀ-କୋଣାର୍କ ରାସ୍ତା ଧସିଯିବା ଘଟଣା

ପୁରୀ: ସିଟି ରୋଡ ବେଡି ହନୁମାନ ମନ୍ଦିର ନିକଟରେ ରାସ୍ତା ତଳକୁ ଧସିଯାଇ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ହେଲେ ଏହାର ମରାମତି ହୋଇ ନଥିବାରୁ ଯାତାୟତ ବନ୍ଦ ରହିଛି । ଏହି ରାସ୍ତାଦେଇ ପର୍ଯ୍ୟଟକ ମାନେ ପୁରୀରୁ କୋଣାର୍କ ଯାତାୟତ କରିଥାନ୍ତି । ହେଲେ ରସ୍ତା ଧସି ଯାଇଥିବାରୁ ଯାତାୟତ ଠପ୍ ହୋଇଯାଇଛି । ତେବେ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବାରୁ ସ୍ଥାନୀୟ ବାସିନ୍ଦା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିପାଇଁ ଗତକାଲି ଏକ ପର୍ଯ୍ୟଟକ ବସ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । କିଛି ଅଘଟଣ ହୋଇଥିଲେ କିଏ ଦାୟୀ ରହିଥାନ୍ତା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ତେବେ ବେଡି ହନୁମାନ ମନ୍ଦିର ନିକଟ ରାସ୍ତା ଧସିବା ଏହା ପ୍ରଥମ ଥର ନୁହେଁ । ଗତ ବର୍ଷେ ଭିତରେ ୪ ଥର ଉକ୍ତ ନିର୍ଦ୍ଦିଷ୍ଟ ସ୍ଥାନରେ ରାସ୍ତା ଧସି ଯାଉଛି । ତେବେ ରାସ୍ତା ମରାମତି ନମରେ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଓ କିଛି ଠିକାଦାର କେବଳ ଅର୍ଥ ହରିଲୁଟ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି । ପୂର୍ବରୁ ନିକଟରେ ଥିବା ଓଡ଼ିଶା ବେକେରୀ ନିକଟରେ ରାସ୍ତା ଧସି ଯାଇଥିଲା । ସେହିପରି ସିଟି ରୋଡର ଅନେକ ସ୍ଥାନରେ ପିଚୁ ଉଠିଯାଇ ବଡ ବଡ ଗାତ ହୋଇଛି । ଫଳରେ ପଥଚାରୀ ପ୍ରତିଦିନ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହେଉଛନ୍ତି । ହେଲେ ପୁରୀ ପୂର୍ତ୍ତ ବିଭାଗର ଯନ୍ତ୍ରୀଙ୍କ ନିଦ ଭାଙ୍ଗୁ ନଥିବା ଅଭିଯୋଗ ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ...ପୁଣି ଦବିଲା ପୁରୀ ଚକ୍ରତୀର୍ଥ ରାସ୍ତା, ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ବସଯାତ୍ରୀ

ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଉକ୍ତ ସ୍ଥାନରେ କାହିଁକି ବାରମ୍ବାର ସ୍ବରେଜ୍ ଚାମ୍ବର ଭାଙ୍ଗୁଛି ଓ ରାସ୍ତା ଧସୁଛି, ସେନେଇ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ୍ ଦେବାକୁ ସ୍ବରେଜ ବୋର୍ଡକୁ କୁହାଯାଇଥିବା ଜିଲ୍ଲାପାଳ କହିଛନ୍ତି । ସ୍ଵେରେଜ ନିର୍ମାଣ ପରେ ଏହାର ସଠିକ୍ ରକ୍ଷଣାବେକ୍ଷଣ କରାଯାଉନଥିବା ଅଭିଯୋଗ ହେଉଥିବା ବେଳେ ଜିଲ୍ଲାପାଳ କହିଛନ୍ତି, "ଏନେଇ ଦୃଷ୍ଟି ଦିଆଯିବ । ସ୍ଵରେଜ୍ ମେଣ୍ଟେନାନ୍ସ ଦାୟିତ୍ଵ ନେଇଥିବା ସଂସ୍ଥା ସହ ଆଲୋଚନା ହେବ । ସେହିପରି ପୁରୀ ସହରର ପରିସୀମା ବଢୁଥିବା କେତେକ ସ୍ଥାନକୁ ସ୍ବରେଜ ଯାଇନାହିଁ । ସେହି ଅଞ୍ଚଳ ସର୍ଭେ ହେଇଛି । ସରକାରଙ୍କୁ ଏନେଇ ରିପୋର୍ଟ ଦିଆଯାଇଛି । ସରକାରଙ୍କ ନିର୍ଦ୍ଦେଶ ଆସିଲେ ଉକ୍ତ ଅଞ୍ଚଳରେ ନୂଆ ସ୍ବରେଜ୍ ସଂଯୋଗ ଦିଆଯିବ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.