ETV Bharat / state

ବସ୍ତି ଉଚ୍ଛେଦକୁ ବିରୋଧ, ଆନ୍ଦୋଳନ କରିବାକୁ ଚେତାବନୀ

author img

By

Published : Jan 11, 2023, 4:07 PM IST

ପୁରୀ ରାମ ମନ୍ଦିର ନିକଟରେ ଥିବା ଜାଲି ସାହି ବସ୍ତି କୁ କରାଯିବା ଉଚ୍ଛେଦ। ଏନେଇ ପୁରୀ ପୌରପାଳିକା ପକ୍ଷରୁ ନୋଟିସ ଜାରି। ଅଧିକ ପଢନ୍ତୁ

slum eviction in puri
slum eviction in puri
slum eviction in puri

ପୁରୀ: ବସ୍ତି ଉଚ୍ଛେଦକୁ ବିରୋଧ । ପୁରୀ ରାମ ମନ୍ଦିର ନିକଟରେ ଥିବା ଜାଲି ସାହି ବସ୍ତିକୁ କରାଯିବା ଉଚ୍ଛେଦ । ଏନେଇ ପୁରୀ ପୌରପାଳିକା ପକ୍ଷରୁ ନୋଟିସ ଜାରି ହୋଇଛି । ତେବେ ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା କରା ନଯାଇ ଉଚ୍ଛେଦ ପାଇଁ ନୋଟିସ ହୋଇଥିବାରୁ ବସ୍ତି ବାସିନ୍ଦା ଉଚ୍ଛେଦକୁ କଡ଼ା ବିରୋଧ କରିଛନ୍ତି । ତେବେ ରାସ୍ତା ଓ ଡ୍ରେନ୍‌ ନିର୍ମାଣ ଆଳରେ ଶତାଧିକ ଘର ଭାଙ୍ଗିବାକୁ ପ୍ରଶାସନର ଯୋଜନାକୁ ବସ୍ତି ବାସିନ୍ଦା ବିରୋଧ କରିଛନ୍ତି । ବସ୍ତିକୁ ରାସ୍ତା ଥିବା ବେଳେ ଆଉ ରାସ୍ତାର ଆବଶ୍ୟକ ନାହିଁ । ହେଲେ ପୁରୀ ପୌରପାଳିକା ଜଣେ ଅଫିସରଙ୍କ ଘରକୁ ରାସ୍ତା ଯିବା ପାଇଁ 50ରୁ ଅଧିକ ପରିବାରର ଘର ଭାଙ୍ଗିବା କିଭଳି ଉଚିତ ବୋଲି ପ୍ରଶ୍ନ ଉଠିଛି ।

ସେହିପରି ପୁର୍ବରୁ ଏନେଇ ବସ୍ତି ବାସିନ୍ଦା ପୌର ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚୋନା କରିଥଲେ । ତେବେ ବସ୍ତି ବାସିନ୍ଦାଙ୍କ ଅଭିଯୋଗର ଶୁଣାଣି ନକରି ପୁରୀ ପୌର ଅଧିକାରୀ ତାଙ୍କ କର୍ମଚାରୀଙ୍କ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ସମୂହ ସ୍ବାର୍ଥ ଭୁଲି ଯାଇ ବସ୍ତି ପାଇଁ ଉଚ୍ଛେଦ ନୋଟିସ ଦେଇଥିବା ଅଭିଯୋଗ ହୋଇଛି । ତେବେ ପୁରୀ ଜିଲ୍ଲାପାଳ ବସ୍ତି ବାସିନ୍ଦାଙ୍କ ସମସ୍ୟା ନବୁଝିଲେ ଏବଂ ଉଚ୍ଛେଦ ବନ୍ଦ ନକଲେ ଆଗାମୀ ଦିନରେ ବସ୍ତି ବାସିନ୍ଦା ବ୍ୟାପକ ଆନ୍ଦୋଳନ କରିବେ ବୋଲି ଚେତା ଚେତାବନୀ ଦେଇଛନ୍ତି ।

ଏନେଇ ବୁଦ୍ଧିଜୀବୀ କହିଛନ୍ତି, "ରାତି ଅଧରେ ଏକ ନୋଟିସ ଦେଇଛନ୍ତି ଯେ ରାସ୍ତା ତିଆରି ଓ ଡ୍ରେନ ପାଇଁ ଜାଲି ସାହି ବସ୍ତି ଭଙ୍ଗା ହେବ । ପୁରୀ ମୁନିସିପାଲଟିର ଇଞ୍ଜିନିୟର ଦେବବ୍ରତ୍ତ ଷଡଙ୍ଗୀ ଯିଏକି ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଏଭଳି କାର୍ଯ୍ୟ କରିଛନ୍ତି ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.