ETV Bharat / state

ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା, ତାତିଲେ ରୋଗୀ

ପରୀ ଜିଲ୍ଲାର ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟସ୍ତ ରୋଗୀସେବା । ସାମାଜିକ ଗଣମାଧ୍ୟମରେ ଭିଡିଓ ହେଉଛି ଭାଇରାଲ। ଲୋକଙ୍କ ଅସନ୍ତୋଷ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 17, 2023, 1:01 PM IST

Etv Bharat
Etv Bharat
ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀସେବା ଅବ୍ୟବସ୍ଥାକୁ ନେଇ ତାତିଲେ ରୋ

ନିଆଳି: ରୋଗୀ ସେବା ଅବ୍ୟବସ୍ଥାକୁ ନେଇ କ୍ଷୁବ୍ଧ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ । ଏଭଳି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଥିବା ଦୃଶ୍ୟଟି ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବୋଲି ଜଣାପଡିଛି । ଅନ୍ୟପଟେ ଚିକିତ୍ସା କରୁଥିବା ଦୁଇ ଡାକ୍ତର ମଧ୍ୟ ନିଜକୁ ଅସହାୟ ମନେ କରୁଥିବା ଭିଡିଓରୁ ଜଣାପଡ଼ିଛି । ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ଯୋଗୁଁ କମ ଡାକ୍ତରରେ ରୋଗୀ ସେବା କରିବା ସମ୍ଭବ ନୁହେଁ ବୋଲି ଭିଡିଓରୁ ବାରି ହେଉଛି ।

ଭାଇରାଲ ଭିଡିଓର ଦୃଶ୍ୟ କେଉଁ ଉପାନ୍ତ ଅଞ୍ଚଳର ନୁହେଁ ବରଂ ରାଜଧାନୀଠାରୁ ମାତ୍ର ୬୦ କିମି ଦୂର ତଥା ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଟେ । କେହି ବ୍ୟକ୍ତି ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥାର ଦୃଶ୍ୟକୁ ମୋବାଇଲରେ କଏଦ କରିବା ପରେ ଭାଇରାଲ କରିଥିବା ଜଣା ପଡ଼ିଛି । ତେବେ ସ୍ବାସ୍ଥ୍ୟସେବା ଭଳି ଅତି ସମ୍ବେଦନଶୀଳ ସେବାରେ ଯଦି ଅବହେଳା ହୁଏ ତେବେ ରୋଗୀମାନଙ୍କ ଭବିଷ୍ୟତ ଅନ୍ଧାର ହେବା ସହିତ ସରକାରୀ ମେଡିକାଲ ଉପରେ ଭରସା ତୁଟି ଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।

ଏହାମଧ୍ୟ ପଢନ୍ତୁ..ଆଢେଣୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା

ତେବେ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିଆଳି,କାକଟପୁର,ଗୋପ, ନିମାପଡ଼ା ଅଞ୍ଚଳର ଲୋକମାନେ ନିର୍ଭର କରୁଥିବା ବେଳେ ହସ୍ପିଟାଲରେ ମାତ୍ର 3ଟି ଡାକ୍ତର ରହିଛନ୍ତି । ଭିଡିଓରେ ଦେଖାଯାଉଥିବା ଦୃଶ୍ୟ ଅନୁଯାୟୀ, ଜଣେ ମହିଳା ଡାକ୍ତରଙ୍କ ଅଭାବ ଯୋଗୁଁ ବିଳମ୍ବରେ ଚିକିତ୍ସା ହେବାରୁ ତାଙ୍କ ସ୍ବାମୀଙ୍କ ଜୀବନ ଯାଇଥିବା ଅଭିଯୋଗ ଆଣିଛନ୍ତି । ଅନ୍ୟ ରୋଗୀମାନେ ମଧ୍ୟ ଚିକିତ୍ସା ପାଇଁ ଲମ୍ବା ଧାଡିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିବା ଅଭିଯୋଗ କରିଛନ୍ତି । ଆଉ ମଧ୍ୟ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରମାନେ ସରକାରଙ୍କ ପକ୍ଷରୁ ମାଗଣାରେ ମିଳୁଥିବା ନିରାମୟ ମେଡିସିନ ପରିବର୍ତ୍ତେ ବାହାରେ ବିକ୍ରି ହେଉଥିବା ଔଷଧ ଲେଖୁଥିବା ଅଭିଯୋଗ କରିଛନ୍ତି କିଛି ରୋଗୀ ।

ଭାଇରାଲ ଭିଡିଓ ଏବଂ ରୋଗୀଙ୍କ ଅଭିଯୋଗ ପରେ ଗଣମାଧ୍ୟମ ପ୍ରତିନିଧିମାନେ ଚିକିତ୍ସା ଦାୟିତ୍ବରେ ଥିବା ଡ଼ାକ୍ତରଙ୍କୁ ଏନେଇ ପଚାରିବାରୁ ନିଜ ମୁଣ୍ତରୁ ଦୋଷ ଖସାଇ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପଚାରନ୍ତୁ ବୋଲି କହିଛନ୍ତି କାର୍ଯ୍ୟରତ ଡାକ୍ତର ।‌ ଏ ନେଇ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ସହିତ ଆବଶ୍ୟକୀୟ ଡାକ୍ତର ଓ କର୍ମଚାରୀଙ୍କୁ ନିଯୁକ୍ତି ଦେଲେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଭରସା କରୁଥିବା ରୋଗୀ ଉପଯୁକ୍ତ ସେବା ପାଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ନିଆଳୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.