ETV Bharat / state

ପୁରୀରେ ୬୩ ତମ ପୋଲିସ ଶହୀଦ ଦିବସ

author img

By

Published : Oct 22, 2022, 7:24 AM IST

ପୁରୀ ରିଜର୍ଭ ପୋଲିସ ପଡ଼ିଆରେ ୬୩ ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ଏସପି କନୱର ବିଶାଳ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିର ଶହୀଦଙ୍କ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ । ଅଧିକ ପଢନ୍ତୁ

ପୁରୀରେ ୬୩ ତମ ପୋଲିସ ଶହୀଦ ଦିବସ
ପୁରୀରେ ୬୩ ତମ ପୋଲିସ ଶହୀଦ ଦିବସ

ପୁରୀ: ଗତକାଲି ଥିଲା ୬୩ ତମ ପୋଲିସ ଶହୀଦ ଦିବସ । ଦେଶମାତୃକା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ପୁରା ରାଜ୍ୟ । ଏନେଇ ଜିଲ୍ଲାର ବିଭିନ୍ନ ପୋଲିସ ଥାନା ଗୁଡିକରେ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୁରୀ ରିଜର୍ଭ ପୋଲିସ ପଡ଼ିଆରେ ପୋଲିସ ଶହୀଦ ଦିବସ ପାଳିତ ହୋଇଛି । ଏସପି କନୱର ବିଶାଳ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିର ଶହୀଦଙ୍କ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ ।

ପୁରୀରେ ୬୩ ତମ ପୋଲିସ ଶହୀଦ ଦିବସ

ଶହୀଦଙ୍କ ବଳିଦାନ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ ଏସପି । ଜନସାଧାରଣଙ୍କୁ ପୋଲିସ ଉତ୍ତମ ସେବା ଯୋଗାଇବା ସହ ସେମାନଙ୍କର ଆସ୍ଥାଭାଜନ ହୋଇପାରିଲେ ତାହା ଶହୀଦଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ସେହିପରି ଉତ୍ତମ ସେବା ସହ ଜନସାଧାରଣଙ୍କ ପ୍ରିୟପାତ୍ର ହେବାକୁ ଆରକ୍ଷୀ ମାନଙ୍କୁ ଆହ୍ବାନ ଦେଇଥିଲେ । ଏହାପରେ ଆୟୋଜିତ କାର୍ଯ୍ୟକ୍ରମରେ ଶହୀଦ ଏସପିଙ୍କ ନାମ ପାଠ କରାଯାଇଥିଲା । ଏସପି କନୱର ବିଶାଳ ସିଂଙ୍କ ସହ ଅତିରିକ୍ତ ଏସପି, ସିଟି ଡିଏସପି ଓହ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଏହା ମଧ୍ୟ ପଢନ୍ତୁ-State Cabinet Meeting: 6 ପ୍ରସ୍ତାବକୁ କ୍ୟାବିନେଟ ମୋହର

ଏନେଇ ପୁରୀ ଏସପି କନୱର ବିଶାଳ ସିଂ କହିଛନ୍ତି ଯେ, ''ଆଜି ୬୩ ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ଆମେ ଆମ ପରିବାରକୁ ଯେତିକି ଗୁରୁତ୍ବ ଦେଉଛି ଶହୀଦଙ୍କ ପରିବାରକୁ ମଧ୍ୟ ସେତିକି ଗୁରୁତ୍ବ ଦେଉଛି । ସବୁ ଦିନ ପରି ଆଜି ମଧ୍ୟ ଆମେ ନିଷ୍ପତ୍ତି ନେଉଛୁ ଯେ ଆମର ସମସ୍ତ ଯବାନ ଅଫିସର ଯେମିତି ଜନସାଧାରଣଙ୍କର ଭଲ ସେବା କରିପାରିବେ, ତାହା ବିର ଶହୀଦଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ପୁରୀ ଏସପି କନୱର ବିଶାଳ ସିଂ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ଶହୀଦ ଦିବସ ପାଳିତ ହୋଇୟାଇଛି । ଦେଶ ମାତୃକାର ସେବାରେ ଶହୀଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.