ETV Bharat / state

ସଂସଦୀୟ ସ୍ଥାୟୀ କମିଟିର ପୁରୀ ଜିଲ୍ଲା ଗସ୍ତ ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

author img

By

Published : May 16, 2023, 7:28 AM IST

ପୁରୀ ଜିଲ୍ଲା ଗସ୍ତରେ ସଂସଦୀୟ ସ୍ଥାୟୀ କମିଟି । ପୁରୀ ଜିଲ୍ଲା ଗସ୍ତରେ ଗ୍ରାମୀଣ ବିକାଶ ଓ ପଞ୍ଚାୟତରାଜ ସମ୍ପର୍କୀତ ତଥ୍ୟକୁ କଲେ ସମୀକ୍ଷା । ଅଧିକ ପଢ଼ନ୍ତୁ

ପୁରୀ ଜିଲ୍ଲା ଗସ୍ତରେ ସଂସଦୀୟ ସ୍ଥାୟୀ କମିଟି
ପୁରୀ ଜିଲ୍ଲା ଗସ୍ତରେ ସଂସଦୀୟ ସ୍ଥାୟୀ କମିଟି

ପୁରୀ: ପୁରୀ ଜିଲ୍ଲା ଗସ୍ତରେ ଗ୍ରାମୀଣ ବିକାଶ ଓ ପଞ୍ଚାୟତରାଜ ସମ୍ପର୍କୀତ ସଂସଦୀୟ ସ୍ଥାୟୀ କମିଟି । ପୁରୀ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଅବସରରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାରେ କମିଟି ଖୁସି ବ୍ୟକ୍ତ କରିଥିଲେ । ଯୋଜନାକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ କରିବାକୁ କିଛି ପ୍ରସ୍ତାବ ମଧ୍ୟ ପ୍ରଦାନ କରିଥିଲେ । ସାଂସଦ ଶ୍ୟାମ ସିଂହ ଯାଦବଙ୍କ ଅଧ୍ୟକ୍ଷତାରେ ସଂସଦୀୟ ସ୍ଥାୟୀ କମିଟିର ସାଂସଦମାନେ ଏହି କମିଟିରେ ସାମିଲ ହୋଇଥିଲେ ।

ପୁରୀ ସହରର ସହ ପିପିଲି ବ୍ଲକ ହାଟସାହିର ଗ୍ରାମ୍ୟ ପାର୍କ ଓ ଗ୍ରାମ୍ୟ ପାଠାଗାର, ଦାଣ୍ଡମୁକୁନ୍ଦପୁରର ରଜତଇ ଛକ ପିଏମଜିଏସୱ।ଇ ରାସ୍ତା, ମାର୍କେଟ କମ୍ପ୍ଲେକ୍ସ, ଗ୍ରାମ୍ୟ ପାଠାଗାର ପରିଦର୍ଶନ କରିଥିଲେ । ଏହି ଗସ୍ତ ସମୟରେ କମିଟି ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କ ସହ ଆଲୋଚନା କରିବା ସହ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତାରେ ଖୁସି ବ୍ୟକ୍ତ କରିଥିଲେ । ପରେ ପୁରୀ ମେ ଫେୟାର ହୋଟେଲରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।

ଅଧିକ ପଢ଼ନ୍ତୁ: Karnataka CM Decision: ଶିବକୁମାରଙ୍କ ଦିଲ୍ଲୀ ଗସ୍ତ ରଦ୍ଦ, ବେଙ୍ଗାଲୁରୁରୁ ଦେଲେ ଚେତାବନୀ

ଏହାସହ କିମିଟି ବିଭିନ୍ନ ଗ୍ରାମୀଣ ବିକାଶ ଯୋଜନା ଯଥା ଏମଜିଏନଆରଜିଏ, ସାମାଜିକ ସୁରକ୍ଷା , ମିଶନ ଶକ୍ତି, ଗ୍ରାମ୍ୟ ରାସ୍ତା ନିର୍ମାଣ, ଜୀବିକା ମିଶନ, ପଞ୍ଚାୟତରାଜ ଇତ୍ୟାଦି ସମ୍ପର୍କରେ ବିଭାଗର ପ୍ରମୁଖ ସଚିବ ପାୱ।ର ପ୍ରେଜେଣ୍ଟେସନ ମାଧ୍ୟମରେ ତଥ୍ୟ ଉପସ୍ଥାପନ କରିଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସହ ରାଜ୍ୟର ନିଜସ୍ୱ ଯୋଜନା ମାଧ୍ୟମରେ ଗ୍ରାମୀଣ ବିକାଶର ବିଭିନ୍ନ ତଥ୍ୟ ଉପସ୍ଥାପନ କରାଯାଇଥିଲା । ୟୁକୋ ବ୍ୟାଙ୍କ୍‌ ପକ୍ଷରୁ ମଧ୍ୟ ବିଭିନ୍ନ ତଥ୍ୟ କମିଟି ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ନିଜ ଦଳର ସରକାରକୁ ଚେତାବନୀ ଦେଲେ ପାଇଲଟ, ଦାବି ପୂରଣ ନହେଲେ ଆନ୍ଦୋଳନ

କମିଟିରେ ସାଂସଦ ବିବେକ ନାରାୟଣ ସେଜୱଲକର, ଗୀତାବେନ ବେଜେସିଂଭାଇ ରଥୱ।, ମାଳା ରାଜଲକ୍ଷ୍ମୀ ଶାହ, ତଲାରି ରାନଘା, ନରେନ୍ଦ୍ର କୁମାର ପ୍ରମୁଖ ଯୋଗ ଦେଇଥିଲେ । ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲେହାନି, ସଞ୍ଜୟ କୁମାର ସିଂହ, ଭାସ୍କର ଜ୍ୟୋତି ଶର୍ମା, ଅରିନ୍ଦମ ଡାକୁଆ, ଓରମାସର ସିଇଓ ଗୁହା ପୁନମ ତାପସ କୁମାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ପିପିଲିର ବିଭିନ୍ନ ସ୍ଥାନ ପରିଦର୍ଶନରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ପିପିଲି ବିଡିଓ ରଶ୍ମିତା ନାଥ ସହଯୋଗ କରିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.