ETV Bharat / state

ଶ୍ରୀମନ୍ଦିରରେ ଦେବ ଦୀପାବଳି, ଜଳିବ ଏକ ଲକ୍ଷ ଦୀପ - ପୁରୀ ନ୍ଯୁଜ

Dev Deepavali: ଆସନ୍ତା ୧୨ ତାରିଖରରୁ ଶ୍ରୀମନ୍ଦିରରେ ଦେବ ଦୀପାବଳୀ ନୀତି । ଏହି ଅବସରରେ ଶ୍ରୀମନ୍ଦିର ସିଂହଦ୍ଵାର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଜଳିବ ଏକ ଲକ୍ଷ ଦୀପ । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ଦେବ ଦୀପାବଳି
ଶ୍ରୀମନ୍ଦିରରେ ଦେବ ଦୀପାବଳି
author img

By ETV Bharat Odisha Team

Published : Dec 10, 2023, 9:07 AM IST

ଶ୍ରୀମନ୍ଦିରରେ ଦେବ ଦୀପାବଳି

ପୁରୀ: ଆସନ୍ତା ୧୨ ତାରିଖରେ ଶ୍ରୀମନ୍ଦିରରେ ପାଳନ ହେବ ଦେବ ଦୀପାବଳି । ପବିତ୍ର ଦେବ ଦୀପାବଳିରେ ଶ୍ରୀମନ୍ଦିର ସିଂହଦ୍ଵାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏକ ଲକ୍ଷ ଦୀପ ପ୍ରଜ୍ବଳନ କରାଯିବ । ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଦେବ ଦୀପାବଳି ଅବସରରେ ଦୀପଦାନ କରାଯାଇ ଏହି କାର୍ଯ୍ୟକ୍ରମ କରାଯିବ । ସେଦିନ ସନ୍ଧ୍ୟା 5 ଟାରୁ 7 ପର୍ଯ୍ୟନ୍ତ ଦୀପଦାନ କରାଯିବ । ଜଗନ୍ନାଥ ସଂସ୍କୃତିକୁ ଉଜ୍ଜୀବିତ ରଖିବା ଓ ବିଶ୍ଵର କଲ୍ୟାଣ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

ଗତ 2021 ମସିହାରୁ ଶ୍ରୀମନ୍ଦିରରେ ଏହି ଦୀପ ଉତ୍ସବ ଆୟୋଜନ ହୋଇଆସୁଛି । କୋଭିଡ ମହାମାରୀରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଓ ବିଶ୍ଵରୁ କୋଭିଡ ମହାମାରୀ ବିଲୋପ ନେଇ ମହାପ୍ରଭୁଙ୍କ ନିକଟରେ ଏହି ଦୀପ ଉତ୍ସବ ଆୟୋଜନ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ବେଶ୍ ସଫଳ ହେବା ପରେ ପ୍ରତିବର୍ଷ ଦେବ ଦୀପାବଳିରେ ଏହି ଭବ୍ୟ ଦୀପ ଉତ୍ସବ ଆୟୋଜନ ହୋଇଆସୁଛି । ତେବେ ଏହି କାର୍ଯ୍ୟକ୍ରମରେ ବିପୁଳରୁ ବିପୁଳ ଲୋକ ଆସି ସାମିଲ ହେବାକୁ ରାଜ୍ୟ ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଆହ୍ବାନ ଦେଇଛନ୍ତି । ଏନେଇ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ''ମହାପ୍ରଭୁ ହେଉଛନ୍ତି ଆମ ଦେବତା । ଜଗନ୍ନାଥ ସଂସ୍କୃତି ପାଳନ ଆମର କର୍ତ୍ତବ୍ୟ । ଏଣୁ ବଡଦାଣ୍ଡରେ ହେବାକୁ ଥିବା ଦେବ ଦୀପାବଳି ଉତ୍ସବରେ ସମସ୍ତେ ସାମିଲ ହେବା ସହ ଘରେ ଘରେ ଦୀପ ଜାଳି ମହାପ୍ରଭୁଙ୍କୁ ସ୍ମରଣ କରିବା ।''

ଏହା ମଧ୍ୟ ପଢନ୍ତୁ- ଦେବ ଦୀପାବଳିରେ ଝଲସିଲା କାଶୀ, ୧୨ ଲକ୍ଷ ଦୀପରେ ଆଲୋକିତ ଘାଟ

ଶ୍ରୀମନ୍ଦିରରେ ଦେବ ଦୀପାବଳି ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନି ଦିନ ଧରି ଏହା ଅନୁଷ୍ଠିତ ହେବ । ଏହି ଅବସରରେ ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ । ଭକ୍ତଙ୍କୁ ଶ୍ରାଦ୍ଧ ବେଶରେ ଦର୍ଶନ ଦେବେ । ଏହି ଅବସରରେ ତିନି ଠାକୁର ଶ୍ବେତ ବସ୍ତ୍ର ପରିଧାନ କରିବେ । ଠାକୁରଙ୍କୁ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯିବ । ପୂଜାପଣ୍ଡାମାନେ ପିଣ୍ଡଦାନ କରିବେ । ଶ୍ରାଦ୍ଧ ନୀତି ସରିବା ପରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିବ । ଏହାପରେ ଓଡ଼ିଶା ଇଣ୍ଟରନ୍ୟାସନଲ ସେଣ୍ଟର ଓ ପୁରୀର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଦେବ ଦୀପାବଳୀ ଅବସରରେ ସିଂହଦ୍ଵାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଏକ ଲକ୍ଷ ଦୀପ ଜାଳିବାର ଅୟୋଜନ କରାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.