ETV Bharat / state

ପୁରୀରେ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ର କାର୍ଯ୍ୟାଳୟ ଉଦଘାଟିତ

author img

By

Published : Feb 16, 2021, 6:03 PM IST

ବିଭିନ୍ନ ଜୁଭେନାଇଲ ସମସ୍ୟାର ସମାଧାନ କରିବା ପାଇଁ ପୁରୀରେ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ର କାର୍ଯ୍ୟାଳୟ ଉଦଘାଟନ କରାଯାଇଛି । ଅଧିକ ପଢନ୍ତୁ...

Office of Juvenile justice board inagurated in Puri collector's Office premises
ପୁରୀରେ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ର କାର୍ଯ୍ୟାଳୟ ଉଦଘାଟିତ

ପୁରୀ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ର କାର୍ଯ୍ୟଳୟ ପବିତ୍ର ଶ୍ରୀପଞ୍ଚମୀରେ ଉଦଘାଟିତ ହୋଇଛି । ଏହି କାର୍ଯ୍ୟାଳୟରେ ପୁରୀ ସହର ସମେତ ଜିଲ୍ଲାର ୧୧ଟି ବ୍ଲକର ଜୁଭେନାଇଲ ସମସ୍ୟା ଏଠାରେ ସମାଧାନ କରାଯିବ ବୋଲି ଜଣାପଡିଛି ।

ବିଶେଷ କରି ବିଭିନ୍ନ ଥାନାକୁ ବିଭିନ୍ନ ସମୟରେ ଆସୁଥିବା ୧୮ବର୍ଷରୁ କମ ଅପରାଧିକ କାର୍ଯ୍ୟକଳାପ ସମ୍ପୃକ୍ତ ନାବାଳକ ଓ ନାବାଳିକାଙ୍କୁ ଏହି କାର୍ଯ୍ୟାଳୟରେ ଉପସ୍ଥିତ କରାଯିବ। ଏଥିସହ ସେମାନଙ୍କୁ ସାମାଜିକ ମୁଖସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ କରାଯିବ। ସେହିପରି ବିଭିନ୍ନ ସମୟରେ ଆସୁଥିବା ନାବାଳକ ଓ ନାବାଳିକା ଶୋଷଣ ଓ ନିର୍ଯାତନା ମାମଲା କିଭଳି ନହେବ ଓ ଏଭଳି ଅଭିଯୋଗ ଆସିଲେ କ'ଣ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ସେ ନେଇ ଏହି ଶିଶୁ ସୁଲଭ ଜିଲ୍ଲା କାର୍ଯ୍ୟାଳୟ କାର୍ଯ୍ୟ କରିବ।

ଏଥିପାଇଁ ନିୟମିତ ବ୍ୟବଧାନରେ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ସଚେତନ ମଧ୍ୟ କରାଯିବ। ଏହି କାର୍ଯ୍ୟାଳୟକୁ ଜିଲ୍ଲା ଦୌରାଜଜ୍ ବିଦ୍ୟୁତ କୁମାର ମିଶ୍ର,ଏସପି କେ.ଵିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଯୋଗ ଦେଇ ଉଦଘାଟନ କରିଥିଲେ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.