ETV Bharat / state

ପୁରୀ ସହରରେ ଆଉ ରହିବନି ପାର୍କିଂ ସମସ୍ୟା, ଉଦଘାଟନ ହେଲା ମଲ୍ଟିଲେବଲ୍ ପାର୍କିଂ କମ୍ପ୍ଲେକ୍ସ - ପୁରୀରେ ମଲ୍ଟିଲେବଲ୍ ପାର୍କିଂ କମ୍ପ୍ଲେକ୍ସ

ପୁରୀ ସହରରେ ଆଗାମୀ ଦିନରେ ଆଉ ସୃଷ୍ଟି ହେବ ନାହିଁ ପାର୍କିଂ ସମସ୍ୟା । ମେଡିକାଲ ଛକ ନିକଟସ୍ଥ ଜେଲ୍ ରୋଡରେ ଥିବା ମଲ୍ଟିଲେବଲ୍ ପାର୍କିଂ ଉଦଘାଟିତ ହୋଇଛି । ଅଧିକ ପଢନ୍ତୁ

ପାର୍କିଂ ସମସ୍ୟା
multi level parking complex
author img

By ETV Bharat Odisha Team

Published : Dec 2, 2023, 9:57 AM IST

multi level parking complex

ପୁରୀ: ପୁରୀ ସହରରେ ସମାଧାନ ହେବ ପାର୍କିଂ ସମସ୍ୟା । ମେଡିକାଲ ଛକ ନିକଟସ୍ଥ ଜେଲ୍ ରୋଡ ସ୍ଥିତ ମଲ୍ଟିଲେବଲ୍ ପାର୍କିଂ ଉଦଘାଟିତ ହୋଇଛି । ୫ଶହ ବାଇକ୍ ଏବଂ ୫ଶହ କାର୍ ପାର୍କିଂର ବ୍ୟବସ୍ଥା ରହିଛି ଜେଲ୍ ରୋଡ଼ ସ୍ଥିତ ଏହି ମଲ୍ଟିଲେବଲ୍ ପାର୍କିଂରେ । ତେବେ ଖୁବଶୀଘ୍ର ସମୁଦ୍ର କୂଳ ଦିଗବାରେଣି ଏବଂ ଜଗନ୍ନାଥ ବଲ୍ଲଭରେ ଚାଲିଥିବା ମଲ୍ଟିଲେବଲ୍ ପାର୍କିଂର ଉଦଘାଟନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଏକ ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ରହିଛି ଏହି ପାର୍କିଂରେ । ଫଳରେ ଏଠାକୁ ପାର୍କିଂ କରିବାକୁ ଆସୁଥିବା ପର୍ଯ୍ୟଟକ ଓ ଭକ୍ତମାନେ ନିଜର ଆବଶ୍ୟକୀୟ ଜିନିଷ ମଧ୍ୟ ଏଠାରେ କିଣାକିଣି କରିପାରିବେ । ସେହିପରି ଟଏଲେଟ୍, ପାନୀୟ ଜଳ ସହ ବିଶ୍ରାମ କକ୍ଷ ମଧ୍ୟ ରହିଛି ଏହି ଅତ୍ୟାଧୁନିକ ମଲ୍ଟିଲେବଲ୍ ପାର୍କିଂରେ । ଜେଲ୍ ରୋଡ଼ ସ୍ଥିତ ଏହି ମଲ୍ଟିଲେବଲ୍ ପାର୍କିଂଟି ୪ ମହଲା ବିଶିଷ୍ଟ ହୋଇଥିବା ବେଳେ ଏହା ଆଗାମୀ ଦିନରେ ପୁରୀ ସହରରେ ସୃଷ୍ଟି ହୋଇଥିବା ଟ୍ରାଫିକ ସମସ୍ୟାର ସମାଧାନ କରିବ ବୋଲି ଆଶା ରଖିଛି ପ୍ରଶାସନ । ଭୁବନେଶ୍ବର ପରେ ପୁରୀରେ ମଲ୍ଟିଲେବଲ୍ କାର୍ ପାର୍କିଂ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ - ଦୁର୍ଘଟଣା ଓ ପାର୍କିଂ ସମସ୍ୟା ଦୂର କରିବ QR କୋଡ୍

ଏହା ମଧ୍ୟ ପଢନ୍ତୁ- ଶ୍ରୀକ୍ଷେତ୍ରରେ ପାର୍କିଂ ସମସ୍ୟା, ବେଆଇନ ପାର୍କିଂ ଆଦାୟରେ ଶ୍ରଦ୍ଧାଳୁ ହନ୍ତସନ୍ତ

ତେବେ ପୁରୀ ସହରରେ ପାର୍କିଂ ସମସ୍ୟାର ସମାଧାନ ପାଇଁ ଜେଲ୍ ରୋଡ଼ ମଲ୍ଟିଲେବଲ୍ ପାର୍କିଂ ସହ ବଡ଼ଦାଣ୍ଡର ଜଗନ୍ନାଥ ବଲ୍ଲଭ ଏବଂ ସମୁଦ୍ର କୂଳ‌ ଦିଗବାରେଣି ଛକ ଠାରେ ଚାଲିଥିବା ମଲ୍ଟିଲେବଲ୍ ପାର୍କିଂର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଗୁଡିକ ଖୁବଶୀଘ୍ର ଉଦଘାଟନ କରାଯାଇ ଭକ୍ତ ଓ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଲାଗିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରୟାସ ଜାରି ରଖିଥିବା ବେଳେ ଏଠାକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ତିନୋଟି ବିଶାଳ ମଲ୍ଟିଲେବଲ୍ କାର୍ ପାର୍କିଂ ନିର୍ମାଣ କରାଯାଇଛି । ଏହାଦ୍ବାରା ପୁରୀ ସହରରେ ସୃଷ୍ଟି ହେଉଥିବା ଗୁରୁତର ଟ୍ରାଫିକ ସମସ୍ୟା ସମାଧାନ ହେବ ବୋଲି ପୁରୀର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ସରକାରଙ୍କ ପକ୍ଷରୁ ପୁରୀ ସହରରେ ତିନୋଟି ଅତ୍ୟାଧୁନିକ ମଲ୍ଟିଲେବଲ୍ କାର୍ ପାର୍କିଂ ନିର୍ମାଣ କରାଯାଉଥିବା ବେଳେ ଏହା ଆଗାମୀ ଦିନରେ ଭକ୍ତ ଓ ପର୍ଯ୍ୟଟକଙ୍କୁ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.