ଭୁବନେଶ୍ବର: ବାତ୍ୟା ଫନି ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ପୁରୀରେ ଆରମ୍ଭ ହେଲା ମୋବାଇଲ ଏଟିଏମ ସେବା । ମଙ୍ଗଳବାର ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ମୋବାଇଲ ଏଟିଏମ୍ର ଉଦଘାଟନ କରିଛନ୍ତି । ଫଳରେ ଜିଲ୍ଲାର ବିଭିନ୍ନ ଗ୍ରାମର ଲୋକେ ନଗଦ ଟଙ୍କା ଉଠାଇପାରିବେ ।
ବର୍ତ୍ତମାନ ପୁରୀରେ ୪୦ ପ୍ରତିଶତ ଏଟିଏମ୍ କାର୍ଯ୍ୟ କରୁଛି । ଆଉ ଯେଉଁଠି ବିଜୁଳି ଅପହଞ୍ଚ ସେଠାକୁ ମୋବାଇଲ ଏଟିଏମ୍ ପଠାଯାଇଛି । ପୂର୍ବରୁ ଷ୍ଟେଟ୍ କୋପରେଟିଭ ବ୍ୟାଙ୍କ ପକ୍ଷରୁ ମୋଟ 15ଟି ଏଟିଏମ୍ ଦିଆଯାଇଛି । ଏହା ସହ ଅନ୍ୟ ବ୍ୟାଙ୍କ ମଧ୍ୟ ମୋବାଇଲ ଏଟିଏମ୍ ପଠାଉଛି । ଏପର୍ଯ୍ୟନ୍ତ ପ୍ରାୟ ୫୦ଟି ମୋବାଇଲ ଏଟିଏମ୍ ପଠାଯାଇଛି ବୋଲି ଅର୍ଥ ସଚିବ ଅଶୋକ ମୀନା ସୂଚନା ଦେଇଛନ୍ତି ।
ବାତ୍ୟା 'ଫନି' ପ୍ରଭାବରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ । 18 ଦିନ ହେଲାଣି ଅନ୍ଧାରରେ ରହିଛି ସର୍ବାଧିକ ଅଞ୍ଚଳ । ବିଜୁଳି ନଥିବାରୁ ଜନଜୀବନ ଠପ । ଯେଉଁଥିପାଇଁ ଲୋକେ ନଗଦ ଟଙ୍କା ପାଇଁ ଅସୁବିଧା ଭୋଗୁଛନ୍ତି। । ଗତ କିଛି ଦିନ ତଳେ ଭୁବନେଶ୍ବରେ ଏହି ମୋବାଇଲ ଏଟିଏମ ସେବା ଆରମ୍ଭ ହୋଇଯାଇଛି ।
ଭୁବନେଶ୍ବରୁ ତପନ କୁମାର ଦାସ, ଇଟିଭି ଭାରତ