ETV Bharat / state

ପୂର୍ଵ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ହତ୍ୟା ଘଟଣା, 3 ଅଭିଯୁକ୍ତ ଅଟକ - ପୁରୀ ଏସପି

ପୁରୀ ଜିଲ୍ଲାରେ ପୂର୍ଵ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ଦୁର୍ବୃତ୍ତମାନେ ଖଣ୍ଡାରେ ଅତି ନିର୍ମମ ଭାବେ ହାଣି ହତ୍ୟା କରିଥିବା ଘଟଣାରେ ତିନି ଅଭିଯୁକ୍ତ ଅଟକ । ଏହି ସୂଚନା ଦେଇଛନ୍ତି ପୁରୀ ଏସପି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ପୁରୀ
author img

By

Published : Nov 14, 2019, 2:15 PM IST

ପୁରୀ: ସଦର ଥାନା କରୁଅ ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଖଣ୍ଡାରେ ହାଣି ଅତି ନୃଶଂସ ଭାବେ କରି ଫେରାର ହୋଇଯାଇଥିଲେ । ଘଟଣାରେ 3 ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରିବା ସହ ଖୁବଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୁରୀ ଏସପି । ତେବେ ଗୋଷ୍ଠୀ କନ୍ଦଳକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଛି।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ପୁରୀ

ସୂଚନା ଅନୁଯାୟୀ ପୁରୀ ସଦର ଥାନା ଆନ୍ତର୍ଗତ କରୁଅ ନିକଟସ୍ଥ କଣ୍ଠପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଖଣ୍ଡାରେ ଅତି ନୃଶଂସ ଭାବେ ହାଣି ହତ୍ୟା କରିଛନ୍ତି। ତେବେ ହତ୍ୟାକାଣ୍ଡର କାରଣ ଜଣା ପଡିନଥିଲେ ମଧ୍ୟ ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଥିଲା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚଞ୍ଚଲ୍ୟ ଖେଳିଯାଇଛି। ପୁରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:3 ଅଭିଯୁକ୍ତ ଅଟକBody:ପୁରୀ ସଦର ଥାନା କରୁଅ ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକକୁ ହତ୍ୟା କରାଯାଇଛି। ଗତ କାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଖଣ୍ଡା ଅତି ନୃଶଂସ ଭାବେ ହାଣି ହତ୍ୟା କରିଛନ୍ତି। ମୃତକ ଯୁବକ ଜଣକ ହେଲେ ନିକଟସ୍ଥ କଣ୍ଠ ପୁର ଗାଁର ବୁଲୁ ବିଶ୍ୱାଳ ବୋଲି ଜଣା ପଡ଼ିଛି। ହତ୍ୟା କରି ଦୁର୍ବୁତ୍ତ ମାନେ ଫେରାର ହୋଇ ଯାଇ ଛନ୍ତି। ତେବେ ହତ୍ୟାକାଣ୍ଡ ର କାରଣ ଜଣା ପଡି ଥିଲେ ମଧ୍ୟ ପୂର୍ଵ ଶତ୍ରୁତା କୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚଞ୍ଚଲ୍ୟ ଖେଳି ଯାଇଛି। ପୁରୀ ପୋଲିସ ପହଂଚି ତଦନ୍ତ ଆରଂଭ କରିଛି। ସ୍ଥାନୀୟ ଅଞ୍ଚଳରେ ଉତେଜନା ଲାଗି ରହିଥିବା ହେତୁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପଟେ ପୁରୀ ଏସପି କହିଛନ୍ତି ହତ୍ୟାକାଣ୍ଡ ଘଟଣା ରେ 3 ଜଣ ଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି। ଖୁବ ଶୀଘ୍ର ଅପରାଧି ଙ୍କୁ ଗିରଫ କରାଯିବ। ତେବେ ଏକ ଗୋଷ୍ଠୀ ସହିତ ଝଗଡା କୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା ବୋଲୀ ପ୍ରାଥମିକ ଅନୁସନ୍ଧାନ ରୁ ଜଣା ପଡିଥିବା ପୁରୀ ଏସପି କହିଛନ୍ତି।

ବାଇଟ,, ଉମାସଙ୍କର ଦାସ , ପୁରୀ ଏସପି

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.