ETV Bharat / state

ଗଣଶିକ୍ଷା ମନ୍ତ୍ରୀଙ୍କ କୋରୋନା ସଚେତନତା କାର୍ଯ୍ୟକ୍ରମ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଶୁକ୍ରବାର ଅପରାହ୍ନରେ କୋଭିଡ ନିୟମ ପାଳନ ସହ ନିମାପଡା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଗାନ୍ଧିଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

Minister Samir Das started corona awareness program at Nimapara
ନିମାପଡାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ କୋରୋନା ସଚେତନତା କାର୍ଯ୍ୟକ୍ରମ
author img

By

Published : Oct 2, 2020, 10:27 PM IST

ପୁରୀ: ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ବିଜେଡି ପକ୍ଷରୁ ଆରମ୍ଭ ହୋଇଛି କୋରୋନା ସଚେତନତା କାର୍ଯ୍ୟକ୍ରମ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଶୁକ୍ରବାର ଅପରାହ୍ନରେ କୋଭିଡ ନିୟମ ପାଳନ ସହ ନିମାପଡା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଗାନ୍ଧିଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ନିମାପଡାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ କୋରୋନା ସଚେତନତା କାର୍ଯ୍ୟକ୍ରମ

ନିମାପଡ଼ା ବିଜେଡି କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ଚାରି ନମ୍ବର ୱାର୍ଡର ନାୟକ ସାହି, ସୁଇପର କଲୋନୀ, PWD କଲୋନୀ ଓ ବ୍ଲକ କଲୋନୀର ପ୍ରତି ଘର ପରିକ୍ରମା କରିଥିଲେ । କୋରୋନା ମହାମାରୀ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ସହ ମାସ୍କ ବଣ୍ଟନ କରିଥିଲେ l

ଶେଷରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅନଲାଇନରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଶୋଭାଯାତ୍ରାରେ ଉପସ୍ଥିତ ଥିବା ସମସ୍ତ ବିଜେଡି କର୍ମୀଙ୍କୁ ସମ୍ବୋଧିତ କରିଥିଲେ । ଏଥିସହିତ ସମସ୍ତ କୋରୋନା ଯୋଦ୍ଧା ଓ ସାମ୍ବାଦିକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.