ETV Bharat / state

ସୁନାବେଶ ଦେଖିବାକୁ ଯିବାବେଳେ ସଡକ ଦୁର୍ଘଟଣା,୧୬ ଆହତ

author img

By

Published : Jun 30, 2023, 12:07 PM IST

ଭୁବନେଶ୍ବର-ପୁରୀ ଜାତୀୟ ରାଜପଥରେ ପୃଥକ ପୃଥକ ସଡକ ଦୁର୍ଘଟଣା । ୧୬ ଜଣ ଆହତ । ଅଧିକ ପଢନ୍ତୁ

ଭୁବନେଶ୍ବର-ପୁରୀ ଜାତୀୟ ରାଜପଥରେ ଦୁର୍ଘଟଣା
ଭୁବନେଶ୍ବର-ପୁରୀ ଜାତୀୟ ରାଜପଥରେ ଦୁର୍ଘଟଣା

ପୁରୀ: ସୁନାବେଶ ଦର୍ଶନ ପାଇଁ ପୁରୀ ଯିବା ବାଟରେ ଅଘଟଣ । ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥରେ ପୃଥକ ପୃଥକ ସ୍ଥାନରେ ସଡକ ଦୁର୍ଘଟଣା ଘଟି ୧୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅନେକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ପ୍ରଥମେ ସାକ୍ଷୀଗୋପାଳ ମେଡିକାଲରେ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ଲୋକଙ୍କ ପୁରୀକୁ ସୁଅ ଛୁଟିଥିଲା । ଅସଂଖ୍ୟ ଗାଡିମୋଟର ଯାତାୟତ କରିଥିଲେ । ସୁନାବେଶ ଦର୍ଶନ ପାଇଁ ରାତିରେ ଶ୍ରୀକ୍ଷେତ୍ରକୁ ଆସୁଥିବା ବେଳେ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥରେ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟିଥିଲା । ସାକ୍ଷୀଗୋପପାଳ ଓଭରବ୍ରିଜ ଠାରୁ ବୀରଗୋବିନ୍ଦ ପର୍ଯ୍ୟନ୍ତ ଜଣେ ନିଶାସକ୍ତ କାର୍ ଡ୍ରାଇଭର ୬ରୁ ଊର୍ଦ୍ଧ୍ବ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଆହତମାନେ ଭୁବନେଶ୍ବର, କଟକ, ଯାଜପୁର, ପାଣି କୋଇଲି ଅଞ୍ଚଳର ବୋଲି ପରିଚୟ ମିଳିଛି ।

ଏହାମଧ୍ୟ ପଢନ୍ତୁ: ସୁନାବେଶ ଦର୍ଶନ ବେଳେ ଅଣନିଶ୍ବାସୀ ହୋଇ ଯୁବତୀ ମୃତ

ସେପଟେ ପିପିଲି ନିକଟରେ ମଧ୍ୟରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଛନ୍ତି । ଅଟୋରେ ଥିବା ଯାତ୍ରୀ ପିପିଲି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଅନେକ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ତେବେ ଗତକାଲି ସୁନାବେଶ ପାଇଁ ପୁରୀ ସହରକୁ ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନ ହୋଇଥଲା । ଫଳରେ ପୁରୀ-ଭୁବନେଶ୍ଵର ରାସ୍ତା ଏକ ପ୍ରକାର ଅଚଳ ହୋଇପଡ଼ିଥିଲା । ଅତ୍ୟଧିକ ଭିଡ଼ ଯୋଗୁ ଅନେକ ସ୍ଥାନରେ ସଡକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ପୋଲିସ୍ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ପଠାଇଥିଲା । ସେପଟେ ଦୁର୍ଘଟଣା କରିଥିବା କାରକୁ ପୋଲିସ୍ ଜବତ କରି ତଦନ୍ତ କରୁଛି ।

ଏହାମଧ୍ୟ ପଢନ୍ତୁ: ଗଛରେ ପିଟି ହେଲା କାର୍, 3 ମୃତ

ପ୍ରକାଶ ଥାଉକି, ସୁନାବେଶ ଦର୍ଶନ କରିବାକୁ ଆସିଥିବା ବେଳେ ପ୍ରବଳ ଭିଡ ଯୋଗୁଁ ଅଣନିଶ୍ବାସୀ ହୋଇ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ସାଲେପୁର ଅଞ୍ଚଳର । ପରିବାର ଓ ସମ୍ପର୍କୀୟଙ୍କ ସହ ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲେ । ଦର୍ଶନ ସାରି ଫେରୁଥିବା ବେଳେ ହଠାତ୍ ଅଚେତ ହୋଇଯାଇଥିଲେ । ମେଡିକାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.