ETV Bharat / state

ଶ୍ରୀମନ୍ଦିର ଚାରିଦ୍ୱାରରେ ପ୍ରବେଶ ଅନୁମତି ଦାବି: ସ୍ବର ଶାଣିତ କଲେ ମହେଶ୍ବର ମହାନ୍ତି - ଚାରି ଦ୍ଵାର ପୁରୀ ବାସିନ୍ଦାଙ୍କ ପାଇଁ ଖୋଲିବାକୁ ଦାବି

ଶ୍ରୀମନ୍ଦିରର ଚାରି ଦ୍ଵାର ଭକ୍ତଙ୍କ ପାଇଁ ଖୋଲିବାକୁ ପୁରୀର ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି । ଦାବି ପୂରଣ ନକଲେ ଅନ୍ଦୋଳନ ଚେତାବନୀ ଅଧିକ ପଢନ୍ତୁ

ଶ୍ରୀମନ୍ଦିର ଚାରି ଦ୍ଵାରରେ ପ୍ରବେଶ କରିବାକୁ ପୁରୀବାସୀଙ୍କୁ ମିଳୁ ଅନୁମତି

author img

By

Published : Jul 20, 2023, 11:04 PM IST

ଶ୍ରୀମନ୍ଦିର ଚାରିଦ୍ୱାରରେ ପ୍ରବେଶ ଅନୁମତି ଦାବି

ପୁରୀ: ଶ୍ରୀମନ୍ଦିର ଚାରି ଦ୍ଵାର ପୁରୀ ବାସିନ୍ଦାଙ୍କ ପାଇଁ ଖୋଲିବାକୁ ନେଇ ପୁରୀ ପୁଣି ତେଜିଲା ଦାବି । ଚାରି ଦ୍ଵାର ଖୋଲିବାକୁ ନେଇ ବିଭିନ୍ନ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏନେଇ ଏକ ଦାବିପତ୍ର ପୁରୀ ଜିଲ୍ଲପାଳଙ୍କୁ ପ୍ରଦାନ କରିଛନ୍ତି ଓକିଲ ସଂଘ । ଜିଲ୍ଲା ପ୍ରଶାସନ ଯଦି ଏହି ପ୍ରସଙ୍ଗରେ ଶୀଘ୍ର ନିଷ୍ପତ୍ତି ନନିଏ ଆଗାମୀ ଦିନରେ ପୁରୀବସୀ ରାଜରାସ୍ତାକୁ ଓହ୍ଲାଇବାକୁ ପୁରୀର ସଚେତନ ନାଗରିକ ମଞ୍ଚ, ବିଭିନ୍ନ ସଙ୍ଗଠନ ଓ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଜିଲ୍ଲା ପ୍ରଶାସନ ଚେତାବନୀ ଦେଇଛନ୍ତି । ସେପଟେ ଏହି ପ୍ରସଙ୍ଗରେ ମଧ୍ୟ ମୁହଁ ଖୋଲିଛନ୍ତି ପୁରୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ମହେଶ୍ବର ମହାନ୍ତି । ଶ୍ରୀମନ୍ଦିର ଚାରି ଦ୍ଵାରରେ ପୁରୀ ବାସିନ୍ଦାଙ୍କୁ ପ୍ରଶାସନ ପ୍ରଵେଶ ଅନୁମତି ଦେବାକୁ ସେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ମତ ରଖିଛନ୍ତି ।

ମହେଶ୍ବର ମହାନ୍ତି କହିଛନ୍ତି,‘‘ପୁରୀ ସହରର ବୟସ୍କ ବ୍ୟକ୍ତିମାନେ ସିଂହ ଦ୍ଵାର ଦେଇ ଲମ୍ବା ଲାଇନରେ ରହି ମହାପ୍ରଭୁଙ୍କୁ ଦର୍ଶନ କରିପାରୁନାହାନ୍ତି । ସେହିପରି ଅବଢ଼ା ମହାପ୍ରସାଦ ପାଇଁ ଉତ୍ତର ଦ୍ଵାର ଦେଇ ଆନନ୍ଦ ବଜାରକୁ ପ୍ରଵେଶ କରି ପାରୁନାହାନ୍ତି । ଅବଢ଼ା ପାଇଁ ସିଂହ ଦ୍ୱାର ଦେଇ ବାହାରୁ ଆସିଥିବା ଭକ୍ତ, ପର୍ଯ୍ୟଟକଙ୍କ ସହ ଲାଇନରେ ଘଣ୍ଟାଘଣ୍ଟା ଧରି ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅପେକ୍ଷାରେ ରହୁଛନ୍ତି । ଶ୍ରୀମନ୍ଦିରକୁ ପ୍ରତିଦିନ ପୁରୀ ବାସିନ୍ଦା ଅନେକ କାର୍ଯ୍ୟ ପାଇଁ ଯାଇଥାନ୍ତି । ହେଲେ କେବଳ ସିଂହଦ୍ଵାର ଦେଇ ପ୍ରବେଶ ଅନୁମତି ଥିବାରୁ ପୁରୀ ବାସିନ୍ଦା କଲବଲ ହେଉଥିବା ମହେଶ୍ବର ମହାନ୍ତି କହିଛନ୍ତି । ଏଣୁ ପୁରୀ ବାସିନ୍ଦାଙ୍କ ପାଇଁ ଶ୍ରୀମନ୍ଦିର ସବୁ ଦ୍ଵାର ଖୋଲାଯାଉ । ଯଦି ସମ୍ଭବ ହୁଏ ଅନ୍ୟ ଭକ୍ତଙ୍କ ପ୍ରଵେଶ ପାଇଁ ମଧ୍ୟ ବ୍ୟବସ୍ଥା କରାଯଉ ।’’

ସେପଟେ ଶ୍ରୀମନ୍ଦିର ଚାରି ଦ୍ଵାର ପୁରୀ ବାସିନ୍ଦାଙ୍କ ପାଇଁ ଖୋଲିବାକୁ ସମର୍ଥନ କରିଛନ୍ତି ପୁରୀ ଓକିଲ ସଂଘ । ଏନେଇ ଏକ ବୈଠକରେ ଏକ ପ୍ରସ୍ତାବ ଗୃହୀତ ହୋଇଛି । ଏହି ଦାବିକୁ ପୁରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ । ସେହିପରି ଏହି ପ୍ରସଙ୍ଗରେ ଏକ କମିଟି ଗଠନ କରାଯାଇଛି ପୁରୀ ଓକିଲ ସଂଘ ପକ୍ଷରୁ । ଏହି କମିଟି ଚାରି ଦ୍ଵାର ଖୋଲିବା, ରତ୍ନ ଭଣ୍ଡାର ଖୋଲିବା ସହ ଶ୍ରୀମନ୍ଦିରର ବିଭିନ୍ନ ସମସ୍ୟା ଏହି ଅନୁଧ୍ୟାନ କରି ଏହାର ସମାଧାନ ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.