ETV Bharat / state

ଆଜି ଶ୍ରୀଜିଉଙ୍କ ଖସାପଡା ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ସେବା ଥିବାରୁ ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଅଧିକ ପଡ଼ନ୍ତୁ

author img

By

Published : Jul 24, 2023, 5:04 PM IST

Updated : Jul 24, 2023, 6:15 PM IST

khasapada ritual of lord jagannath
ଶ୍ରୀଜିଉଙ୍କ ଖସାପଡା ନୀତି
ଶ୍ରୀଜିଉଙ୍କ ଖସାପଡା ନୀତି

ପୁରୀ: ଆଜି ସୋମବାର ଶ୍ରାବଣ-ମଳ ଶୁକ୍ଳ ଷଷ୍ଠୀ ତିଥି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଖସାପଡ଼ା ଲାଗି ହେବ । ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ଟା ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ପ୍ରାୟ ୫ ଘଣ୍ଟାର ଏହି ଗୁପ୍ତ ନୀତି ଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଶ୍ରୀମନ୍ଦିର ୪ଦ୍ବାର ଖୋଲିବା ଲାଗି ସେବାୟତଙ୍କ ଦାବି, ପ୍ରକଳ୍ପ ଶେଷ ପରେ ନିଷ୍ପତ୍ତି ନିଆଯିବ କହିଲେ ଜିଲ୍ଲାପାଳ

ଦଇତାପତି ସେବାୟତଙ୍କ ଦ୍ବାରା ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବାକୁ ଥିବାରୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି କରାଯାଇଥାଏ । ବର୍ଷକୁ ଏକାଧିକ ଥର ଏହି ନୀତି ଅନୁଷ୍ଠିତ ହୋଇଥାଏ ବୋଲି ସେବାୟତ ପ୍ରତିକ୍ରିୟା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ରଥଯାତ୍ରା ଅବସରରେ ଠାକୁରଙ୍କ ଶ୍ରୀଅଙ୍ଗକୁ ବାଧା ପହଁଞ୍ଚିଥାଏ । ଚତୁର୍ଦ୍ଧାମୂର୍ତ୍ତିଙ୍କର ଶ୍ରୀଅଙ୍ଗ ଶ୍ରୀପୟରର ସୁରକ୍ଷା ପାଇଁ ଏହି ଖସାପଡ଼ା ନୀତି ଅନୁଷ୍ଠିତ ହୋଇଥାଏ । ଏହା ଦଇତାପତି ସେବାୟତମାନଙ୍କ ଗୋଷ୍ଠୀ ଗତ ଏବଂ ଗୁପ୍ତ ସେବା ଅଟେ । ବର୍ଷକୁ ୨ରୁ ୩ ଥର ଏହି ଗୁପ୍ତ ସେବା ଅନୁଷ୍ଠିତ ହୋଇଥାଏ ।"

ଏହି ନୀତି ପାଇଁ ପୂର୍ବ ଦିନରୁ ଦେଉଳକରଣ ଧଳାକନା ଧୋଇ ଶୁଖାଇଥାନ୍ତି ଏବଂ ଗାରଦରେ ଜିମା ଦେଇଥାନ୍ତି । ଶୁଦ୍ଧ ସୁଆର ଖଳି କଇଁଥ ଅଠା ଯୋଗାଇଥାନ୍ତି । ମଧ୍ୟାନ୍ନ ଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇଥାଏ । ବେହେରାଣ ଦ୍ୱାର ଦେଇ ପାଳିଆ ଦଇତାପତିମାନେ ଗର୍ଭ ଗୃହକୁ ପ୍ରବେଶ କରିଥାଆନ୍ତି । ଏହାପରେ ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଗୁପ୍ତ ନୀତି ସମ୍ପୂର୍ଣ୍ଣ କରିଥାନ୍ତି । ଧଳାକନା ଖଳି ଓ କଇଁଥ ଅଠାକୁ ବ୍ୟବହାର କରି ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସଜାଇବେ । ନୀତି ସମ୍ପୂର୍ଣ୍ଣ ହେବା ପାଇଁ ୪ ଘଣ୍ଟା ସମୟ ଲାଗିଥାଏ ତେଣୁ ରାତି 10ଟାରେ ନୀତି ଶେଷ ହେବ ବୋଲି ନୀତି ଧାର୍ଯ୍ୟ କରାଯାଇଛି । ଖସାପଡା ନୀତି ସମ୍ପୂର୍ଣ୍ଣ ହେବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥାଏ । ଏହା ନୀତି ଶେଷ ପରେ ପୁଣି ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଥାଏ ।

ଇଟିଭି ଭାରତ, ପୁରୀ

Last Updated : Jul 24, 2023, 6:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.