ETV Bharat / state

Dibya Shankar Wedding: ପ୍ରିୟଙ୍କାଙ୍କୁ ଜୀବନସାଥୀ କଲେ ଦିବ୍ୟଶଙ୍କର, ଆଜି ପଡିଲା ହାତଗଣ୍ଠି

author img

By

Published : Feb 26, 2023, 5:11 PM IST

Updated : Feb 26, 2023, 6:20 PM IST

ବୈବାହିକ ଜୀବନରେ ଦ୍ବିତୀୟ ଇନିଂସ ଆରମ୍ଭ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ନିଜ ନିର୍ବାଚନ ମଣ୍ଡଳୀର ଯୁବତୀଙ୍କୁ ସେ ପୁରୀ ପିପିଲି ନିକଟ ଏକ ରିସର୍ଟରେ ବିବାହ କରିଛନ୍ତି । ଅଧିକ ପଢନ୍ତୁ

Junagarh MLA Dibya Shankar Mishra
Junagarh MLA Dibya Shankar Mishra
ପ୍ରିୟଙ୍କାଙ୍କୁ ଜୀବନସାଥୀ କଲେ ଦିବ୍ୟଶଙ୍କର, ଆଜି ପଡିଲା ହାତଗଣ୍ଠି

ପୁରୀ: ପୁଣି ବର ସାଜିଲେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ପୁରୀ ପିପିଲିରେ ତାଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ଆଜି (ରବିବାର) ସକାଳେ ତାଙ୍କର ନିର୍ବନ୍ଧ ସରିଥିବା ବେଳେ ଅପରାହ୍ନରେ ବିବାହ ଅନୁଷ୍ଠିତ ହୋଇଛି । ସେ ନିଜ ନିର୍ବାଚନ ମଣ୍ଡଳୀର ଯୁବତୀ ପ୍ରିୟଙ୍କା ଅଗସ୍ତିଙ୍କୁ ବିବାହ କରିଥିବା ବେଳେ ଉଭୟଙ୍କ ବିବାହ ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ନିରାଡମ୍ବର ଭାବେ ଦ୍ବିତୀୟ ଥର ଲାଗି ବିବାହ କରିଛନ୍ତି ବିଧାୟକ ଦିବ୍ୟଶଙ୍କର ।

ବୈବାହିକ ଜୀବନରେ ଦ୍ବିତୀୟ ଇନିଂସ ଆରମ୍ଭ କଲେ ଦିବ୍ୟଶଙ୍କର

ପିପିଲି ନିକଟ ଏକ ରିସର୍ଟରେ ଉଭୟଙ୍କ ନିର୍ବନ୍ଧ ଓ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ଏହା ସହ ବୈବାହିକ ଜୀବନରେ ଦ୍ବିତୀୟ ଇନିଂସ ଆରମ୍ଭ କରିଛନ୍ତି ଦିବ୍ୟଶଙ୍କର । କୌଣସି କାରଣକୁ ନେଇ ବିଜେଡି ବିଧାୟକ ଦିବ୍ୟଶଙ୍କରଙ୍କ ପ୍ରଥମ ପତ୍ନୀଙ୍କ ସହ ଛାଡପତ୍ର ହୋଇସାରିଛି । ସେ ନିଜ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଦେକୋଟ ଗାଁର ଭବାନୀ ଅଗସ୍ତିଙ୍କ ଝିଅ ପ୍ରିୟଙ୍କାକୁ ବିବାହ କରିଛନ୍ତି । ବୃତ୍ତିର ସଫ୍ଟୱେର ଇଞ୍ଜିନିୟର ଥିବା ପ୍ରିୟଙ୍କାଙ୍କ ମଧ୍ୟ ଏହା ଦ୍ଵିତୀୟ ବିବାହ । ସେ ବେଙ୍ଗାଲୁରୁରେ ଏକ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ।

ଦ୍ବିତୀୟ ବିବାହ କଲେ ଜୁନାଗଡ଼ ବିଧାୟକ
ଦ୍ବିତୀୟ ବିବାହ କଲେ ଜୁନାଗଡ଼ ବିଧାୟକ

ଏହା ବି ପଢନ୍ତୁ- ବାଜିବ ସାହାନାଇ, ବିବାହ ବନ୍ଧନରେ ଆବଦ୍ଧ ହେବେ ଦିବ୍ୟଶଙ୍କର

ବିବାହ ମଣ୍ଡପରେ ଦିବ୍ୟଶଙ୍କର
ବିବାହ ମଣ୍ଡପରେ ଦିବ୍ୟଶଙ୍କର

ଦିବ୍ୟଶଙ୍କରଙ୍କ ଦ୍ବିତୀୟ ପତ୍ନୀ ପ୍ରିୟଙ୍କା ପୂର୍ବରୁ ଧର୍ମଗଡ଼ର ଜଣେ ଯୁବକଙ୍କୁ ବିବାହ କରିଥିଲେ । ତେବେ ବିବାହର ୨ବର୍ଷ ପୂର୍ବରୁ ସେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ । ଦିବ୍ୟଶଙ୍କର ପୂର୍ବରୁ ଛତିଶଗଡ଼ ଏଭିଏସନର ପାଇଲଟ ଥିବା ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଉଭୟଙ୍କ ଏକ ପୁଅ ମଧ୍ୟ ରହିଛି । ଦିବ୍ୟଶଙ୍କରଙ୍କ ଦ୍ବିତୀୟ ବିବାହ ନେଇ ତାଙ୍କ ରାଜନୈତିକ ସଚିବ ଦିନେଶ ବଗର୍ତ୍ତି ସୂଚନା ଦେଇଥିଲେ । ତେବେ ଆଜି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିବା ପିପିଲିର ମଣ୍ଡପ ବାହାର ପାର୍ଶ୍ଵରେ କୌଣସି ସାଜସଜ୍ଜା ହୋଇନଥିବା ଦେଖିବାକୁ ମିଳିଛି । ଏଠାରେ ରାତିରେ ଏକ ଭୋଜିର ଆୟୋଜନ ହେବାର ଯୋଜନା ରହିଛି । ଉଭୟଙ୍କ ବିବାହ ଉତ୍ସବ ଶେଷ ହେବା ପରେ ଏବେ ବିବାହ ସମୟର ଏକ ଫଟୋ ସାମନାକୁ ଆସିଛି ।

ଦ୍ବିତୀୟ ବିବାହ କଲେ ଜୁନାଗଡ଼ ବିଧାୟକ
ଦ୍ବିତୀୟ ବିବାହ କଲେ ଜୁନାଗଡ଼ ବିଧାୟକ

ଦିବ୍ୟଶଙ୍କର ଗତ ୨୦୧୨ ମସିହାରେ ଛତିଶଗଡ଼ ଏଭିଏସନରେ ମୁଖ୍ୟ ପାଇଲଟରୁ ଅବସର ନେବା ପରେ ନିଜ ଜିଲ୍ଲା କଳାହାଣ୍ଡିକୁ ଫେରିଥିଲେ । ଏହାପରେ ସେ ନିଜ ଅଞ୍ଚଳର ସମସ୍ୟାକୁ ନେଇ ବିଜୁ ସଂଘର୍ଷ ବାହିନୀ ଗଠନ କରିଥିଲେ । କଳାହାଣ୍ଡିର ବିଭିନ୍ନ ସମସ୍ୟାକୁ ସେ ସରକାରଙ୍କ ନିକଟରେ ପହଞ୍ଚାଉଥିଲେ । ପରବର୍ତ୍ତୀ ସମୟରେ ୨୦୧୪ ମସିହାରେ ସେ ପ୍ରଥମ କରି ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଜୟ ହୋଇଥିଲେ । ଏହାପରେ ପୁଣି ୨୦୧୯ରେ ଜୁନାଗଡ଼ରୁ ବିଜୟୀ ହୋଇଥିଲେ ।

ଇଟିଭି ଭାରତ, ପୁରୀ

Last Updated : Feb 26, 2023, 6:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.