ETV Bharat / state

ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପ୍ରସଙ୍ଗ, ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ବନ୍ଦ ଡାକରାକୁ ସ୍ଥଗିତ ରଖିଲା ଜଗନ୍ନାଥ ସେନା

author img

By ETV Bharat Odisha Team

Published : Sep 26, 2023, 7:54 AM IST

Updated : Sep 26, 2023, 12:53 PM IST

ପୁରୀ ଜିଲ୍ଲାପାଳଙ୍କ ଲିଖିତ ପ୍ରତିଶୃତି ପରେ ଅକ୍ଟୋବର 3 ତାରିଖରେ ହେବାକୁ ଥିବା ଓଡ଼ିଶା ବନ୍ଦ ଡାକରାକୁ ସ୍ଥଗିତ କଲା ଜଗନ୍ନାଥ ସେନା । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପ୍ରସଙ୍ଗ
ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପ୍ରସଙ୍ଗ
ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପ୍ରସଙ୍ଗ

ପୁରୀ: ଓଡିଶା ବନ୍ଦ ଡାକରାକୁ ସ୍ଥରିତ ରଖିଲା ଜଗନ୍ନାଥ ସେନା । ପୁରୀ ଜିଲ୍ଲାପାଳଙ୍କ ଲିଖିତ ପ୍ରତିଶୃତି ପରେ ଓଡ଼ିଶା ବନ୍ଦକୁ ସ୍ଥଗିତ ରଖିଛି ଜଗନ୍ନାଥ ସେନା । ତେବେ ଶ୍ରୀମନ୍ଦିର ୪ ଦ୍ୱାର ଭକ୍ତଙ୍କ ପାଇଁ ଖୋଲିବା ଓ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ଦାବି ନେଇ ଜଗନ୍ନାଥ ସେନା ଆସନ୍ତା ଅକ୍ଟୋବର 3 ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଥିଲା । ଏନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରାଯାଇ ୪ ଦ୍ୱାର ଖୋଲାଯିବା ନେଇ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ଓଡ଼ିଶା ବନ୍ଦକୁ ସ୍ଥଗିତ ରଖିଥିବା ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଅକ୍ଟୋବର 3ରେ ଓଡ଼ିଶା ବନ୍ଦ ! ରତ୍ନଭଣ୍ଡାର ଓ ଚାରି ଦ୍ବାର ଖୋଲିବା ଦାବିରେ ତାତିଲା ଜଗନ୍ନାଥ ସେନା

ସେହିପରି ରତ୍ନ ଭଣ୍ଡାର ଖୋଲା ହେବା ମାମଲା ହାଇକୋର୍ଟ ଶୁଣାଣି ଚାଲିଥିବାରୁ ଏହାକୁ ଜଗନ୍ନାଥ ସେନା ଅପେକ୍ଷା କରିଥିବା କୁହାଯାଇଛି । ତେବେ ଓଡ଼ିଶା ବନ୍ଦ ଆନ୍ଦୋଳନ ପ୍ରତ୍ୟାହାର ହୋଇନାହିଁ । ପ୍ରଶାସନର ଅନୁରୋଧ କ୍ରମେ ଓ ଜିଲ୍ଲାପାଳଙ୍କ ଲିଖିତ ପ୍ରତିଶୃତି ଯୋଗୁଁ କିଛି ଦିନ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ଜଗନ୍ନାଥ ସେନା କହିଛି । ସେପଟେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ଜଗନ୍ନାଥ ସେନା ପକ୍ଷରୁ ଏକ ଦାବି ପତ୍ର ଦିଆଯାଇଥିଲା । ଶ୍ରୀମନ୍ଦିର ୪ ଦ୍ଵାର ଭକ୍ତଙ୍କ ପାଇଁ ଖୋଲିବା ଓ ରତ୍ନ ଭଣ୍ଡାର ଖୋଲିବା ଦାବି ଥିଲା । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପାଇଁ କେବଳ ସିଂହଦ୍ଵାର ଦେଇ ପ୍ରବେଶ ଅନୁମତି ରହିଛି । ପରିକ୍ରମା ପ୍ରକଳ୍ପ ଶେଷ ପରେ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ । ସେହିପରି ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ ହାଇକୋର୍ଟରେ ବିଚାରଧୀନ ରହିଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ତାମିଲନାଡୁ ମନ୍ତ୍ରୀଙ୍କ ବିବାଦୀୟ ବୟାନ, ଉଦୟାନିଧିଙ୍କ କୁଶପୁତ୍ତଳିକା ଦାହ କଲା ଜଗନ୍ନାଥ ସେନା

ପ୍ରକାଶ ଥାଉକି, ସେହିପରି କିଛିଦିନ ପୂର୍ବେ ସନାତନ ଧର୍ମକୁ ନେଇ ତାମିଲନାଡୁ ମନ୍ତ୍ରୀ ଉଦୟାନିଧିଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସାରା ଦେଶରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଶ୍ରୀଜଗନ୍ନାଥ ସେନା ଏହାକୁ ଦୃଢ଼ ବିରୋଧ କରିବା ସହ ସିଂହଦ୍ବାର ସମ୍ମୁଖରେ ଏହାର ପ୍ରତିବାଦ ସ୍ବରୂପ ବିକ୍ଷୋଭ କରାଯାଇଥିଲା । ଷ୍ଟାଲିନଙ୍କ କୁଶପୁତ୍ତଳିକାରେ କାଳି ବୋଳିବା ସହ ଏହାକୁ ଦାହ କରିଥିଲା ଜଗନ୍ନାଥ ସେନା ।

ଇଟିଭି ଭାରତ, ପୁରୀ

Last Updated : Sep 26, 2023, 12:53 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.