ETV Bharat / state

2018 ଦଙ୍ଗା ପ୍ରସଙ୍ଗ: ପ୍ରତିବାଦରେ ବଳିଦାନ ଦିବସ ପାଳନ କଲା ଜଗନ୍ନାଥ ସେନା

author img

By

Published : Oct 4, 2022, 7:16 AM IST

2018 ମସିହାରେ ପୁରୀରେ ହୋଇଥିବା ଦଙ୍ଗା ପ୍ରସଙ୍ଗରେ ଅସଲ ଦଙ୍ଗାକାରୀଙ୍କୁ ଗିରଫ ଓ ନିରୀହ ଲୋକଙ୍କ ଉପରୁ ମିଛ ମାମଲା ପ୍ରତ୍ୟାହାର ଦାବିରେ ସୋମବାର ବଳିଦାନ ଦିବସ ପାଳନ କଲା ଜଗନ୍ନାଥ ସେନା । ଅଧିକ ପଢନ୍ତୁ

ବଳିଦାନ ଦିବସ ପାଳନ କଲା ଜଗନ୍ନାଥ ସେନା
ବଳିଦାନ ଦିବସ ପାଳନ କଲା ଜଗନ୍ନାଥ ସେନା

ପୁରୀ: ସହରରେ 2018ରେ ହୋଇଥିବା ଦଙ୍ଗା ପ୍ରସଙ୍ଗ । ଅସଲ ଦଙ୍ଗାକାରୀଙ୍କୁ ଗିରଫ ଓ ନିରୀହ ଲୋକଙ୍କ ଉପରୁ ମିଛ ମାମଲା ପ୍ରତ୍ୟାହାର ଦାବିରେ ସୋମବାର ବଳିଦାନ ଦିବସ ପାଳନ କଲା ଜଗନ୍ନାଥ ସେନା । ଯେଉଁମାନେ ଜେଲଯାଇ ତଡିପାର ହୋଇଥିଲେ ସେମାନଙ୍କ ତ୍ୟାଗକୁ ବଳିଦାନ ଦିବସ ରୂପେ ପାଳନ କରିବା ନେଇ କହିଛି ଜଗନ୍ନାଥ ସେନା ।

ବଳିଦାନ ଦିବସ ପାଳନ କଲା ଜଗନ୍ନାଥ ସେନା

ସୂଚନା ଅନୁସାରେ, ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ବନ୍ଦ,ଶ୍ରୀଜଗନ୍ନାଥ ମେଡିକାଲ କଲେଜ୍, ରେଳ ଓଭରବ୍ରିଜ ନିର୍ମାଣ ଆଦି ଦାବିରେ ୨୦୧୮ ଅକ୍ଟୋବର ୩ ତାରିଖରେ ପୁରୀ ବନ୍ଦ ଡାକରା ଦିଆଯାଇଥିଲା । ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ପରେ ଦଙ୍ଗାର ରୂପ ନେଇଥିଲା । ବ୍ୟାପକ ପୋଡ଼ାଜଳା ଓ ହିଂସାକାଣ୍ଡ ଘଟିଥିଲା । ଏହି ଘଟଣାକୁ ଆଜକୁ 4 ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହାକୁ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ଦିନକୁ ବଳିଦାନ ଦିବସ ଭାବେ ପାଳନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ପୂଜା ଭିଡରେ ମାତିଲେ ବ୍ଲେଡ ଗ୍ୟାଙ୍ଗ, ମଣ୍ଡପରୁ ଚୋରିବେଳେ ଧରାପଡିଲେ ୫ ଲୁଟେରା

ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଶାନ୍ତି ପାଇଁ ଏକ ଲକ୍ଷ ଏକ ବଳିତାରେ ମହାଦୀପ ଦାନ କରାଯାଇଛି । ଅସଲ ଦଙ୍ଗାକାରୀ ଓ ହିଂସାକାରୀ ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ମିଥ୍ୟା ମାମଲା ପ୍ରତ୍ୟାହାର ପାଇଁ ଦାବି କରାଯାଇଛି । ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି ପୁରୀ ବନ୍ଦ୍ ଡକରା ସଫଳ ହେବା ଯୋଗୁ ତାଙ୍କୁ ବଦନାମ କରିବା ପାଇଁ କିଛି ଶାସକ ଦଳ ନେତା କିଛି ଅସାମାଜିକ ଲୋକ ଲଗେଇ ଦଙ୍ଗା କରିଥିଲେ ।

ହେଲେ ଦୁଃଖର ବିଷୟ ସେହି ନେତାଙ୍କ ନାଁ ରେ କୌଣସି ମାମଲା ହୋଇ ନଥିବା ବେଳେ କିଛି ନିରୀହଙ୍କୁ ଗିରଫ କରାଯାଇଥିଲା । ତେବେ ତୁରନ୍ତ ପ୍ରଶାସନ ଦଙ୍ଗା ପଛରେ ଥିବା ସେହି ରାଜନେତାଙ୍କୁ ଠାବ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଜଗନ୍ନାଥ ସେନା ଦାବି କରିଛି । ଏହାସହ ଦଙ୍ଗା ଆଳରେ ନିରୀହ ଲୋକଙ୍କ ନାମରେ ଥିବା ମିଛ ମାମଲା ପ୍ରତ୍ୟାହାର ପାଇଁ ଜଗନ୍ନାଥ ସେନା ଦାବି କରିଛି ।

ଏନେଇ ମନ୍ଦିର ସେବାୟତ କହିଛନ୍ତି ଯେ, "ଜଗନ୍ନାଥ ମନ୍ଦିରକୁ ନେଇ ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରି ପୁରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଥିଲା । ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ପରେ ଦଙ୍ଗାର ରୂପ ନେଇଥିଲା । ଆମମାନଙ୍କ ବିରୋଧରେ ଅନେକ ଦଫା ଲାଗିଥିଲା । ଆମେ ଏହାର ଦୃଢ ନିନ୍ଦା କରୁଛୁ । ତବେ ଅସଲ ଦଙ୍ଗାକାରୀଙ୍କୁ ସରକାର କେବେ ଗିରଫ କରୁଛନ୍ତି ଏବଂ ସରକାରଙ୍କ କେବେ ନିଦ ଭାଙ୍ଗୁଛି ତାକୁ ହିଁ ଅପେକ୍ଷା । ଯେଉଁମାନେ ଜେଲଯାଇ ତଡିପାର ହୋଇଥିଲେ ସେମାନଙ୍କ ତ୍ୟାଗକୁ ବଳିଦାନ ଦିବସ ରୂପେ ପାଳନ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.