ETV Bharat / state

କୋଭିଡ କଟକଣା ମଧ୍ୟରେ ପୁରୀରେ ଖୋଲିଲା ହୋଟେଲ - puri city news

କୋଭିଡ କଟକଣାରେ ପୁରୀରେ ଖୋଲିଛି ସମସ୍ତ ହୋଟେଲ। ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲା ହୋଟେଲ ମାଲିକ ସଂଘ । ଅଧିକ ପଢନ୍ତୁ...

ପୁରୀରେ କୋଭିଡ କଟକଣାରେ ଖୋଲିଲା ହୋଟେଲ
ପୁରୀରେ କୋଭିଡ କଟକଣାରେ ଖୋଲିଲା ହୋଟେଲ
author img

By

Published : Aug 2, 2021, 8:18 PM IST

ପୁରୀ: କୋଭିଡ କଟକଣା ମଧ୍ୟରେ ପୁରୀରେ ଖୋଲିଛି ସମସ୍ତ ହୋଟେଲ। ଅନୁମତି ମିଳିବା ପରେ ସରକାରଙ୍କ କୋଭିଡ ଗାଇଡ଼ଲାଇନକୁ କଡାକଡି ପାଳନ କରିବା ଉପରେ ଧ୍ୟାନ ଦେଉଛନ୍ତି ହୋଟେଲ କର୍ତ୍ତୃପକ୍ଷ । ସାମାଜିକ ଦୂରତା, ସାନିଟାଇଜ ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ରେସ୍ତୋରାଁଗୁଡିକରେ ଖାଦ୍ୟ ଟେବୁଲ ଗୁଡିକ ମଧ୍ୟରେ 6 ଫୁଟ ଦୂରତା ରଖାଯାଇଛି ।

ପୁରୀରେ କୋଭିଡ କଟକଣାରେ ଖୋଲିଲା ହୋଟେଲ

ସେହିପରି ପ୍ରବେଶ ପୂର୍ବରୁ ପର୍ଯ୍ୟଟକ ଓ ଗ୍ରାହକଙ୍କୁ ହାତ ସାନିଟାଇଜ କରିବା ,ମାସ୍କ ପିନ୍ଧିବା,ସାମାଜିକ ଦୁରତା ରଖିବା ପାଇଁ ହୋଟେଲ କର୍ମଚାରୀ ସଚେତନ କରାଉଛନ୍ତି। ହୋଟେଲ କର୍ମଚାରୀମାନେ ଡବଲ ମାସ୍କ , ହାତରେ ଗ୍ଲୋବସ , ଆଦି ପିନ୍ଧୁଥିବାବେଳେ ରେଷ୍ଟୁରାଣ୍ଟକୁ ସବୁଦିନ ସାନିଟାଇଜ କରାଯାଉଛି। କେବଳ ଡବଲ ଡୋଜ କୋଭିଡ ଟିକା ନେଇଥିବା ଏବଂ କୋଭିଡ ନେଗେଟିଭ ରିପୋର୍ଟ ଥିବା ପର୍ଯ୍ୟଟକ ଓ ଗ୍ରାହକଙ୍କୁ ହିଁ ହୋଟେଲରେ ପ୍ରବେଶ ଅନୁମତି ଦିଆଯାଇଛି।

ତେବେ କଟକଣା କୋହଳ କରିଥିବା ହେତୁ ପୁରୀ ହୋଟେଲ ଆସୋସିଏସନ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। 2019 ରେ ଫୋନି ବାତ୍ୟା , 2020 ଓ 21ରେ କୋଭିଡ କଟକଣା ଲକଡାଉନ ଯୋଗୁ ହୋଟେଲ ଶିଳ୍ପ ସମ୍ପୂର୍ଣ୍ଣ ଭୁଶୁଡି ପଡିବା ସହ ଶତାଧିକ କର୍ମଚାରୀ ଜୀବିକା ହରାଇଛନ୍ତି। ଏଣୁ ପୁଣି ହୋଟେଲ ଖୋଲିବା ପରେ ନିଯୁକ୍ତି ବଢିବା ସହ ଅନେକ ବେରୋଜଗାର ଜୀବିକା ପାଇପାରିବେ ବୋଲି ହୋଟେଲ ମାଲିକ ସଂଘ ପକ୍ଷରୁ କୁହାଯାଇଛି ।

ପୁରୀରେ ପ୍ରାୟ 8 ଶହ ଛୋଟ ବଡ଼ ହୋଟେଲ, ଲଜିଂ ଓ ଗେଷ୍ଟ ହାଉସ ରହିଛି। ତେବେ ୨ବର୍ଷ ହେବ କୋଭିଡ କଟକଣା ଓ ଲକଡାଉନ ଯୋଗୁ ସହ ସହ ହୋଟେଲରେ ତାଲା ପଡିଯାଇଛି। ତେବେ ସରକାର ହୋଟେଲ ପ୍ରତି କୋହଳ ମନୋଭାବ ନେବା ପରେ ପୁଣି ସ୍ବାଭାବିକ ବ୍ୟବସାୟକୁ ଫେରିବେ ବୋଲି ଆଶା ରଖିଛନ୍ତି ପୁରୀର ହୋଟେଲ ବ୍ୟବସାୟୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.