ETV Bharat / state

ପୁରୀରୁ ଦେଶୀ ବନ୍ଧୁକ ଓ କଫ ସିରପ ଜବତ - ଦେବସ୍ନାନପୂର୍ଣ୍ଣମୀ

ପୁରୀ ବିନୋବା ନଗରରେ ଆତଙ୍କ ଖେଳାଇଥିବା ଜଣେ ଯୁବକଙ୍କ ଠାରୁ ଦେଶୀ ବନ୍ଧୁକ ଓ ବାରୁଦ ପ୍ୟାକେଟ ଜବତ । ଅଧିକ ପଢନ୍ତୁ...

ପୁରୀରୁ ଦେଶୀ ବନ୍ଧୁକ ଓ କଫ ସିରପ ଜବତ
ପୁରୀରୁ ଦେଶୀ ବନ୍ଧୁକ ଓ କଫ ସିରପ ଜବତ
author img

By

Published : Jun 6, 2021, 7:27 AM IST

ପୁରୀ: ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ବିନୋବା ନଗରରେ ଆତଙ୍କ ଖେଳାଇଥିବା ଜଣେ ଯୁବକଙ୍କୁ ଗିରଫ କରିବା ସହ ତାଠାରୁ ଦେଶୀ ବନ୍ଧୁକ ଓ ବାରୁଦ ପ୍ୟାକେଟ ଜବତ କରିଛି ପୋଲିସ । ବିନୋବା ନଗରର ସତ୍ୟରଞ୍ଜନ ବାରିକ ଓରଫ ଲିପୁ । ଯୁବକ ଜଣଙ୍କ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳାଉଥିବା ସମୟରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାକୁ କାବୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୁରୀରୁ ଦେଶୀ ବନ୍ଧୁକ ଓ କଫ ସିରପ ଜବତ
ପୁରୀରୁ ଦେଶୀ ବନ୍ଧୁକ ଓ କଫ ସିରପ ଜବତ
ଅନ୍ୟପଟେ ପୁରୀ ଟାଉନଥାନା ପୋଲିସ ପକ୍ଷରୁ ଆସନ୍ତା ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ସହରରେ ନିଶା ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଟାଉନ ଥାନା ପୋଲିସ ଦ୍ୱାରା ମରିଚିକୋଟ ଛକରୁ କୋରେକ୍ସ ବିକ୍ରି କରୁଥିବା ରାଜା ଓରଫ ରାଜେନ୍ଦ୍ର ଖଟେଇକୁ ଗିରଫ କରିବା ସହ ତାଠାରୁ ୧୬ଟି ସିଲଡ଼ କୋରେକ୍ସ ବୋତଲ ଜବତ କରିଛି।ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.