ETV Bharat / state

ବାଲୁକା କଳାରେ ବାଇଡେନ ଓ ହାରିସଙ୍କୁ ଶୁଭେଚ୍ଛା

ବାଲୁକା କଳାରେ ଆମେରିକା ନୂତନ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା । ବାଲୁକା ଚିତ୍ରକଳାର ଲମ୍ବ 20 ଫୁଟ ଥିବାବେଳେ ଉଚ୍ଚତା ରହିଛି 7 ଫୁଟ । ଅଧିକ ପଢନ୍ତୁ...

author img

By

Published : Jan 19, 2021, 8:06 PM IST

Greetings to the new President and Vice President of the United States in the sand art
ବଲୁକା ଚିତ୍ରକଳାରେ ଆମେରିକା ନୁତନ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା

ପୁରୀ: ବାଲୁକାକଳାରେ ଆମେରିକା ନୂତନ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା । ଆସନ୍ତାକାଲି (ବୁଧବାର) ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଓ ଉପରାଷ୍ଟ୍ରପତି ଭାବେ କମଲା ହାରିସ ଶପଥ ଗ୍ରହଣ କରିବେ। ତେବେ ନୂତନ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଦେଇଛନ୍ତି ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏନେଇ ଏକ ବିଶାଳ ବାଲୁକା ଚିତ୍ରକଳା ପ୍ରସ୍ତୁତ କରିଛନ୍ତି ।

ଯେଉଁଥିରେ ଅତି ନିଖୁଣ ଭାବେ ଜୋ ବାଇଡେନ ଓ କମଳା ହାରିସଙ୍କ ପ୍ରତିକୃତିକୁ ସ୍ଥାନ ଦେଇଛନ୍ତି । ଏଥି ସହିତ ଆମେରିକାର ଜାତୀୟ ପତାକା ଓ ହ୍ଵାଇଟ ହାଉସକୁ ମଧ୍ୟ ସେ ସ୍ଥାନ ଦେଇଛନ୍ତି । ଏହି ବାଲୁକାକଳାର ଲମ୍ବ 20 ଫୁଟ ଥିବାବେଳେ ଉଚ୍ଚତା ରହିଛି 7 ଫୁଟ । ଏଥିରେ 14 ଟନ ବାଲି ବ୍ୟବହାର ହୋଇଛି । ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ଜଣେ ଭାରତୀୟ ଵଂଶୋଦ୍ଭଵ ହୋଇଥିବାରୁ ଭାରତ ଆମେରିକା ମଧ୍ୟରେ ଭଲ ସଂପର୍କ ରହିବା ନେଇ ଆଶା ପ୍ରକାଶ କରିଛନ୍ତି ବାଲୁକା ଚିତ୍ର ଶିଳ୍ପ ସୁଦର୍ଶନ ପଟ୍ଟନାୟକ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.