ETV Bharat / state

ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ବଣ୍ଟନ, ଥାନାରେ ଏତଲା ଦେଲା ଶାକଦ୍ଵିପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ - ଥାନାରେ ଏତଲା ଦେଲା ଶାକଦ୍ଵିପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ

ପୁଣି ହେତୁବାଦୀ ସଙ୍ଗଠନ ବିରୋଧରେ ଥାନାରେ ଏତଲା। ସୂର୍ଯ୍ୟପରାଗରେ ହେତୁବାଦୀ ସମାଜ ଚିକେନ ବିରିୟାନୀ ଖାଇବା ଓ ବାଣ୍ଟିବାକୁ ନେଇ ରାଜ୍ୟ ଶାକଦ୍ଵିପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ଓଡିଶା ପକ୍ଷରୁ ପୁରୀ ଟାଉନ ଥାନାରେ ଏତଲା ଦିଆଯାଇଛି। ଅଧିକ ପଢନ୍ତୁ

ଥାନାରେ ଏତଲା ଦେଲା ଶାକଦ୍ଵିପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ

author img

By

Published : Oct 30, 2022, 5:58 PM IST

ପୁରୀ: ସୂର୍ଯ୍ୟପରାଗରେ ହେତୁବାଦୀ ସମାଜ ଚିକେନ ବିରିୟାନୀ ଖାଇବା ଓ ବାଣ୍ଟିବା(Rationalists Ate Chicken Biryani During Solar Eclipse) ପ୍ରସଙ୍ଗରେ ବିବାଦ ଥମିବାର ନାଁ ନେଉନାହିଁ । ଆଜି ପୁଣି ହେତୁବାଦୀ ସଙ୍ଗଠନ ବିରୋଧରେ ଥାନାରେ ଏତଲା ଦିଆଯାଇଛି । ରାଜ୍ୟ ଶାକଦ୍ଵିପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ଓଡିଶା ପକ୍ଷରୁ ପୁରୀ ଟାଉନ ଥାନାରେ ଏତଲା ଦିଆଯାଇଛି ।

ଥାନାରେ ଏତଲା ଦେଲା ଶାକଦ୍ଵିପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ

ଏହା ମଧ୍ୟ ପଢନ୍ତୁ: ସୂର୍ଯ୍ୟପରାଗରେ ବିରିୟାନୀ ଖାଇବା ଘଟଣା, ହେତୁବାଦୀ ସମାଜ ବିରୋଧରେ ଏତଲା

ରାଜ୍ୟ ଶାକଦ୍ଵିପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ଓଡିଶା ପକ୍ଷରୁ ପୁରୀ ଟାଉନ ଥାନାରେ ଏତଲା ଦିଆଯାଇଛି । ହେତୁବାଦୀ ସଙ୍ଗଠନର କାର୍ଯ୍ୟକର୍ତ୍ତା ପ୍ରତାପ ରଥ, ଦେବେନ୍ଦ୍ର ସୂତରା ଏବଂ ଅନ୍ୟ ସଦସ୍ୟମାନେ ସୂର୍ଯ୍ୟପରାଗ ଦିନ ଚିକେନ୍ ବିରିୟାନୀ ଖାଇବା ଓ ବାଣ୍ଟିବା ସହ ହିନ୍ଦୁ ଧର୍ମ, ସଂସ୍କୃତି, ପରମ୍ପରା ତଥା ଜ୍ୟୋତିଷ ଶାସ୍ତ୍ର ଉପରେ ଘୃଣ୍ୟ ମନ୍ତବ୍ୟ ଦେଇଥିବା ନେଇ ଥାନାରେ ଏତଲା ଦିଆଯାଇଛି । ହେତୁବାଦୀ ସମାଜର ଏଭଳି ମନ୍ତବ୍ୟ କୋଟିକୋଟି ହିନ୍ଦୁମାନଙ୍କର ଧର୍ମୀୟ ଭାବନାକୁ କୁଠାରଘାତ କରିଛି ।‌ ତେଣୁ ଜିଲ୍ଲା ଦୈବଜ୍ଞ ବ୍ରାହ୍ମଣ ସଂଘ ପୁରୀ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଥିବା ବେଳେ ତୁରନ୍ତ ହେତୁବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି । ସେହିପରି ଚନ୍ଦ୍ରଗ୍ରହଣ ଦିନ ମଧ୍ୟ ହେତୁବାଦୀ ସଙ୍ଗଠନ ଚିକେନ ବିରିୟାନୀ ଖାଇବେ ଏବଂ ବାଣ୍ଟିବେ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରିଥିବା ବେଳେ ଏଥିରୁ ନିବୃତ ରହିବା ପାଇଁ ଦୈବଜ୍ଞ ବ୍ରାହ୍ମଣ ସଂଘ ଚେତାବନୀ ଦେଇଛି ।

ଏହା ମଧ୍ୟ ପଢନ୍ତୁ: ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ବଣ୍ଟନ, ହେତୁବାଦୀଙ୍କ ନାଁରେ ଏତଲା

ଏନେଇ ରାଜ୍ୟ ଶାକଦ୍ଵିପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘର କର୍ମକର୍ତ୍ତା କହିଛନ୍ତି,"କଳାପାହାଡ ଭଳି କିଛି ଲୋକ ଆସିଛନ୍ତି ହିନ୍ଦୁଧର୍ମକୁ ନଷ୍ଟଭ୍ରଷ୍ଟ କରିବା ପାଇଁ। ଯେଉଁମାନେ କାର୍ତ୍ତିକ ମାସରେ ହିନ୍ଦୁଧର୍ମକୁ କୁଠାରଘାତ କରିଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ । ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଏକ କମିଟି ଗଠନ କରାଯିବ । ଏହାସହ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବୁ । ଯଦି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ସେଥିପାଇଁ ପ୍ରଶାସନ ଦାୟୀ ରହିବ। ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରିବୁ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.