ETV Bharat / state

ଶ୍ରୀକ୍ଷେତ୍ରକୁ ମାଡିଆସୁଛି କୋରୋନା ‘ସୁନାମୀ’; କେତେ ସଜାଗ ପ୍ରଶାସନ ?

author img

By

Published : Apr 20, 2021, 5:41 PM IST

କୋରୋନାର ଦ୍ବିତୀୟ ଲହର ସମଗ୍ର ବିଶ୍ବକୁ କବଳିତ କରିଥିବା ବେଳେ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ମଧ୍ୟ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ବିଭିନ୍ନ ସ୍ଥାନରୁ ଆସୁଥିବା ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ଜିଲ୍ଲାବାସୀ ଆତଙ୍କିତ । ଏଥିପାଇଁ ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି । ଅଧିକ ପଢନ୍ତୁ...

ପୁରୀରେ କୋରୋନାର ଦ୍ବିତୀୟ ଲହର, ପ୍ରଶାସନର ତତ୍ପରତା

ପୁରୀ: ସାରା ଦୁନିଆକୁ ଏବେ କୋଭିଡ ଗ୍ରାସ କରିଥିବା ବେଳେ ଏହାକୁ ନେଇ ସାଧରଣ ଜନତା ଭୟଭୀତ । ତେବେ ଋତୁ ପରିବର୍ତ୍ତନ ସହ ଅନେକ ସମୟରେ ଭାଇରାଲ ରୋଗ ହେବାରେ ଲାଗିଛି । ଜ୍ୱର, କାଶ, ଶରୀର ପୀଡା ଆଦି ଲକ୍ଷଣ ପ୍ରକାଶ ପାଇବା ପରେ ଲୋକମାନେ ନିଜର କୋଭିଡ୍ ଟେଷ୍ଟ କରାଉଛନ୍ତି । ତେବେ କୋଭିଡ୍ ଦ୍ୱିତୀୟ ଲହର ଆସିବା ପରେ ପୁରୀରେ କୋଭିଡି ଟେଷ୍ଟ ସଂଖ୍ୟା ବୃଦ୍ଧି ପାଇଁ ବୁଦ୍ଧିଜୀବୀ ମତ ରଖିଛନ୍ତି ।

ପୂର୍ବରୁ ଯେଭଳି ବ୍ୟାପକ ପରିମାଣରେ କୋଭିଡି ଟେଷ୍ଟ ହେଉଥିଲା ତାହା ମନ୍ଥର ଥିବାରୁ ବୁଦ୍ଧିଜୀବୀ ଉଦବେଗ ପ୍ରକାଶ କରିଛନ୍ତି । ପୁରୀ ସହରକୁ ଦେଶର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକ ଆସୁଥିବାରୁ ପୁରୀ ସହରବାସୀ କୋଭିଡ ସଂକ୍ରମିତ ହେବାର ଅନେକ ଆଶଙ୍କା ରହିଛି । ଏଣୁ, ପୁରୀ ସହର ସମେତ ବିଭିନ୍ନ ବ୍ଲକ ଅଞ୍ଚଳରେ କୋଭିଡ ଟେଷ୍ଟ ସେଣ୍ଟର ବଢାଇବା ସହ ବ୍ୟାପକ କୋଭିଡ୍ ଟେଷ୍ଟ କଲେ ସଂକ୍ରମିତଙ୍କୁ ଚିହ୍ନଟ ସହ କୋଭିଡ ଚେନକୁ ରୋକିହେବ ।

ଏବେବି ଅନେକ କୋଭିଡ୍ ଲକ୍ଷଣ ଥିବା ଲୋକମାନେ ଭୟରରେ ଟେଷ୍ଟ କରିବାକୁ ଆସୁ ନାହାନ୍ତି । ଫଳରେ ଅଗାମୀ ଦିନରେ ଏହି ବ୍ୟକ୍ତି ମନେ ଅନ୍ୟଙ୍କୁ ସଂକ୍ରମିତ କରାଇବାର ଯଥେଷ୍ଟ ଆଶଙ୍କା ରହିଛି । ଏଣୁ, ଲୋକଙ୍କୁ କୋଭିଡି ଟେଷ୍ଟ ନେଇ ବ୍ୟାପକ ମାତ୍ରାରେ ପ୍ରଶାସନ ପକ୍ଷରୁ ସଚେତନ କରାଯିବା ସହ ସଂକ୍ରମିତଙ୍କୁ ଚିହ୍ନଟ ନେଇ ଅଧିକ କୋଭିଡ ଟେଷ୍ଟ ସେଣ୍ଟର ସ୍ଥାପନ ପାଇଁ ମଧ୍ୟ ଦାବି ହୋଇଛି । ଏଥିସହିତ ସଂକ୍ରମିତଙ୍କୁ ଚିକିତ୍ସା ପାଇଁ ଅଧିକ ଡାକ୍ତରଖାନା ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି । କେବଳ ସେତିକି ନୁହେଁ ବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନରେ ମଧ୍ୟ ଆସୁଥିବା ଯାତ୍ରୀଙ୍କର କୋଭିଡ ଟେଷ୍ଟ ନେଇ ବ୍ୟବସ୍ଥା ହେବା ଉଚିତ ବୋଲି ବୁଦ୍ଧିଜୀବୀ କହିଛନ୍ତି । ଉଭୟ ପ୍ରଶାସନ ଓ ଜନସାଧାରଣ ଏ ଦିଗରେ ସଚେତନ ନହେଲେ ଅଗାମୀ ଦିନରେ ପୂର୍ବ ବର୍ଷ ଭଳି ଭୟଙ୍କର ଅଵସ୍ଥା ଆସିବ ବୋଲି ଉଦବେଗ ପ୍ରକାଶ ପାଇଛି ।

ସେପଟେ ପୁରୀରେ କୋଭିଡି ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ପ୍ରଶାସନର ଅବହେଳାକୁ ଖଣ୍ଡନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ସୂଚନା ଅନୁଯାୟୀ ପୁରୀ ରେଲୱେ ଷ୍ଟେସନ ସମେତ ଜରୁରୀକାଳୀନ ବ୍ୟବହାର ପାଇଁ 4ଟି କୋଭିଡି ଟେଷ୍ଟ ଟିମ ରହିଛନ୍ତି । ପୁରୀ ଜିଲ୍ଲାର 11 ଟି ବ୍ଲକରେ 2ଟି ଲେଖାଏଁ କୋଭିଡ ଟେଷ୍ଟ ସେଣ୍ଟର ରହିଥିବା ବେଳେ ଜରୁରୀ ସମୟରେ ସ୍ଥଳ ବିଶେଷକୁ ଏହି ଟିମ ଗସ୍ତ କରୁଛି । ପୁରୀରେ କୋଭିଡି ସାମ୍ପଲ ଟେଷ୍ଟ ନେଇ ଗୋଟିଏ ଲ୍ୟାବ ରହିଥିବା ବେଳେ ଦିନକୁ 2 ହଜାର ଆଣ୍ଟିଜେନ ଓ RTPCR ଟେଷ୍ଟ ନେଇ ଟାର୍ଗେଟ ରହିଛି । ସେହିପରି ପୁରୀରେ 100 ଶଯ୍ୟାଯୁକ୍ତ ଏକ କୋଭିଡ ହସ୍ପିଟାଲ ରହିଛି । ଲୋକଙ୍କ ଟେଷ୍ଟ ପରେ ତାଙ୍କର ଆଧାର କାର୍ଡ, ଫୋନ ନମ୍ବର ରଖା ଯାଉଛି । ପଜେଟିଭ କେଶ ଆସିଲେ ତୁରନ୍ତ RRT ତଥା ରାପିଡ ରେସପନ୍ସ ଟିମ ପହଞ୍ଚି ସଂକ୍ରମିତଙ୍କୁ ନେଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଉଛନ୍ତି । ଏଥିସହିତ ଅଗାମୀ ଦିନରେ ସ୍ଥିତିକୁ ଦେଖି ଆହୁରି ଟେଷ୍ଟ ବଢ଼ାଯିବା ସହ କର୍ମଚାରୀଙ୍କ ସଂଖା ବଢ଼ାଯିବ ବୋଲି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି । ଲୋକ ସୁରକ୍ଷା ଓ ସେବା ପାଇଁ ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସବୁବେଳେ ପ୍ରସ୍ତୁତ ଥିବା ସେ କହିଛନ୍ତି । ତେବେ ପୁରୀ ଜନସାଧାରଣ ଓ ପର୍ଯ୍ୟଟକ ମାନେ କୋଭିଡ ଗାଇଡ଼ ଲାଇନ ମାନି ନିଜକୁ ସୁରକ୍ଷିତ ରଖିବାକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।

ତେବେ ରାଜ୍ୟରେ ବର୍ତ୍ତମାନ ସମୟରେ କୋରୋନାର ଦୈନିକ ସଂକ୍ରମଣ ରେକର୍ଡ ପରେ ରେକର୍ଡ ଭାଙ୍ଗୁଥିବା ବେଳେ ପୁରୀ ଜିଲ୍ଲାରେ ମଧ୍ୟ ଦିନକୁ ଦିନ କେସ ବଢୁଛି ।

ପୁରୀ ଜିଲ୍ଲାରେ ଦିତୀୟ କୋଭିଡ ଲହର ଯୋଗୁଁ ଏବେ ପ୍ରତିଦିନ ଦୁଇ ଅଙ୍କ ଛୁଇଁଲାଣି ସଂକ୍ରମିତଙ୍କ ସଂଖା । ଗତ ମାର୍ଚ୍ଚ 2020ରୁ ଆଜି ପର୍ଯ୍ୟନ୍ତ 119 ଜଣ କୋଭିଡରେ ପ୍ରାଣ ହରାଇଥିବା ବେଳେ 15 ହଜାରରୁ ଅଧିକ ବ୍ୟକ୍ତି କୋଭିଡିରେ ସଂକ୍ରମିତ ହୋଇଛନ୍ତି । ତେବେ ବେଳେ ଥାଉ ଥାଉ ଉଭୟ ପ୍ରଶାସନ ଓ ଜନତା ଏନେଇ ସଚେତନ ନହେଲେ ପୁଣି ଭୟଙ୍କର ପରିଣାମ ହେବାର ଆଶଙ୍କା ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.