ETV Bharat / state

ଜଗା ଦୁଆରେ ବିଧାୟକ ସୂର୍ଯ୍ୟବଂଶୀ, ଧାମନଗରବାସୀଙ୍କ ଉନ୍ନତି ପାଇଁ କଲେ ଦୀପ ଦାନ

author img

By

Published : Nov 13, 2022, 6:49 PM IST

ପୁରୀ ଆସି ମହାପ୍ରଭୁଙ୍କ ନିକଟରେ ଦୀପ ଦାନ କଲେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ । ଅଧିକ ପଢନ୍ତି

ଜଗନ୍ନାଥଙ୍କ ନିକଟରେ ଦୀପ ଦାନ କଲେ ସୂର୍ଯ୍ୟବଂଶୀ

ପୁରୀ: ଧାମନଗର ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ଉପନିର୍ବାଚନରେ ପ୍ରତିଦ୍ବନ୍ଦୀ ଦଳକୁ କଡା ଟକ୍କର ଦେଇ ବିଜୟର ମୁକୁଟ ପିନ୍ଧି ଥିଲେ ସୂର୍ଯ୍ୟବଂଶୀ । ବିଜୟୀ ହେବା ପରେ ସେ ବାପାଙ୍କ ଅଧୁରା କାର୍ଯ୍ୟ ସେ ପୂରଣ କରିବେ ବୋଲି ମତ ରଖିଥିଲେ । ତେବେ ଧାମନଗରବାସୀଙ୍କ କିପରି ଉନ୍ନତି ହେବ ସେନେଇ ଜଗନ୍ନାଥଙ୍କ ନିକଟରେ ଦୀପଦାନ କରିଛନ୍ତି ସୂର୍ଯ୍ୟବଂଶୀ ।

ଆଜି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ପୁରୀ ଆସି ପ୍ରଥମେ ପ୍ରଭୁ ସିଦ୍ଧମହାବୀରଙ୍କୁ ଦର୍ଶନ କରିଥିଲେ । ଏହା ପରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପତିତପାବନଙ୍କୁ ଦର୍ଶନ କରି ଧାମନଗର ବାସୀଙ୍କ ଉନ୍ନତି ପାଇଁ ମହାପ୍ରଭୁଙ୍କୁ ଦୀପ ଦାନ କରିଥଲେ । ଧାମନଗର ନିର୍ବାଚନମଣ୍ଡଳୀରେ ବନ୍ୟା, ଜଳସେଚନ ପରି ସମସ୍ୟା ରହିଛି, ବାପା ଧାମନଗର ନିର୍ବାଚନମଣ୍ଡଳୀର ଅନେକ ବିକାଶ କାର୍ଯ୍ୟ କରିଥିଲେ ସୂର୍ଯ୍ୟବଂଶୀଙ୍କ ବାପା ବିଷ୍ଣୁ ସେଠୀ । ଧାମନଗରରେ ଟେକ୍ସଟାଇଲ ପାର୍କ, ଭଦ୍ରକରେ ମେଡିକାଲ କଲେଜ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ସେ ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବେ ବୋଲି କହିଛନ୍ତି । ତାଙ୍କ ଗସ୍ତ ସମୟରେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାଶ, ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହା ମଧ୍ୟ ପଢନ୍ତୁ-Padmapur BY Poll: ୧୭ରେ ନାମାଙ୍କନ ଭରିବ କଂଗ୍ରେସ, ସୂଚନା ଦେଲେ ବିଧାୟକ ସୁର

ଏନେଇ ବିଧାୟକ ସୂର୍ଯ୍ୟବଂସୀ ସୂରଜ କହିଛନ୍ତି, ''ଆଜି ମୁଁ ପୁରୀ ଆସି ପ୍ରଭୁଙ୍କ ନିକଟରେ ଧାମନଗରବାସୀ ଓ ଓଡିଶାବାସୀଙ୍କ ପାଇଁ ମଙ୍ଗଳକାମନା କରିଛି । ଏଥି ସହ ଆଗାମୀ ଦିନରେ ଧାମନଗରବାସୀ ଯେଉଁ ଦାୟିତ୍ବ ଅର୍ପଣ କରିଛନ୍ତି ସେହି ଦାୟିତ୍ବକୁ ସୂଚାରୁ ରୂପେ ନିର୍ବାହ କରିବା ପାଇଁ ଜଗନ୍ନାଥଙ୍କ ଅପାର କରୁଣା ମୋ ଉପରେ ରହୁ । ଅନେକ କାମ ବାପା ଧାମନଗରବାସୀଙ୍କ ପାଇଁ କରିଛନ୍ତି । ଯେଉଁ କିଛି ବାକି ରହିଛି ଆଗାମୀ ଦିନରେ ତାହା ମୁଁ ନିଶ୍ଚୟ ଆଗକୁ ନେବା ପାଇଁ ଚେଷ୍ଟା କରିବି । ''

ନଭେମ୍ବର ୩ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ଭୋଟ ପଡିଥିଲା । ଏହାପରେ ୬ ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା । ବିଜେପି ଶାସକ ଦଳ ବିଜେଡ଼ି ଠାରୁ ୯ ହଜାର ୮୮୧ ଭୋଟ ବ୍ୟବଧାନରେ ବିଜୟଲାଭ କରିଥିଲା । ବିଜୟ ପରେ ଏହା ସ୍ବାଭିମାନର ବିଜୟ ବୋଲି କହିଥିଲେ ସୂର୍ଯ୍ୟବଂଶୀ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.