ETV Bharat / state

ଏବର୍ଷ ମହାପ୍ରଭୁଙ୍କ ପଦ୍ମବେଶ ଦର୍ଶନରୁ ବଞ୍ଚିତ ହୋଇପାରନ୍ତି ଭକ୍ତ ! - ମହାପ୍ରଭୁଙ୍କ ପଦ୍ମବେଶ

ଚଳିତ ବର୍ଷ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ ଦର୍ଶନରୁ ବଞ୍ଚିତ ହୋଇପାରନ୍ତି ଭକ୍ତ । ପୂର୍ବ ନିଷ୍ପତ୍ତି ଅନୁଯାୟୀ ଯଦି ରବିବାର ସାଧାରଣ ଦର୍ଶନ ବନ୍ଦ ହୁଏ ତେବେ ଭକ୍ତଙ୍କ ପଦ୍ମ ବେଶ ଦର୍ଶନ ଏକ ପ୍ରକାର ବନ୍ଦ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ...

ଏଥର ମହାପ୍ରଭୁଙ୍କ ପଦ୍ମବେଶ ଦର୍ଶନରୁ ବଞ୍ଚିତ ହୋଇପାରନ୍ତି ଭକ୍ତ !

author img

By

Published : Feb 9, 2021, 10:10 PM IST

ପୁରୀ: ଆସନ୍ତା 13 ତାରିଖରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମ ବେଶ ଅନୁଷ୍ଠିତ ହେବ । ଶନିବାର ରାତିରେ ବଡ଼ସିଂହାର ବେଶରେ ଏହି ପଦ୍ମ ବେଶ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସାରିଛି ଶ୍ରୀମନ୍ଦିର ପ୍ରଶାସନ । ତେବେ ଚଳିତ ବର୍ଷ ମହାପ୍ରଭୁଙ୍କ ପଦ୍ମ ବେଶ ଦର୍ଶନରୁ ଭକ୍ତ ବଞ୍ଚିତ ହେବାର ଆଶଙ୍କା କରାଯାଉଛି ।

ପ୍ରତିବର୍ଷ ମହାପ୍ରଭୁ ଦୁର୍ଲଭ ପଦ୍ମ ବେଶ ରାତିରେ ଅନୁଷ୍ଠିତ ହୁଏ । ଯଦି ଭକ୍ତ ରାତିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଏହି ଦୁର୍ଲଭ ବେଶକୁ ଦେଖି ନପାରେ ତେବେ ତା' ପରଦିନ ସକାଳେ ଦର୍ଶନ କରେ । ମାତ୍ର ଏଥର ଶନିବାର ପଦ୍ମ ବେଶ ଅନୁଷ୍ଠିତ ହେଉଛି । ଅନ୍ୟପଟେ କୋଭିଡ ଏସଓପି ଗାଇଡଲାଇନ ଅନୁଯାୟୀ ରବିବାର ଶ୍ରୀମନ୍ଦର ସାନିଟାଇଜ ହେଉଥିବାରୁ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ଯଦି ପୂର୍ବ ନିୟମ ଅନୁଯାୟୀ ରବିବାର ଦର୍ଶନ ବନ୍ଦ ରହିବ ତେବେ ପଦ୍ମ ବେଶ ଦର୍ଶନରୁ ଭକ୍ତ ବଂଚିତ ହେବା ନିଶ୍ଚିତ । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ କହିବା ଅନୁଯାୟୀ ରବିବାର ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ । ପୂର୍ବ ନିସ୍ପତି ଅନୁଯାୟୀ ରବିବାର ଦର୍ଶନ ବନ୍ଦ ରହିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.