ETV Bharat / state

ଶ୍ରୀମନ୍ଦିରରେ ହୋଇପାରୁନି ଶୃଙ୍ଖଳିତ ଦର୍ଶନ, ଭକ୍ତ ଅସନ୍ତୋଷ

Heavy Rush in Shreemandir: ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ । ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 4, 2024, 10:48 PM IST

ହୋଇପାରୁନି ଶୃଙ୍ଖଳିତ ଦର୍ଶନ
ହୋଇପାରୁନି ଶୃଙ୍ଖଳିତ ଦର୍ଶନ
ହୋଇପାରୁନି ଶୃଙ୍ଖଳିତ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାରେ ଆସିଲାନି ସୁଧାର । ମହାପ୍ରଭୁଙ୍କ ଦର୍ଶନ ନପାଇ ଦୁଃଖରେ ଫେରୁଛନ୍ତି ଭକ୍ତ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବାରୁ ବଞ୍ଚିତ ହେଉଛନ୍ତି । ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ । ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଭକ୍ତ ପ୍ରଶ୍ନ କରିଛନ୍ତି, "ଯେତେବେଳେ ମହାପ୍ରଭୁଙ୍କ ଶ୍ରୀମୁଖ ଭକ୍ତ ଭଲରେ ଦର୍ଶନ କରିପାରୁନାହିଁ ସେ କ୍ଷେତ୍ରରେ ଶ୍ରୀମନ୍ଦିର ବାହାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏସି ସେଡ, ଶ୍ରୀମନ୍ଦିର ପରିକ୍ରମା ମାର୍ଗ କରି କ'ଣ ଲାଭ ଅଛି ?"

ଗୁଜୁରାଟର ସୁରତରୁ ଆସିଥିବା ଜଗନ୍ନାଥପ୍ରେମୀ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନକୁ ଏଭଳି ପ୍ରଶ୍ନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ନପାଇ ନିରାଶ ହୋଇ ଫେରିଛନ୍ତି ଭକ୍ତ। ପୁରୀ ଜଗନ୍ନାଥ ଧାମ ଚାରି ଧାମରୁ ଏକ ପ୍ରସିଦ୍ଧ ତୀର୍ଥସ୍ଥଳୀ। ହେଲେ ଏଠାରେ ଶ୍ରୀମନ୍ଦିର ଭିତରେ ଅବ୍ୟବସ୍ଥା ଚରମ ସୀମା ଅତିକ୍ରମ କରିଛି। ଏ ଦିଗରେ ପ୍ରଶାସନ ଧ୍ୟାନ ଦେବାକୁ ଭକ୍ତମାନେ ଦାବି କରିଛନ୍ତି । ଭକ୍ତ କହିଛନ୍ତି, " ଶ୍ରୀମନ୍ଦିର ବାହାରେ ବ୍ୟାରିକେଡରେ ଭକ୍ତଙ୍କୁ ଛଡା ଯାଉଛି। ହେଲେ ଶ୍ରୀମନ୍ଦିର ଭିତରେ କୌଣସି ଶୃଙ୍ଖଳିତ ବ୍ୟବସ୍ଥା ନାହିଁ। ଫଳରେ ମହାପ୍ରଭୁଙ୍କୁ ଦର୍ଶନ ବେଳେ ପ୍ରବଳ ଗହଳି ହେଉଥିବାବେଳେ ଠେଲାପେଲା ସ୍ଥିତି ଉପୁଜିଛି ।"

ଏହା ମଧ୍ୟ ପଢନ୍ତୁ...ବଦଳୁଛି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ରୂପରେଖ, ଉତ୍କଳୀୟ କାରୁକାର୍ଯ୍ୟରେ ଝଲସୁଛି ପୁରାତନ ମଠ

ଠେଲାପେଲା ଦ୍ବାରା ବୃଦ୍ଧ, ବରିଷ୍ଠ ନାଗରିକ, ମହିଳା, ଛୋଟ ପିଲା ବେଶ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି। ଯଦି କେହି ଭିଡରେ ତଳେ ପଡ଼ିଯାଏ ଦଳା ଚକଟାରେ ମୃତ୍ୟୁ ନିଶ୍ଚିତ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ଭକ୍ତ। ଏହାସହ "ସେବାୟତମାନେ ପାନ ଖାଇ ମନ୍ଦି ର ବିଭିନ୍ନ ସ୍ଥାନ ରେ ପାନ ଛେପ ପକାଉଛନ୍ତି । ଯାହା ଦ୍ବାରା ମନ୍ଦିରର ଅପବିତ୍ର ହେଉଛି" ବୋଲି ଭକ୍ତ ଅଭିଯୋଗ କରିଛନ୍ତି। ଯାହାକି ଭକ୍ତଙ୍କୁ ବେଶ ଦୁଃଖ ଦେଉଥିବା ବେଳେ ଏହା ଉପରେ ରୋକ୍ ଲଗାଇବାକୁ ପ୍ରଶାସନ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଛି । ସେହିପରି ମହାପ୍ରଭୁଙ୍କୁ ଦର୍ଶନ ବେଳେ ଶ୍ରୀମନ୍ଦିର ଭିତରେ କୌଣସି ଶୃଙ୍ଖଳିତ ବ୍ୟବସ୍ଥା ନାହିଁ। ଫଳରେ ପ୍ରବଳ ଗହଳି ଯୋଗୁ ଭକ୍ତ ହଇରାଣ ହେଉଥିବା ଅଭିଯୋଗ ହୋଇଛି । ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଭକ୍ତମାନେ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.