ETV Bharat / state

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ: ସକାଳେ ହେଲା ରାତ୍ର ପହୁଡ ନୀତି, ଭିଡ଼ରେ ଠିଆ ହୋଇ କଲବଲ ଭକ୍ତ

ଶ୍ରୀମନ୍ଦିର ନୀତିକାନ୍ତିରେ ଅହେତୁକ ବିଳମ୍ବ । ଆଜି ସକାଳେ ହେଲା ମହାପ୍ରଭୁଙ୍କ ରାତ୍ର ପହୁଡ ନୀତି । ଦୀର୍ଘ ସମୟ ଧରି ଲାଇନରେ ଛିଡା ହୋଇରହିବା ଯୋଗୁଁ ଭକ୍ତ ମହଲରେ ଅସନ୍ତୋଷ । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ
author img

By

Published : Jan 27, 2023, 3:49 PM IST

ମହାପ୍ରଭୁଙ୍କ ନୀତି ବିଳମ୍ବ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଆଜି ଅହେତୁକ ବିଳମ୍ବ ହୋଇଛି । ମହାପ୍ରଭୁଙ୍କ ଦ୍ବାର ଫିଟା ନୀତି ସହ ମଙ୍ଗଳ ଆଳତୀ ବିଳମ୍ବରେ ଅନୁଷ୍ଠିତ ହୋଇଛି । ଫଳରେ ଦୁଇ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଲାଇନରେ ଛିଡା ହୋଇ କଲବଲ ହୋଇଛନ୍ତି ହଜାର ହଜାର ଭକ୍ତ । ବିଶୃଙ୍ଖଳିତ ନୀତିକାନ୍ତି ଯୋଗୁଁ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତକାଲି ଶ୍ରୀପଞ୍ଚମୀ ଅବସରରେ ଶ୍ରୀମନ୍ଦିରରେ ନୀତି ଏବଂ ମହାପ୍ରଭୁଙ୍କ ଚାଚେରୀ ବେଶ ନୀତିରେ ଅହେତୁକ ବିଳମ୍ବ ହୋଇଥିଲା । ଯାହାଫଳରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ରାତିରେ ନହୋଇ ଆଜି ଭୋର ୫ଟା ୦୫ରେ ଅନୁଷ୍ଠିତ ହୋଇଥିଲା । ପରେ ଶ୍ରୀମନ୍ଦିର ଦ୍ବାର ଫିଟା ନୀତି ୭ଟା ୨୫ ଓ ମଙ୍ଗଳ ଆଳତୀ ୮ଟା ୦୫ରେ ଅନୁଷ୍ଠିତ ହୋଇଥିଲା ।

ପ୍ରତିଦିନ ସକାଳେ ସାଢେ ୬ଟା ସୁଦ୍ଧା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଶେଷ ହେଉଥିବା ବେଳେ ଆଜି ପାଖାପାଖି ଦେଢ଼ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ବିଳମ୍ବ ହୋଇଥିଲା । ଫଳସୂରୁପ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ହଜାର ହଜାର ଭକ୍ତ ବ୍ୟାରିକେଡ଼ ଭିତରେ ପ୍ରବଳ ଭିଡ଼ ଭିତରେ ଦୀର୍ଘ ସମୟ ଧରି ଛିଡା ହୋଇରହିଥିଲେ । ଏହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିବା ସହ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି ଉପରେ ପ୍ରଶାସନ ଗୁରୁତ୍ବ ଦେବା ଆବଶ୍ୟକ ବୋଲି କହିଛନ୍ତି । ଶ୍ରୀମନ୍ଦିରରେ ଚାଲିଥିବା ନୀତିକାନ୍ତି ବିଷୟରେ ସୂଚନା ଦେବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ଭକ୍ତମାନେ ଦାବି କରିଛନ୍ତି ।

ବଡ଼ଦାଣ୍ଡର ବିଭିନ୍ନ ସ୍ଥାନ ଯଥା ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ, ସମୁଦ୍ର କୂଳ ଓ ବଡ଼ଦାଣ୍ଡରେ ଏଲ୍ଇଡି ସ୍କ୍ରିନ୍ ଲଗାଯାଇ ଶ୍ରୀମନ୍ଦିର ନୀତିକାନ୍ତିର ଟିକନିକ୍ ସୂଚନା ଦେବା ଆବଶ୍ୟକ । ସେହିପରି ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ସେବାୟତ ନିଯୋଗ ସହ ସମନ୍ବୟ ରକ୍ଷାକରି ଦୈନିକ ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ ସେନେଇ ବ୍ୟବସ୍ଥା କରିବାକୁ ଭକ୍ତ କହିଛନ୍ତି । ଦେଶ ବିଦେଶରୁ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଆସୁଥିବା ବେଳେ ବିଳମ୍ବିତ ନୀତିକାନ୍ତି ଯୋଗୁଁ ମହାପ୍ରଭୁଙ୍କ ଦର୍ଶନ ସହିତ ପ୍ରତ୍ୟାବର୍ତ୍ତନ ନେଇ ସମସ୍ୟା ଉପଜୁଛି ।

ସେପଟେ ନୀତିକାନ୍ତି ବିଳମ୍ବକୁ ସେବାୟତ ମଧ୍ୟ ସ୍ବୀକାର କରିଛନ୍ତି । ମହାପ୍ରଭୁଙ୍କ ସେବା ପୂଜାରେ ଅନେକ ବିଧି ବିଧାନ ଥିବାରୁ ତାହାକୁ ଅନୁପାଳନ କରିବା ବେଳେ ନୀତି ବିଳମ୍ବିତ ହୋଇଥାଏ । ତେଣୁ ଶ୍ରଦ୍ଧାଳୁମାନେ ଧୈର୍ଯ୍ୟହରା ନହୋଇ ଅସନ୍ତୋଷ ପ୍ରକାଶ କରିବା ଅନୁଚିତ ବୋଲି ସେବାୟତମାନେ ମତ ରଖିଛନ୍ତି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଭକ୍ତଙ୍କ ସୁବ୍ୟବସ୍ଥା ଓ ଶୃଙ୍ଖଳିତ ନୀତିକାନ୍ତି ପାଇଁ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାକୁ କାର୍ଯ୍ୟକାରୀ କରିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରମୁଖ ଦାୟିତ୍ବ ହୋଇଥିବାବେଳେ ତୁରନ୍ତ ଏନେଇ ପଦକ୍ଷେପ ନେବା ପାଇଁ ଜଗନ୍ନାଥପ୍ରେମୀ ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.