ETV Bharat / state

ସ୍ନାନଯାତ୍ରା: ଚତୁର୍ଦ୍ଧାମୂର୍ତ୍ତିଙ୍କର ହେବ ବାହୁଟ କଣ୍ଟ ଓ ସେନାପଟା ଲାଗି, ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତାପତି ସେବକ

ଆସନ୍ତା ରବିବାର ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ସ୍ନାନଯାତ୍ରାରୁ ନୀଳାଦ୍ରି ବିଜେ ଯାଏଁ ଦୀର୍ଘ ଏକ ମାସ ଧରି ଦଇତାପତି ସେବକ ମାନେ ମହାପ୍ରଭୁଙ୍କର ଅନେକ ଗୁପ୍ତନୀତି କରିଥାନ୍ତି । ଏନେଇ ବିଧି ଅନୁସାରେ ଆଜି ସକାଳ ୬ଟାରେ ଶ୍ରୀମନ୍ଦିର ଦ୍ଵାରଫିଟା ନୀତି ପରେ ଦଇତାପତି ସେବକ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Jun 2, 2023, 9:07 PM IST

ଗୁପ୍ତ ନୀତି ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତାପତି ସେବକ

ପୁରୀ: ଆସନ୍ତା ରବିବାର ହେଉଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ବିଧି ଅନୁଯାୟୀ ଆଜି ଦଇତାପତି ସେବକମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି । ସକାଳ ୬ଟାରେ ଶ୍ରୀମନ୍ଦିର ଦ୍ଵାରଫିଟା ନୀତି ପରେ ଦଇତାପତି ସେବକ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ସ୍ନାନଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରାରେ ଦଇତାପତି ସେବକଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଚତୁର୍ଦ୍ଧାମୂର୍ତ୍ତୀଙ୍କ ପହଣ୍ଡି ବିଜେ ସହ ବାହୁଟ କଣ୍ଟ, ସେନାପଟା କରିଥାନ୍ତି ମହାପ୍ରଭୁଙ୍କ ଦଇତା ପତି ସେବକ । ସ୍ନାନଯାତ୍ରାରୁ ନୀଳାଦ୍ରି ବିଜେ ଯାଏଁ ଦୀର୍ଘ ଏକ ମାସ ଧରି ଦଇତାପତି ସେବକମାନେ ମହାପ୍ରଭୁଙ୍କର ଅନେକ ଗୁପ୍ତନୀତି କରିଥାଆନ୍ତି ।

ଆସନ୍ତା ରବିବାର ସ୍ନାନଯାତ୍ରା ଥିବାରୁ ପରମ୍ପରା ଅନୁଯାୟୀ ଆଜି ସନ୍ଧ୍ୟା ଧୂପ ପରେ ମହାପ୍ରଭୁଙ୍କ ବାହୁଟ କଣ୍ଟ ହେବ । ପରେ ରତ୍ନ ସିଂହାସନରେ ଚାରମାର ଭିଡ଼ା ହେବ । ଏହି ଚାରମାରରେ ଚତୁର୍ଦ୍ଧାମୂର୍ତ୍ତୀ ରତ୍ନ ସିଂହାସନରୁ ଓହ୍ଲାଇ ସ୍ନାନ ମଣ୍ଡପ ସମେତ ଶ୍ରୀଗୁଣ୍ଡିଚା ଯାତ୍ରା କରିବେ । ଆସନ୍ତାକାଲି ମହାପ୍ରଭୁଙ୍କ ସେନାପଟା ଲାଗି ହେବ । ଏଥିପାଇଁ ଆସନ୍ତାକାଲି ଦିନ ୨ଟା ଯାଏଁ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ତେବେ ସ୍ନାନଯାତ୍ରାରୁ ଆରମ୍ଭ କରି ନୀଳାଦ୍ରି ବିଜେ ଯାଏଁ ମହାପ୍ରଭୁଙ୍କ ସମସ୍ତ ନୀତି ଯେଭଳି ଶୃଙ୍ଖଳାରେ ସମ୍ପନ୍ନ ହେବ, ସେନେଇ ଦଇତାପତି ସେବକମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର କହିଛନ୍ତି ।

ସେପଟେ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଥିବାରୁ ଏହାକୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ନିଯୋଗର କର୍ମକର୍ତ୍ତାଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ବିଭିନ୍ନ ନିଯୋଗର ସଭାପତି ଓ ସମ୍ପାଦକ ଏହି କମିଟିରେ ରହିଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ନିଯୋଗର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଶୃଙ୍ଖଳିତ ଓ ସଫଳ କରିବା ପାଇଁ ବୈଠକରେ ଆଲୋଚନା ହେବା ସହ ଶୃଙ୍ଖଳିତ ନୀତିକାନ୍ତି ନେଇ କମିଟି ଗଠନ କରାଯାଇଛି ।

ସେପଟେ ଦଇତାପତି ନିଯୋଗ ପକ୍ଷରୁ ଭକ୍ତମାନଙ୍କ ପାଇଁ ମହାପ୍ରସାଦ ଉପଲବ୍ଧ କରାଇବା, ମହାପ୍ରଭୁଙ୍କ ଦର୍ଶନ ଓ ସ୍ନାନଯାତ୍ରାର ପ୍ରଚାର ପ୍ରସାରକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ନିଯୋଗ ପକ୍ଷରୁ ଅନୁରୋଧ କରାଯାଇଛି । ସ୍ନାନଯାତ୍ରାରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ଅସ୍ଥାୟୀ ବ୍ୟାରିକେଡ୍‌ ନିର୍ମାଣ କରାଯାଇଛି । ସେହିପରି ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ସ୍ନାନ ପୂର୍ଣ୍ଣିମା ପୂର୍ବଦିନରୁ ଅର୍ଥାତ୍ ଆସନ୍ତା ୩ ଓ ୪ ତାରିଖ ଦିନ ବଡ଼ଦାଣ୍ଡରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ନେଇ ପ୍ରଶାସନ ପକ୍ଷରୁ ବ୍ୟବସାୟୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.