ETV Bharat / state

ପୁଣି ମାତିଲେ ସାଇବର ଠକ, ଶ୍ରୀମନ୍ଦିର ଭକ୍ତ ନିବାସରେ ରୁମ୍ ବୁକିଂ ନାଁରେ ଠକେଇ - ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ ସାଇବର ଫ୍ରଡ୍‌

ସାଇବର ଲୁଟେରାଙ୍କ ଟାର୍ଗେଟରେ ପୁରୀ ବଡ଼ଦାଣ୍ଡ ସ୍ଥିତ ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ । ଅଧିକ ପଢ଼ନ୍ତୁ

cyber fraud in name of Shri mandir Bhakta Nivas administration lodge complaint in Puri
ପୁଣି ମାତିଲେ ସାଇବର ଠକ, ଶ୍ରୀମନ୍ଦିର ଭକ୍ତ ନିବାସରେ ରୁମ୍ ବୁକିଂ ନାଁରେ ଠକେଇ
author img

By

Published : Nov 24, 2022, 7:28 PM IST

Updated : Nov 24, 2022, 11:02 PM IST

ପୁରୀ: ସାଇବର ଲୁଟେରାଙ୍କ ଟାର୍ଗେଟରେ ପୁରୀ ବଡ଼ଦାଣ୍ଡ ସ୍ଥିତ ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ । ଫେକ୍ ଆଇଡି କରି ପ୍ରମୋଦ ସାହା ନାମକ ଜଣେ ବ୍ୟକ୍ତି ଏହି ଅନଲାଇନ ଠକେଇ କରିଥିବା ଅଭିଯୋଗ ହୋଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ପୋଲିସର ସାଇବର ଥାନାରେ ଅଭିଯୋଗ କରାଯାଇଛି ।

ପୁଣି ମାତିଲେ ସାଇବର ଠକ, ଶ୍ରୀମନ୍ଦିର ଭକ୍ତ ନିବାସରେ ରୁମ୍ ବୁକିଂ ନାଁରେ ଠକେଇ

ଗୋ ଡାଡି ସାଇଟ୍‌ରେ ନୀଳାଚଳ ଭକ୍ତ ନିବାସ 89 ନାମକ ଏକ ଫେକ୍ ଆଇଡି ଖୋଲା ଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଥିବା ଅଫିସିଆଲ୍ ୱେବ୍ ସାଇଟ୍‌ www.shreejagannath.inକୁ ଯାଇ ଭକ୍ତ ସମସ୍ତ ଯାତ୍ରୀ ନିବାସରେ ଅନଲାଇନ ମାଧ୍ୟମରେ ରୁମ୍ ବୁକ୍ କରିପାରିବେ । ଏଥିରେ ସମସ୍ତ ଯାତ୍ରୀ ନିବାସର ଫୋନ ନମ୍ବର, ମ୍ୟାନେଜରଙ୍କ ଫୋନ୍ ନମ୍ବର ମଧ୍ୟ ଉପଲବ୍ଧ ରହିଛି ।

ଏଣୁ ଅଲଗା ସାଇଟ୍‌କୁ ଯାଇ ରୁମ୍ ବୁକ୍ କରିବାର କୈାଣସି ଆବଶ୍ୟକତା ନଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ । ତେବେ ରୁମ୍ ବୁକ୍ ନାଁରେ ଅନ୍‌ଲାଇନ ଠକେଇ ନେଇ ସାଇବର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଆଶା ରଖିଛି ।

ଇଟିଭି ଭାରତ, ପୁରୀ

Last Updated : Nov 24, 2022, 11:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.