ETV Bharat / state

କୋଭିଡ କଟକଣାରେ ଘାଇଲା ବାଣ ବ୍ୟବସାୟୀ, ଦୀପ ବିକ୍ରି ନେଇ ଆଶାବାଦୀ କୁମ୍ଭାକାର

author img

By

Published : Nov 5, 2020, 5:26 PM IST

କୋଭିଡ ପାଇଁ ବାଣ ବିକ୍ରି ଓ ଫୁଟାଇବା ନିଷେଧ ରହିଛି । ରାଜ୍ୟ ସରକାରଙ୍କ ନୂଆ କୋଭିଡ ଗାଇଡଲାଇନ ଆସିବା ପରେ ସବୁ କିଛି ସ୍ପଷ୍ଟ ହୋଇଛି । ସେପଟେ ସରକାରଙ୍କ ଏହି ନିଷ୍ପତ୍ତିର ଚଡକ ସିଧାସଳଖ ପଡିଛି ବାଣ ବ୍ୟବସାୟୀଙ୍କ ଉପରେ । ଅପରପକ୍ଷେ ବାଣ ବିକ୍ରି ଉପରେ କଟକଣା ପରେ ଏଥର ଦୀପ ବିକ୍ରି ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ...

କୋଭିଡ କଟକଣାରେ ଘାଇଲା ବାଣ ବ୍ୟବସାୟୀ, ଦୀପ ବିକ୍ରି ନେଇ ଆଶାବାଦୀ କୁମ୍ଭାକାର
କୋଭିଡ କଟକଣାରେ ଘାଇଲା ବାଣ ବ୍ୟବସାୟୀ, ଦୀପ ବିକ୍ରି ନେଇ ଆଶାବାଦୀ କୁମ୍ଭାକାର

ପୁରୀ: ଏଥର ହେବ ଗ୍ରୀନ ଦୀପାବଳୀ । କୋଭିଡ ପାଇଁ ବାଣ ବିକ୍ରି ଓ ଫୁଟାଇବା ନିଷେଧ ରହିଛି । ରାଜ୍ୟ ସରକାରଙ୍କ ନୂଆ କୋଭିଡ ଗାଇଡଲାଇନ ଆସିବା ପରେ ସବୁ କିଛି ସ୍ପଷ୍ଟ ହୋଇଛି । ସେପଟେ ସରକାରଙ୍କ ଏହି ନିଷ୍ପତ୍ତିର ଚଡକ ସିଧାସଳଖ ପଡିଛି ବାଣ ବ୍ୟବସାୟୀଙ୍କ ଉପରେ । ଦୀପାବଳୀ ପାଇଁ ଅନେକ ବ୍ୟବସାୟୀ ଲକ୍ଷାଧିକ ଟଙ୍କାର ବାଣ କିଣି ସାରିଥିବାବେଳେ ସେମାନେ ଏବେ ସେସବୁ କଣ କରିବେ, ସେ ନେଇ ଚିନ୍ତାରେ ।

ଅନେକ ବ୍ୟକ୍ତି ସିଜନ ଅନୁସାରେ ବେପାର କରି 2 ପଇସା ରୋଜଗାର କରିଥାନ୍ତି । କିନ୍ତୁ ଚଳିତ ମାର୍ଚ୍ଚ ମାସରୁ କୋଭିଡ କଟକଣା ଲାଗୁ ହେବା ପରେ ଆଜି ପର୍ଯ୍ୟନ୍ତ ବ୍ୟବସାୟରେ ଅନେକ କ୍ଷତି ସହିଛନ୍ତି ବ୍ୟବସାୟୀ । ତେବେ ଅନଲକ ଘୋଷଣା ପରେ ଦୀପାବଳୀରେ ଭଲ ବାଣ ବ୍ୟବସାୟ କରି ଲକଡାଉନର କ୍ଷତି ଭରଣା କରିବେ ବୋଲି ଆଶା ରଖିଥିଲେ ଅନେକ ବ୍ୟବସାୟୀ । ହେଲେ ସରକାରଙ୍କ ଜାରି କୋଭିଡ ଗାଇଡଲାଇନ ସେମାନଙ୍କ ସ୍ବପ୍ନ ଓ ଆଶାକୁ ଭାଙ୍ଗି ଚୁରମାର କରି ଦେଇଛି । ତେଣୁ ରାଜ୍ୟ ସରକାର ଏହି ଅସମୟରେ ଜୀବନ ଜୀବିକାର ସୁରକ୍ଷା ପାଇଁ କିଛି ସହାୟତା ଦେବାକୁ ଦାବି କରିଛନ୍ତି ବାଣ ବ୍ୟବସାୟୀ ।

ଅପରପକ୍ଷେ ବାଣ ବିକ୍ରି ଉପରେ କଟକଣା ପରେ ଏଥର ଦୀପ ବିକ୍ରି ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ସାଧାରଣତଃ ଦୀପାବଳୀରେ ଦୀପ ଜଳାଇବା ଏକ ପରମ୍ପରା । ଏଥିପାଇଁ ଦୀପ ତିଆରିରେ ଲାଗି ପଡିଛନ୍ତି ପୁରୀ ସହରର କୁମ୍ଭାକାରମାନେ । ଏକ ଟଙ୍କାରୁ ଆରମ୍ଭ କରି 10 ଟଙ୍କା ପର୍ଯ୍ୟନ୍ତ ଦୀପ ତିଆରି କରୁଛନ୍ତି । ଲକଡାଉନ ଯୋଗୁଁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଯଥା ବିବାହ, ବ୍ରତ ଓ ପୂଜା ଉପରେ କଟକଣା ପରେ କୁମ୍ଭକାରମାନେ ତାଙ୍କର ସାମଗ୍ରୀ ବିକ୍ରି ନ କରି ପାରି ଅନେକ କ୍ଷତି ସହିଥିଲେ । ଏପରିକି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା ଓ ବରାଦୀ ଭୋଗକୁ ନେଇ କଟକଣା ପରେ ଶ୍ରୀମନ୍ଦିର କୁମ୍ଭକାରମାନେ ହାଣ୍ଡି କୁଡୁଆ ଯୋଗାଇ ପାରିନଥିଲେ ଶ୍ରୀମନ୍ଦିରକୁ । ଏହିଭଳି ବ୍ୟବସାୟ ବ୍ୟାପକ କ୍ଷତି ପରେ ଦୀପାବଳୀରେ ଦୀପ ବିକ୍ରି କରି କିଛି ଆର୍ଥିକ କ୍ଷତି ଭରଣା କରିବାକୁ ଯୋଜନା ରଖିଛନ୍ତି । ହେଲେ କୋଭିଡ ମହାମାରୀ ଯୋଗୁଁ ଲୋକଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବା ହେତୁ ଉତ୍ସବ ଆୟୋଜନ ନେଇ କାହାର ଆଗ୍ରହ ନାହିଁ । ଫଳରେ ପୂର୍ଵ ବର୍ଷ ଭଳି ଦୀପ ଯେତିକି ବରାଦ ଆସିଥାଏ, ସେଭଳି ଅର୍ଡର ଆସିନାହିଁ । ଏଣୁ ଦୀପାବଳୀରେ ଅଧିକ ଦୀପ ବିକ୍ରି ନେଇ ସେମିତି କିଛି ସମ୍ଭାବନା ନଥିବା କୁହନ୍ତି କୁମ୍ଭାକାର ।

କୋଭିଡ ମହାମାରୀ ଆଗରେ ବ୍ୟବସାୟ ହେଉ କି ଧନ ଜୀବନ ଅନେକ କ୍ଷତି ସହିଛି । ଏହାର ପ୍ରଭାବ ଏବେ ବି ଦେଖିବାକୁ ମିଳୁଛି । ତେବେ ରାଜ୍ୟ କୌଣସି କଟକଣା ଘୋଷଣା ପୂର୍ବରୁ ଲୋକଙ୍କ ଜୀବନ ଜୀବିକାର ବିକଳ୍ପ ଚିନ୍ତା କରି ପଦକ୍ଷେପ ନେବାରେ ଆବଶ୍ୟକତା ରହିଛି ବୋଲି ମତ ଦେଇଛନ୍ତି ବ୍ୟବସାୟୀ । ସେପଟେ ପୁରୀ ଏସପି ଓ ଉପଜିଲ୍ଲାପାଳ ସରକାରଙ୍କ ଗାଇଡ଼ଲାଇନ ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.